ପୁଣି ନେତା ପୁଅଙ୍କ ଦାମୀ ଗାଡ଼ି ତଳେ ଜୀବନ ଗଲା

ପୁଣି ହିଟ୍ ଆଣ୍ଡ ରନ୍ ମାମଲା। ନେତା ପୁଅଙ୍କ ଦାମୀ ଗାଡ଼ି ଚକା ତଳେ ଚାଲି ଯାଇଛି ଜଣେ ସାଧାରଣ ଲୋକର ଜୀବନ। ଦୁର୍ଘଟଣା ସମୟର ଭୟାନକ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସୂଚନା ଅନୁସାରେ, ଏହି ଦୁର୍ଘଟଣା କର୍ଣ୍ଣାଟକର ଉଡୁପିରେ ନଭେମ୍ବର ୧୩ରେ ଘଟିଥିଲା। ଏଥିରେ ଜଣେ ୩୯ ବର୍ଷୀୟ ଯୁବକ ମହମ୍ମଦ ହୁସେନଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା SUV କାର୍ ଡ୍ରାଇଭର ହେଉଛନ୍ତି କର୍ଣ୍ଣାଟକ କଂଗ୍ରେସ ନେତା ଦେବୀ ପ୍ରସାଦ ଶେଟ୍ଟୀଙ୍କ ପୁଅ ପ୍ରଜ୍ଜ୍ୱଳ ଶେଟ୍ଟୀ। ହୁସେନ ନଭେମ୍ବର ୧୩ ରାତିରେ ବାଇକ୍ ନେଇ ଯାଉଥିବା ସମୟରେ ପ୍ରଜ୍ଜ୍ୱଳ ଥାର୍ SUVରେ ଦ୍ରୁତଗତିରେ ଆସି ତାଙ୍କୁ ସାମ୍ନାପଟୁ ଧକ୍କା ଦେଇଥିଲେ। କାରର ବେଗ ଏତେ ଅଧିକ ଥିଲା ଯେ, ମହମ୍ମଦଙ୍କୁ ବାଇକ୍ ସହ କିଛି ବାଟ ଘୋଷାଡ଼ି ନେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ମାତ୍ର ପ୍ର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଘଟଣା ବାବଦରେ ଜଣାପଡ଼ିଛି। ପୁଲିସ କହିଛି ଯେ, ଦୁର୍ଘଟଣା ପରେ ପ୍ରଜ୍ଜ୍ୱଳଙ୍କୁ ଗିରଫ କରାଯାଇଥିଲା। ଏଥିସହ ତାଙ୍କ SUV କାରକୁ ମଧ୍ୟ ଜବତ କରାଯାଇଥିଲା। ମାତ୍ର ଗିରଫଦାରୀର କିଛି ସମୟ ପରେ ତାଙ୍କୁ ଜାମିନ୍ ମିଳିଯାଇଛି।

ପ୍ରକାଶ ଥାଉକି, ପ୍ରଜ୍ଜ୍ୱଳଙ୍କ ବାପା ଦେବୀ ପ୍ରସାଦ ଶେଟ୍ଟୀ ଉଡୁପି ଜିଲ୍ଲାର ବେଲାପୁ ଗାଁର ଜଣେ ଜଣାଶୁଣା କଂଗ୍ରେସ ନେତା।

Related Posts

‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି

ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ଦୁଗ୍ଧ ସମବାୟ ସଂସ୍ଥା ‘ଓମ୍‌ଫେଡ୍’ ପୁଣି ଥରେ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ନୂଆଦିଲ୍ଲୀର ପ୍ରସିଦ୍ଧ ପ୍ରଗତି ମୈଦାନସ୍ଥିତ ‘ଭାରତ ମଣ୍ଡପମ୍’ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଏକ୍ସପୋରେ ଓମ୍‌ଫେଡ୍ ସମଗ୍ର ଦେଶରେ ଶ୍ରେଷ୍ଠ…

Continue reading
ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି

ବିଶାଖାପାଟଣା: ଭାରତୀୟ ନୌସେନାରେ ସାମିଲ ହେଲା ‘INS ମହେନ୍ଦ୍ରଗିରି’ । ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ଗ୍ଲୋବାଲ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଶନିବାର ବିଶାଖାପାଟଣା ନେଭାଲ…

Continue reading

Leave a Reply

Your email address will not be published. Required fields are marked *

You Missed

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ