ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

ଭୁବନେଶ୍ୱର: ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଆଜି ଅଷ୍ଟ୍ରେଲିଆର ବ୍ରିସବେନରେ ଇସ୍କନ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ଅଷ୍ଟ୍ରେଲିଆର କିଙ୍ଗ ଜର୍ଜ ସ୍କୋୟାର ବ୍ରିସବେନ ସିବିଡିରେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ୩୦ ପର୍ୟ୍ୟନ୍ତ ରଥଯାତ୍ରା ଆୟୋଜନ ନେଇ ବିଜ୍ଞପ୍ତି ଦେଇଛି ଇସ୍କନ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଗତ ଅକ୍ଟୋବର ୨୦୨୫ରେ ଇସ୍କନ ଲେଖିଥିବା ଚିଠି ଅନୁଯାୟୀ ଭାରତରେ ସବୁ ସ୍ଥାନରେ, ତିଥିରେ ହିଁ ହେଉଛି ସ୍ନାନ ଓ ରଥଯାତ୍ରା । ବିଦେଶରେ ମଧ୍ୟ ସ୍ନାନଯାତ୍ରା ତିଥିରେ ହେଉଛି କିନ୍ତୁ ତଥାପି ବିଦେଶରେ ୧୦ଟି ସ୍ଥାନରେ ସ୍ନାନ ଯାତ୍ରା ଅତିଥିରେ ହେଉଥିବା ନେଇ ଇସ୍କନକୁ ପ୍ରମାଣ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ ।

ଖାଲି ସ୍ନାନଯାତ୍ରା ନୁହେଁ ପ୍ରାୟ ୮୦ ସ୍ଥାନରେ ଗୋଟିଏ ବର୍ଷ ଭିତରେ, ବିଦେଶରେ ଅଦିନରେ ରଥଯାତ୍ରା ମଧ୍ୟ ହୋଇଛି । ତେଣୁ ଏ ବାବଦରେ ସେମାନଙ୍କୁ ଅବଗତ କରାଯାଉଛି । ଗତ ଐକ୍ୟ ମଣ୍ଡଳୀ ବୈଠକରେ ମଧ୍ୟ ଗଜପତି ଏନେଇ ଇସ୍କନ ଉପରେ ବର୍ଷିଥିଲେ । ଆଗାମୀ ଦିନରେ ଇସ୍କନର ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ପ୍ରକ୍ରିୟା ଜାରି ରହିବା ସହ ଶେଷରେ ଆଇନର ଆଶ୍ରୟ ନିଆଯିବ କହିଥିଲେ ଗଜପତି ଦିବ୍ୟସିଂହ ଦେବ ।

  • Related Posts

    ରାଜ୍ୟ ଯୋଜନା ବୋର୍ଡ ହେଲା ‘ସିଟି-ଓଡ଼ିଶା’

    ଭୁବନେଶ୍ୱର: ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନିତି ଓ ବିକାଶ’ର ଥିଙ୍କଟ୍ୟାଙ୍କ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା…

    Continue reading
    ପୁଣି ଏକ ହାତୀ ମୃତ

    କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ