ପୁଣି ଏକ ହାତୀ ମୃତ

କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି ଓ ପରେ କନ୍ଧମାଳ ଜିଲ୍ଲାର ବେଲଘର ରେଞ୍ଜର ଝିରିପାଣି ବିଟରେ ପ୍ରବେଶ କରି ଦୀର୍ଘ ୧୦ ଦିନ ହେବ ଅସୁସ୍ଥ ଅବସ୍ଥାରେ ଜଙ୍ଗଲ ଘୁରି ବୁଲୁ ଥିଲା। ଗୋଟିଏ ଦନ୍ତା ହାତୀଟି ଅସୁସ୍ଥ ଅବସ୍ଥା ରେ ବୁଲୁଥିବା ବନ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ।
ଏହା ପରେ ବନ ବିଭାଗ ସେହି ହାତୀ ଅସୁସ୍ଥ ଖବର ବାଲିଗୁଡ଼ା ଡିଏଫଓ ଘନ ଶ୍ୟାମ ମହାନ୍ତକୁ ଖବର ଦେବା ପରେ ଘଟଣା ସ୍ଥଳରେ ଡିଏଫଓ ଓ ଏସିଏଫଓ ପହଞ୍ଚି ହାତୀ ଟିର ପାଟିରେ ଆଘାତ ହୋଇଥିବା ଜାଣି ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଶେଷରେ ଦନ୍ତା ହାତୀଟି ଆଖି ବୁଜିଛି। ୪ ମାସ ମଧ୍ୟରେ ୩ଟି ହାତୀଙ୍କ ମୃତ୍ୟୁକୁ ନେଇ ପରିବେଷବିତ୍ତ ଉଦବେଗ ପ୍ରକାଶ କରିଛନ୍ତି। ଗତ ଡ଼ିସେମ୍ବର ୧୨ ରେ ଏକ ହାତୀ ମୃତ ହୋଇଥିବା ବେଳେ ଜାନୁଆରୀ ୫ ରେ ଆଉ ଏକ ହାତୀ ର ମୃତ ହୋଇଥିଲା ତାହା ସାରା ରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ହାତୀ ମୃତ ଘଟଣା କୁ ଲୁଚାଇବାକୁ ଉଦ୍ୟମ ଘଟଣା ରେ ଜଣେ ଇଉୠଙ ଓ ରେଞ୍ଜର ନିଲମ୍ୱିତ ହୋଇଥିଲେ। ପୁଣି ଆଜି ଏକ ହାତୀ ମୃତ ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

  • Related Posts

    ରାଜ୍ୟ ଯୋଜନା ବୋର୍ଡ ହେଲା ‘ସିଟି-ଓଡ଼ିଶା’

    ଭୁବନେଶ୍ୱର: ଦୀର୍ଘ ଦଶନ୍ଧି ଧରି ରାଜ୍ୟର ‘ନିତି ଓ ବିକାଶ’ର ଥିଙ୍କଟ୍ୟାଙ୍କ ପାଲଟିଥିବା ‘ଯୋଜନା ବୋର୍ଡ’ ଏବେ ଇତିହାସ। କେନ୍ଦ୍ର ସରକାରଙ୍କ ନିତି ଆୟୋଗ ଢ଼ାଂଚାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ‘ଷ୍ଟେଟ୍ ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଫର୍ମେଟିଭ ଇନିସିଏଟିଭି ବା…

    Continue reading
    ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

    ଭୁବନେଶ୍ୱର: ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଆଜି ଅଷ୍ଟ୍ରେଲିଆର ବ୍ରିସବେନରେ ଇସ୍କନ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ଅଷ୍ଟ୍ରେଲିଆର କିଙ୍ଗ ଜର୍ଜ ସ୍କୋୟାର ବ୍ରିସବେନ ସିବିଡିରେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ୩୦ ପର୍ୟ୍ୟନ୍ତ ରଥଯାତ୍ରା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ