ପିୟୁସିସି ଜରିମାନା ରାଶି ହ୍ରାସ

ଭୁବନେଶ୍ଵର : ଗାଡି ମାଲିକ ଓ ଚାଳକଙ୍କୁ ବଡ଼ ଆଶ୍ଵସ୍ତି । ପିୟୁସିସି ଜରିମାନା ରାଶି ହ୍ରାସ କଲେ ରାଜ୍ୟ ସରକାର । ୨୦୧୯ ମସିହାରୁ ପ୍ରଦୂଷଣ ନିୟମ ଉଲଂଘନ ପାଇଁ ଧାର୍ଯ୍ୟ ହୋଇଥିବା ୧୦,୦୦୦ ଜରିମାନା ରାଶିକୁ ଏବେ ହ୍ରାସ କରିଛନ୍ତି ସରକାର । ପୂର୍ବ ସରକାର ବେଳେ ଏହା ଦଶ ହଜାର ଟଙ୍କା ଥିବା ବେଳେ ଏହାକୁ ଏବେ ୧ ହଜାରରୁ ୬ ହଜାର ପର୍ଯ୍ୟନ୍ତ କରାଯାଇଛି । ତେବେ ୯୦ ଦିନରୁ ଅଧିକ ଦିନ ଇ-ଚାଲାଣ ବକେୟା ଥିଲେ PUCC ହୋଇପାରିବ ନାହିଁ ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଘୋଷଣା କରିଛନ୍ତି ।

ନୂଆ ନିୟମ ଅନୁଯାୟୀ-

• ମୋଟର ସାଇକେଲ : ପ୍ରଥମ ଥର ନିୟମ ଭାଙ୍ଗିଲେ ୧ ହଜାର, ଦ୍ୱତୀୟ ଥର ୨ ହଜାର ଫାଇନ୍

• ତିନି ଚକିଆ ଗାଡ଼ି (ଯାତ୍ରୀବାହୀ/ମାଲ ପରିବହନ) : ପ୍ରଥମ ଥର ୧ ହଜାର, ଦ୍ୱତୀୟ ଥର ୨ ହଜାର ଫାଇନ୍

• ମୋଟର କ୍ୟାବ : ପ୍ରଥମ ଥର ୨ ହଜାର, ଦ୍ୱତୀୟ ଥର ୫ ହଜାର ଫାଇନ୍

• ମୋଟର କାର, ଜିପ୍ : ପ୍ରଥମ ଥର ୨ ହଜାର, ଦ୍ୱତୀୟ ଥର ୫ ହଜାର ଫାଇନ୍

• ଟ୍ରାକ୍ଟର, ଟ୍ରେଲର : ପ୍ରଥମ ଥର ୨ ହଜାର, ଦ୍ୱତୀୟ ଥର ୫ ହଜାର ଫାଇନ୍

• ଅନନ୍ୟା ଯାନ : ପ୍ରଥମ ଥର ୩ ହଜାର, ଦ୍ୱତୀୟ ଥର ୬ ହଜାର ଫାଇନ୍

• ୯୦ରୁ ଅଧିକ ଦିନ ଇ-ଚାଲାଣ ବକେୟା ଥିଲେ PUCC ହୋଇପାରିବ ନାହିଁ

  • Related Posts

    ଆଜି ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

    ପୁରୀ: ଆଜି ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ଅବସରରେ ଶ୍ରୀମନ୍ଦିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ । ତେଣୁ ପ୍ରଥମ ଭୋଗମଣ୍ଡପ ନୀତି ଶେଷ ହେବାପରେ ଅପରାହ୍ନ ୨.୩୦ ଠାରୁ ସନ୍ଧ୍ୟା ୭.୦୦ଟା (ପାଖାପାଖି ୪.୩୦) ପର୍ଯ୍ୟନ୍ତ ସର୍ବସାଧାରଣ…

    Continue reading
    ରାମେଶ୍ୱର-ପାରାଦୀପ କୋଷ୍ଟାଲ ହାଇୱେ ପାଇଁ ବଢ଼ିଲା ଆଗ୍ରହ, ଦୁଇ ପ୍ୟାକେଜରେ ୧୭ ବିଡ୍‌

    ଭୁବନେଶ୍ୱର: ଓଡ଼ିଶା ଦ୍ବାରା ପ୍ରସ୍ତାବିତ ରାମେଶ୍ୱର-ପାରାଦୀପ କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ବିଡରମାନଙ୍କ ମଧ୍ୟରେ ବ୍ୟାପକ ଆଗ୍ରହ ପ୍ରକାଶ ପାଇଛି । ୧୬୦ କିଲୋମିଟର ଦୀର୍ଘ ଏହି ଆକ୍ସେସ୍‌ କଣ୍ଟ୍ରୋଲ୍‌ଡ ଗ୍ରୀନ୍‌ଫିଲ୍ଡ କୋଷ୍ଟାଲ ନ୍ୟାସନାଲ ହାଇୱେ ପ୍ରକଳ୍ପକୁ ଦୁଇଟି ପ୍ୟାକେଜରେ ନିର୍ମାଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ