ପୁରୀ-କୋଣାର୍କ ନୂଆ ଲାଇନ୍‌ରେ ନୂଆ କୋଚିଂ ଟର୍ମିନାଲ ଡିପୋ

ଭୁବନେଶ୍ୱର: ଆସନ୍ତା ୫ ବର୍ଷରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଚାଲିବ ଦୁଇ ଗୁଣରୁ ଅଧିକ ଟ୍ରେନ । ୨୦୩୦ ବେଳକୁ ଭୁବନେଶ୍ୱର ସହିତ ପୁରୀ ଷ୍ଟେସନର ବି କ୍ଷମତା ଦୁଇ ଗୁଣ ବଢ଼ିବ । ସେଥିପାଇଁ ପ୍ରମୁଖ ଭିତ୍ତିଭୂମିର ଉନ୍ନତୀକରଣ କରାଯିବ । ରେଳ ମନ୍ତ୍ରଣାଳୟ ଦ୍ୱାରା ଆସନ୍ତା ୫ ବର୍ଷରେ ଦୁଇ ଗୁଣା ଅଧିକ ଟ୍ରେନ ଚଳାଇବା ପାଇଁ ଚିହ୍ନଟ ୪୮ ଷ୍ଟେସନରୁ ଓଡ଼ିଶାର ୨ ଷ୍ଟେସନ ମଧ୍ୟରେ ଭୁବନେଶ୍ୱର ଓ ପୁରୀ ରହିଛି । ଏହା ସହିତ ପୂର୍ବତଟ ରେଳପଥ ଅଧୀନରେ ଆସୁଥିବା ବିଶାଖାପାଟଣାର ଷ୍ଟେସନର ମଧ୍ୟ ବିକାଶ କରାଯିବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ କହିଛନ୍ତି, ଆମେ କୋଚିଂ ଟର୍ମିନାଲଗୁଡ଼ିକର ସମ୍ପ୍ରସାରଣ କରୁଛୁ । ବର୍ଦ୍ଧିତ ଯାତ୍ରୀ ଚାହିଦା ପୂରଣ କରିବା ଲାଗି ଷ୍ଟେସନର କ୍ଷମତା ବୃଦ୍ଧି କରୁଛୁ । ଏହି ପଦକ୍ଷେପ ଆମର ରେଳ ନେଟୱାର୍କକୁ ଉନ୍ନତ କରିବ । ୨୦୩୦ ସୁଦ୍ଧା ଏହି ସହରଗୁଡ଼ିକରେ ଟ୍ରେନ ଯାତାୟାତ ଦୁଇଗୁଣ କରିବା ପାଇଁ ଅତିରିକ୍ତ ପ୍ଲାଟଫର୍ମ ନିର୍ମାଣ କରାଯିବ । ଏହାର ଆଖପାଖରେ ନୂତନ ଟର୍ମିନାଲଗୁଡ଼ିକୁ ଚିହ୍ନଟ କରି ମେଗା କୋଚିଂ କମ୍ପେ୍ଲକ୍ସ ସମେତ ରକ୍ଷଣାବେକ୍ଷଣ ସୁବିଧା ବିକାଶ କରାଯିବ । ପୁରୀରେ ଏବେ ଛଅଟି ଲାଇନ୍ ଥିବା ବେଳେ ଦୁଇଟି ଅତିରିକ୍ତ ଲାଇନ ନିର୍ମାଣାଧୀନ ଅଛି । ସମ୍ପୂର୍ଣ୍ଣ କୋଚିଂ ରକ୍ଷଣାବେକ୍ଷଣ ସୁବିଧାକୁ ମଞ୍ଜୁରୀପ୍ରାପ୍ତ ପୁରୀ-କୋଣାର୍କ ନୂଆ ଲାଇନରେ କରାଯିବ । ଏହା ବ୍ୟତୀତ ନ୍ୟୁ ଭୁବନେଶ୍ୱର ଷ୍ଟେସନକୁ ଏକ ସାଟେଲାଇଟ୍ କୋଚିଂ ଟର୍ମିନାଲ ଭାବେ ବିକଶିତ କରାଯାଉଛି । ଯେଉଁଥିରେ ମଞ୍ଚେଶ୍ୱରରେ ଦୁଇଟି ପିଟ୍ ଲାଇନ୍ ରହିବ । ସ୍ଥାନର ଅଭାବ ଯୋଗୁଁ ନିକଟସ୍ଥ ଅଞ୍ଚଳରେ ନୂଆ ପ୍ରସ୍ତାବିତ ଡିପୋ ପ୍ରତିଷ୍ଠା କରାଯିବ ।

  • Related Posts

    ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହେଲା ସ୍ଵଗଣନା

    ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା । ଏଣିକି ଘରେ ବସି ନିଜେ କରି ପାରିବେ ସ୍ଵ-ଜନଗଣନା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ-ଜନଗଣନା । ରାଜ୍ୟପାଳ ନିଜ ମୋବାଇଲରୁ ଲଗିନ କରି ଜନଗଣନା କରିଛନ୍ତି।…

    Continue reading
    ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି

    ଭୁବନେଶ୍ୱର : ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚିଠି। ୪ ପୃଷ୍ଠାର ଚିଠି ଲେଖିଛନ୍ତି ପିଏମ୍। ଓଡ଼ିଆ ଅସ୍ମିତା, ସମୃଦ୍ଧ ପରମ୍ପରା ଓ ମନମୁଗ୍ଧକର ଐତିହ୍ୟର କଥା ଉଲ୍ଲେଖ ରହିଛି। ବିଜୁ ବାବୁଙ୍କ ସାହାସିକତାକୁ ଭୁରି ଭୁରି ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ