ପୁଣି ଲଘୁଚାପ; ଦଶହରାରେ ଭିଜିବ ଓଡି଼ଶା!

ଭୁବନେଶ୍ବର: ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଆଣ୍ଡାମାନସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ପାଣିପାଗ ବିଭାଗ ବିସ୍ତାରିତ ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଟୋବର ୧୨ରେ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୩ ତାରିଖରେ ତାହା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ୧୫ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ସମ୍ଭାବ୍ୟ ଅବପାତ ପ୍ରଭାବ ଓଡ଼ିଶା ଉପରେ କେତେ ଦୂର ରହିବ, ଗତିପଥ କ’ଣ ରହିବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏଥିପାଇଁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋୱାର୍ଣ୍ଣିଂ ଦିଆଯାଇଛି। ଅପରପକ୍ଷେ, ଉପରମୁଣ୍ଡରୁ ହୀରାକୁଦକୁ ବନ୍ୟାଜଳ ପ୍ରବେଶ କମିବା ହେତୁ ଖୋଲା ଯାଇଥିବା ୩୦ଟି ଫାଟକରୁ ୨୯ଟି ଫାଟକ ବନ୍ଦ କରି ଦିଆଯାଇଛି।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ