ପିଲାଙ୍କ ସାମ୍ନାରେ ଏହିସବୁ କଥା ହେବା ପୂର୍ବରୁ ଥରେ ଜାଣିରଖନ୍ତୁ

ପିଲାମାନେ ଯେତେ ଯେତେ ବଡ଼ ହୁଅନ୍ତି, ସବୁ ଜିନିଷ ବିଷୟରେ ଜାଣିବାକୁ ତାଙ୍କର ସେତିକି ଅଧିକ ଇଚ୍ଛା ଜାଗ୍ରତ ହୁଏ। ବେଳେବେଳେ ପିଲାମାନେ କିଛି କିଛି ଜିନିଷକୁ ଠିକ୍‌ ଭାବେ ବୁଝି ନ ପାରି ଅଲଗା ଅର୍ଥ ବାହା କରି ଦିଅନ୍ତି। ଏଭଳି ସ୍ଥିତିରେ ବାପା-ମା’ଙ୍କର ଦାୟିତ୍ୱ ହେଉଛି ସେମାନେ ପିଲାକୁ ଠିକ୍‌ କ’ଣ ଭୁଲ କ’ଣ ତାହା ଜଣାଇବେ। ଯଦି ଆପଣ ବି ଚାହୁଁଛନ୍ତି ଯେ ପିଲା ଠିକ୍‌ ବାଟରେ ଯାଉ ତେବେ ପିଲାକୁ କିଛିଟା କଥା ଭୁଲରେ ବି କୁହନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ସେ କଥା କ’ଣ, ଯାହା ପିଲାଙ୍କୁ କହିବା ଉଚିତ୍‌ ନୁହେଁ…

ପିଲାଙ୍କ ସାମ୍ନାରେ କାହା ବିରୋଧରେ କିଛି କୁହନ୍ତୁ ନାହିଁ:

ବେଳେ ଲୋକମାନେ ରାଗରେ ଆସି ପିଲାଙ୍କ ସାମ୍ନାରେ ଅନ୍ୟ ବିରୁଦ୍ଧରେ ଗପିଥାନ୍ତି। କିନ୍ତୁ ଶିଶୁ ମନୋବିଜ୍ଞାନୀଙ୍କ କହିବାନୁସାରେ, ପିଲାଙ୍କ ସାମ୍ନାରେ ଅନ୍ୟ ବିଷୟରେ କିଛି ଖରାପ କହିବା ଉଚିତ୍‌ ନୁହେଁ। କାରଣ ସେମାନେ ପିଲା ଥିବାରୁ ଠିକ୍‌ ଭୁଲ ଭିତରେ ଫରକ୍‌ ବୁଝି ପାରିନଥାନ୍ତି। ଯଦି କମ୍‌ ବୟସରୁ ହିଁ ଆପଣ ଜଣଙ୍କ ବିଷୟରେ ତାଙ୍କୁ କିଛି ଖରାପ କଥା କହିବେ ତେବେ ସେ ସାରା ଜୀବନ ତାଙ୍କୁ ଖରାପ ଭାବି ପାରନ୍ତି। ଏଥିସହ ଅନ୍ୟ ଲୋକଙ୍କୁ ନେଇ ମଧ୍ୟ ତାଙ୍କ ଚିନ୍ତା ଧାରା ବଦଳିଯାଇପାରେ।

ଦାୟିତ୍ୱକୁ ନେଇ ଭୟ:

ପିଲାଙ୍କ ସହ କଥା ହେବା ବେଳେ କେବେ ବି ଟଙ୍କା କଥା କୁହନ୍ତୁ ନାହିଁ। ଏହା ତାଙ୍କ ମାନସିକତା ଉପରେ ପ୍ରଭାବ ପକାଇପାରେ। ବାପା- ମା’ ଟଙ୍କା ପଇସାରେ ଟେନ୍‌ସନ୍‌ ଥିବା ନେଇ ପିଲା ସାମ୍ନାରେ କହିଲେ ପିଲାଙ୍କ ମନରେ ବି ଏ ନେଇ ଭୟ ଓ ଚିନ୍ତା ସୃଷ୍ଟି ହୋଇଥାଏ। ବେଳେ ବେଳେ ଏହା ପିଲାଙ୍କ ଉପରେ ବୋଝ ସଦୃଶ ହୋଇଯାଏ, ଯାହାକୁ ପିଲାମାନେ ଠିକ୍‌ ଭାବେ ବୁଝି ପାରିନଥାନ୍ତି। ଏହା ପରେ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରେ।

ଆଉ କାହା ସହ ତୁଳନା କରିବା:

କେବେ ବି ନିଜ ଛୁଆକୁ ଅନ୍ୟ ପିଲା ସହ ତୁଳନା କରନ୍ତୁ ନାହିଁ। ତା’ ଆଗରେ କେବେ ବି କୁହନ୍ତୁନି ଯେ ସେ ପିଲା ଏମିତି। ସେ ଭଲ, ତୁ ଭଲ ନୁହେଁ। ଏସବୁ କଥା ପିଲାର ମାନସିକତାକୁ ପ୍ରଭାବିତ କରେ। ଫଳରେ ପିଲା ଡିପ୍ରେସନ୍‌ ଭିତରକୁ ଚାଲିଯାଏ।

  • Related Posts

    ମହିଳାମାନେ ପସନ୍ଦ କରୁଥିବା ପୁରୁଷ

    – ସ୍ୱଭାବରେ ଶାନ୍ତ ଏବଂ ସୁନ୍ଦର କଥା: ଯେକୌଣସି ବ୍ୟକ୍ତିର କଥାବାର୍ତ୍ତାର ଶୈଳୀରୁ ସେ କେଉଁଭଳି ବ୍ୟକ୍ତି ଏବଂ ତାକୁ କିଭଳି ସଂସ୍କାର ମିଳିଛି ଜଣାପଡ଼ିଥାଏ । ବିଶେଷକରି ଶାନ୍ତ ସ୍ୱଭାବର ପୁରୁଷ ମହିଳାଙ୍କୁ ବହୁତ ପସନ୍ଦ । କାରଣ ଏଭଳି…

    Continue reading
    ପିଲାମାନଙ୍କ ମଧୁମେହ ଲକ୍ଷଣ

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣଙ୍କ ପିଲା ଶୀଘ୍ର ଥକିଯାଉଛି, ବାରମ୍ବାର ପରିସ୍ରା କରିବାକୁ ଯାଉଛି, ଅତ୍ୟଧିକ ଶୋଷିଲା ଅନୁଭବ କରୁଛି, ତେବେ ସେ ମଧୁମେହର ପ୍ରାରମ୍ଭିକ ପର୍ୟ୍ୟାୟରେ ରହିଛି। ଯଦି ପିଲାଟି ମୋଟା ଅଛି ଏବଂ ଏହି ଲକ୍ଷଣ ଦେଖାଦେଉଛି,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ