ପାଣିରେ ବୁଡି ଚାଲିଗଲା ୨ ଯୁବକଙ୍କ ଜୀବନ

ଯାଜପୁର : ରିଲ୍ସ ବନାଇବା ହେଲା କାଳ । ପାଣିରେ ବୁଡି ଚାଲିଗଲା ୨ ଯୁବକଙ୍କ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା କୋଇଲୋ ଅଞ୍ଚଳରେ । ସ୍ଥାନୀୟ ମହାଗିରି ପାହାଡ଼ରେ ଥିବା ଝରଣାରେ ରିଲ୍ସ କରୁଥିବା ବେଳେ ବୁଡି ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ସ୍ଥାନୀୟ କାଞ୍ଜିପାଳ ଗ୍ରାମର ପୁନିଆ ପ୍ରଧାନଙ୍କ ପୁଅ ସମ୍ଭୁ ପ୍ରଧାନ ଓ କୋଇଲା ଗ୍ରାମର ମନମୋହନ ମହାନ୍ତଙ୍କ ପୁଅ ମାନସ ମହାନ୍ତ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ୩ ଜଣ ସାଙ୍ଗ ମିଶି ମହାଗିରି ପାହାଡ଼ରେ ଥିବା ଝରଣାକୁ ଗାଧୋଇବାକୁ ଯାଇଥିବା ବେଳେ ସମ୍ଭୁ ଓ ମାନସ ରିଲ୍ସ କରୁଥିଲେ । ହେଲେ ଝରଣାର ପ୍ରଖର ସ୍ରୋତରେ ଉଭୟେ ବୁଡି ଯାଇଥିଲେ । ନିକଟରେ ଥିବା ଅନ୍ୟ ସାଙ୍ଗମାନେ ଏହା ଦେଖି ଗ୍ରାମବାସୀ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ପ୍ରଥମେ ସମ୍ଭୁ ପ୍ରଧାନଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିଲା । ପରେ ନିଖୋଜ ଥିବା ମାନସଙ୍କ ମଧ୍ୟ ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

  • Related Posts

    ଧାନ ବିକ୍ରି ପଞ୍ଜୀକରଣ: ଆସୁଛି ସ୍ୱତନ୍ତ୍ର ଆପ୍

    ଭୁବନେଶ୍ୱର: ଧାନ କିଣା ପଞ୍ଜୀକରଣକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା । ଧାନ ବିକ୍ରି ପଞ୍ଜୀକରଣକୁ ଅଧିକ ସହଜ ଓ ସରଳ କରିବା ପାଇଁ ଆସୁଛି ସ୍ୱତନ୍ତ୍ର ଆପ୍ । ମାଲିକ ନ ଆସିଲେ ବି ଭାଗଚାଷୀ କରିପାରିବେ ପଞ୍ଜୀକରଣ…

    Continue reading
    ଶିମିଳିପାଳରେ ଆସିବେ ବାଘ, ବାଘୁଣୀ

    ଭୁବନେଶ୍ୱର: ଶିମିଳିପାଳରେ ୫ ବର୍ଷୀୟା ବାଘୁଣୀ (ମେଲେନାଷ୍ଟିକ ପ୍ରଜାତି)ର ମୃତ୍ୟୁ ପରେ ବ୍ୟାଘ୍ର ସ୍ଥାନାନ୍ତର ଯୋଜନା ପାଇଁ ପୁଣି ତତ୍ପର ହୋଇଛି ବନ ବିଭାଗ । ବାହାର ରାଜ୍ୟରୁ ଓଡ଼ିଶାକୁ ମହାବଳ ବାଘ ଆଣିବାକୁ ଅଣ୍ଟା ଭିଡ଼ିଛି । ମଧ୍ୟ ଭାରତରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ