ପିସିସି ସଭାପତି ଚୟନ ପୂର୍ବରୁ ମୋକିମ କ୍ୟାମ୍ପର ସମରସଜ୍ଜା

ଭୁବନେଶ୍ବର:ପିସିସି ସଭାପତି ଚୟନ ପୂର୍ବରୁ ମୋକିମ କ୍ୟାମ୍ପର ସମରସଜ୍ଜା । ପିସିସି ସଭାପତି ଘୋଷଣା ପୂର୍ବରୁ ରାଜ୍ୟ କଂଗ୍ରେସରେ ବଡ଼ ହଲଚଲ । ପ୍ରଭାରୀଙ୍କ ଗସ୍ତର ଦୁଇଦିନ ପୂର୍ବରୁ ମହମ୍ମଦ ମୋକିମଙ୍କ ସପକ୍ଷରେ ଆରମ୍ଭ ହେଲା ଲବି । ମହମ୍ମଦ ମୋକିମ ହିଁ ଓଡ଼ିଶା କଂଗ୍ରେସ ମୁଖିଆ ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି କର୍ମୀଙ୍କ ମତ । ପିସିସି ସଭାପତି କିଏ ହେବ, ସେ ବାବଦରେ ଆଲୋଚନା ପାଇଁ ୪ ତାରିଖରେ ଓଡ଼ିଶା ଆସୁଛନ୍ତି ଦୁଇ ପ୍ରଭାରୀ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜନ । ଏହା ପୂର୍ବରୁ ଭୁବନେଶ୍ବରରେ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇଛନ୍ତି । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ବନ୍ଧୁମିଳନରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସର ସଭାପତି ଓ କର୍ମକର୍ତ୍ତାଙ୍କ ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଂଗ୍ରେସ ନେତାମାନେ ଏକାଠି ହୋଇଥିଲେ । ମହମ୍ମଦ ମୋକିମ ମଧ୍ୟ ଏଠାରେ ପହଞ୍ଚିଥିଲେ । ଭୁବନେଶ୍ବର ସଭାପତିଙ୍କ ସମେତ ଅନେକ ନେତା ମୋକିମଙ୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି ।ଭୁବନେଶ୍ବର ଜିଲ୍ଲା ସଭାପତିଙ୍କ ବନ୍ଧୁ ମିଳନ କାର୍ୟ୍ୟକ୍ରମରେ ଏକାଠି ହୋଇଛନ୍ତି କଂଗ୍ରେସର ଛାମୁଆ କର୍ମୀ ଓ ନେତା । ବର୍ତ୍ତମାନର ସ୍ଥିତିରେ ମହମ୍ମଦ ମୋକିମ ହିଁ କଂଗ୍ରେସ ମୁଖିଆ ପାଇଁ ସବୁଠାରୁ ପସନ୍ଦର ପ୍ରାର୍ଥୀ ବୋଲି ମତ ଆସିଛି । ବନ୍ଧୁ ମିଳନରେ ଯୋଗ ଦେଇ ମହମ୍ମଦ ମୋକିମ କହିଛନ୍ତି, ଦଳ ଯାହା ଦାୟିତ୍ବ ଦେବ, ତାହା ତୁଲାଇବାକୁ ପ୍ରସ୍ତୁତ । ନିର୍ବାଚନ ପରେ ରାଜ୍ୟ କଂଗ୍ରେସର ମୁଖିଆକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଦୁଇ ପ୍ରଭାରୀ ମିନାକ୍ଷୀ ନଟରାଜନ ଓ ଚରଣ ଦାସ ମହନ୍ତ ୪ ତାରିଖରେ ଓଡ଼ିଶା ଆସୁଛନ୍ତି ।

ପିସିସି ସଭାପତି କିଏ ହେବ ? ଏନେଇ ସସପେନ୍ସ ଜାରି ଥିବାବେଳେ ଲବି ନୁହେଁ ଛବିକୁ ଫୋକସ କରିବାକୁ ଦଳୀୟ ନେତାଙ୍କ ଦାବି ପାଣିର ଗାର ପାଲଟିଥିବା ପ୍ରତ୍ୟୟମାନ ହେଉଛି । ସିଧାସଳଖ କହିବାକୁ ଗଲେ କଂଗ୍ରେସ ମଙ୍ଗ ଧରିବା ପାଇଁ ଲବି ଆରମ୍ଭ ହୋଇଯାଇଛି । ୪ ତାରିଖରେ ଦୁଇ ପ୍ରଭାରୀ ମିନାକ୍ଷୀ ନଟରାଜନ ଓ ଚରଣ ଦାସ ମହନ୍ତ ଓଡିଶା ଆସୁଛନ୍ତି । ହେଲେ ତା’ ପୂର୍ବରୁ ଏଆଇସିସିର ଦୃଷ୍ଟି ଆକର୍ଷଣ ଲାଗି ଉଦ୍ୟମ କରିଛନ୍ତି ବରିଷ୍ଠ ନେତା ତଥା ଆଶାୟୀ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏହାକୁ ନେଇ ରାଜ୍ୟ କଂଗ୍ରେସରେ ବଡ଼ ହଲଚଲ ଆରମ୍ଭ ହୋଇଯାଇଛି ।

  • Related Posts

    ମହାକାଳପଡ଼ା ଥାନାରେ NHRC ଟିମ୍

    କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ପରେ ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏହା ପରେ ଘଟିଥିବା ଘଟଣା ଓ ଏହା ସହ ଜଡ଼ିତ ଥାନାରେ ରୁଜୁ ୩ଟି ମାମଲାରେ…

    Continue reading
    ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଛାତ୍ରଛାତ୍ରୀ

    ଭୁବନେଶ୍ଵର : ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ଛାତ୍ରଛାତ୍ରୀ ମଧ୍ୟରେ ଉତ୍ସାହ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ତାରିଖ ଘୋଷଣା କରିଥିବାରୁ ସରକାର ଓ ମନ୍ତ୍ରୀଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ