ପାଞ୍ଚ ବର୍ଷରେ ଓଡ଼ିଶାରେ କଳାକନା ବୁଲାଇ ଦେବ ବିଜେପି ସରକାର:ରଣେନ୍ଦ୍ର

ଭୁବନେଶ୍ବର : ବିଧାନସଭାରେ ବଜେଟର ସାଧାରଣ ଆଲୋଚନାରେ ବିଜେପି ସରକାର ବଜେଟ ଅର୍ଥ ଖର୍ଚ୍ଚ କରିପାରୁନଥିବା ନେଇ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ପାଞ୍ଚ ବର୍ଷରେ ଓଡ଼ିଶାରେ କଳାକନା ବୁଲାଇ ଦେବ ବିଜେପି ସରକାର । ବିଜେପି ସରକାର ତାଙ୍କ ପ୍ରଥମ ବଜେଟ୍ ୪୩ ହଜାର କୋଟି ଓ ଏ ବର୍ଷ ବଜେଟ୍‌ରେ ୪୭ ହଜାର କୋଟି ଋଣ କରିଛନ୍ତି । ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ୯୪ ହଜାର କୋଟି ଥିଲା। ମାତ୍ର ବିଜେପି ସରକାର ୯ ମାସରେ ୯୦ ହଜାର କୋଟି ଟଙ୍କା ଋଣ କଲେଣି। ଯାହା ଦେଖିଲେ ଲାଗୁଛି ପାଞ୍ଚ ବର୍ଷରେ ଏ ବିଜେପି ସରକାର ଓଡ଼ିଶାରେ କଳାକନା ବୁଲାଇ ଦେବ ବୋଲି ରାଜା ସ୍ବାଇଁ କହିଛନ୍ତି।

ସେପଟେ ଗତ ବଜେଟର ମାତ୍ର ୪୦ ପ୍ରତିଶତ ଅର୍ଥ ଏଯାଏଁ ଖର୍ଚ୍ଚ କରିଛନ୍ତି ସରକାର। ପୂର୍ବ ବଜେଟର ଅର୍ଥ ଖର୍ଚ୍ଚ ନକରି ପାରିବା ମଧ୍ୟ ଏ ସରକାରର ପାଣିବା ପଣିଆ ଉପରେ ପ୍ରଶ୍ନ ଉଠାଉଛି। ବଜେଟରେ ଦୁଇଟି ବଡ ସମସ୍ୟା ବେକାରୀ ଓ ଦରଦାମ ବୃଦ୍ଧିକୁ ଏ ସରକାର ଆଡ଼ ଆଖିରେ ମଧ୍ୟ ଦେଖିନାହାନ୍ତି। ଏ ସରକାର ପଙ୍ଗୁ ସରକାର । ତଥ୍ୟ ଲୁଚାଉଛନ୍ତି, ଓଡିଶାବାସୀଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

  • Related Posts

    ମହାପ୍ରଭୁଙ୍କ ପଥର ମୂର୍ତ୍ତି ପୂଜା କରିବା ମମତାଙ୍କୁ ପଡିପାରେ ମହଙ୍ଗା: ଜଗନ୍ନାଥ ସ୍ବାଇଁ ମହାପାତ୍ର

    ଭୁବନେଶ୍ୱର:ଏଥର ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ । ଏମିତି କହିଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ମହାପ୍ରଭୁଙ୍କ ପଥର ମୂର୍ତ୍ତି ନିର୍ମାଣ,ଦିଦିଙ୍କୁ ପଡିପାରେ ମହଙ୍ଗା । ପଥର ମୂର୍ତ୍ତି ନିର୍ମାଣ ନକରିବାକୁ ପରାମର୍ଶ ଦେଇଥିଲେ ଜଗନ୍ନାଥ ସ୍ବାଇଁ ମହାପାତ୍ର ।…

    Continue reading
    ସସ୍ମିତଙ୍କ ବିରୋଧରେ ମେଳି

    ଭୁବନେଶ୍ବର: ବିଜେଡିର ରାଜ୍ୟସଭାରେ ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କୁ ହଟାଇବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଦଳର ଅନ୍ୟ ସାଂସଦମାନେ ଏ ସମ୍ପର୍କରେ ସଭାପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହି ପ୍ରସଙ୍ଗରେ କେହି ଗଣମାଧ୍ୟମରେ ମୁହଁ ଖୋଲି ନାହାନ୍ତି। ତେବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ