ପୁଣି ସକ୍ରିୟ ହେଲେ କି ପାଣ୍ଡିଆନ ?

ପୁରୀ/ଭୁବନେଶ୍ବର: ସାଧାରଣ ନିର୍ବାଚନ 2024ରେ ବିଜେଡିର ପରାଜୟ ପରେ ରାଜନୀତିରୁ ଅବସର ଘୋଷଣା କରିଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ସକ୍ରିୟ ହେଉଛନ୍ତି କି ? ଶନିବାର ବିଳମ୍ବିତ ରାତିରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ବିଜେଡି ନେତାଙ୍କ ସହ ଫଟୋ ଉଠାଇବା ପରେ ଏଭଳି ପ୍ରଶ୍ନ ରାଜ୍ୟ ରାଜନୀତିରେ ଚର୍ଚ୍ଚା ସୃଷ୍ଟି କରିଛି । ରାଜ୍ୟରେ ନୂଆ ରାଜ୍ୟପାଳ ମହାପ୍ରଭୁଙ୍କ ଦର୍ଶନ ପରେ ପୁରୀରେ ପାଣ୍ଡିଆନଙ୍କ ଆବିର୍ଭାବ ଅନେକ ରାଜନୈତିକ ଚର୍ଚ୍ଚାକୁ ଜନ୍ମ ଦେଇଛି ।

2024 ଜୁନ ମାସ ପର ଠାରୁ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହିଛନ୍ତି । କିନ୍ତୁ ପ୍ରଚ୍ଛଦପଟରେ ରହି ପାଣ୍ଡିଆନ ବିଜେଡିକୁ ପରିଚାଳନା କରୁଥିବା ବିଜେଡିର ଅନେକ ନେତା ଅତୀତରେ ଅଭିଯୋଗ କରିଛନ୍ତି । ପତ୍ନୀ ସୁଜାତାଙ୍କୁ ବିଜେଡି ରାଜନୀତିରେ ଏଣ୍ଟ୍ରି କରେଇବାରେ ପାଣ୍ଡିଆନଙ୍କ ହାତ ଥିବା କୁହାଯାଏ । ଦଳ ଭିତରେ ଓ ବାହାରେ ହେଉଥିବା ଏହି ଚର୍ଚ୍ଚାରେ ସତ୍ୟତା ଥିବା ଶନିବାର ପାଣ୍ଡିଆଙ୍କ ପୁରୀ ଗସ୍ତରୁ ସ୍ପଷ୍ଟ ହେବାରେ ଲାଗିଛି । ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ ବିଜେଡିର ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କ ସମେତ ଦଳର ଯୁବ ଓ ଛାତ୍ର ସଂଗଠନର ସଦସ୍ୟମାନେ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କ ଦର୍ଶନ ପରେ ସେ ସ୍ଥାନୀୟ ବିଜେଡି ନେତାଙ୍କ ସହ ଫଟୋ ଉଠାଇଥିଲେ । ତେବେ ଏହି ସମୟରେ ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କ ଅନୁପସ୍ଥିତି ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

୨୦୨୪ ନିର୍ବାଚନ ପରେ ପାଣ୍ଡିଆନ ରାଜନୀତିରୁ ଅବସର ଘୋଷଣା କରିଥିଲେ । ଏହାପରଠାରୁ ବିଜେଡି ନେତାଙ୍କ ସହ ତାଙ୍କର ଏଭଳି ଖୋଲାଖୋଲି ଫଟୋ ସାମ୍ନାକୁ ଆସିନଥିଲା । ଏବେ ଶ୍ରୀମନ୍ଦିରରେ ଦର୍ଶନ ଏବଂ ଦଳୀୟ ନେତାଙ୍କ ସହ ତାଙ୍କର ସାକ୍ଷାତକୁ ନେଇ ରାଜନୈତିକ ମହଲରେ ନୂଆ ସମୀକରଣର ଆଲୋଚନା ଆରମ୍ଭ ହୋଇଛି । ବିଶେଷ କରି ସମ୍ପ୍ରତି ଛାତ୍ର ସଂସଦ ନିର୍ବାଚନରେ ବିଜେଡିର ଛାତ୍ର ସଂଗଠନର ପ୍ରଦର୍ଶନ ପରେ ପାଣ୍ଡିଆନଙ୍କ ଏହି ଉପସ୍ଥିତିକୁ ଅନେକ ଦିଗରୁ ଗୁରୁତ୍ୱ ବହନ କରୁଛି । ବିଜେଡିର ସାଂଗଠନିକ କାର୍ଯ୍ୟକଳାପରେ ସେ ପୁଣି ଭୂମିକା ନେବେ କି, ନା ଏହା କେବଳ ଏକ ଧାର୍ମିକ ଗସ୍ତ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ରାଜନୀତିକୁ ଫେରିବା ନେଇ ପାଣ୍ଡିଆନଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

  • Related Posts

    ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ କଳଙ୍କିତ ଅଧ୍ୟାୟର ଆଖ୍ୟା ଦେଇଛନ୍ତି ଯୁବସମାଜ

    ଭୁବନେଶ୍ବର,: ଛାତ୍ର ସଂସଦ ନିର୍ବାଚନକୁ ନେଇ ତେଜିଲା ରାଜନୀତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ପରେ କଡା ଜବାବ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ ଓଡ଼ିଶାରେ ଛାତ୍ର ସଂସଦ…

    Continue reading
    ABVPର ବିଜୟ ପରେ ଶାହାଙ୍କ ଅଭିନନ୍ଦନ

    ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର କର୍ମୀମାନଙ୍କୁ ସେମାନଙ୍କର ବଡ଼ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଶନିବାର (ଅକ୍ଟୋବର ୧୭) ସେ କହିଛନ୍ତି ଯେ, ସଂଗଠନର ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି