ପୁରୀରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ପରିବାର

ପୁରୀ।୧୫ ଜାନୁଆରୀ,୨୦୨୬: ଓଡ଼ିଶାରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ତାଙ୍କ ପରିବାର ସହ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି । ଶିଳ୍ପାଙ୍କ ସହ ମା’ ସୁନନ୍ଦା ସେଟ୍ଟୀ, ଭଉଣୀ ସମିତା ସେଟ୍ଟୀ ମଧ୍ୟ ଆସିଛନ୍ତି। ଶ୍ରୀମନ୍ଦିରର ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସହପରିବାର ଦର୍ଶନ କରିବା ସହ ଆଶିଷ କାମନା କରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ କୌଳିକ ପଣ୍ଡା ସ୍ୱାଗତ କରିଥିଲେ। ଏହାପରେ ଶ୍ରୀମନ୍ଦିର ବାଇଶି ପାହାଚ ଦେଇ ଭିତରକୁ ଯାଇଥିଲେ। ଶିଳ୍ପା ଜଗନ୍ନାଥଙ୍କ ଦର୍ଶନ କରିବା ପରେ ବେଶ ଖୁସି ହୋଇଛନ୍ତି। ଶ୍ରୀଜଗନ୍ନାଥଙ୍କ ଦର୍ଶନ କେବଳ ଭାଗ୍ୟରେ ଥିଲେ ମିଳେ। ମହାପ୍ରଭୁ ଚାହିଁଲେ କାହାରି ଦୁଃଖ ରହିବ ନାହିଁ, ସତ ମନରେ ପ୍ରଭୁଙ୍କୁ ସ୍ମରଣ କଲେ ଶ୍ରୀଜଗନ୍ନାଥ ଦୁଃଖ ଶୁଣନ୍ତି। ଭଗବାନଙ୍କ ପାଖରେ କେହି ଧନୀ ଗରିବ ନୁହଁନ୍ତି, ଯିଏ ଏହି ଧାମକୁ ଆସିଛି ଖାଲି ହାତରେ ଫେରେ ନାହିଁ। ବୋଲି କହିଛନ୍ତି ଶିଳ୍ପା।

  • Related Posts

    କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ? କେମିତି କରିବେ ଏହାର ଉପଚାର ?

    ଆଜିକାଲି ଖରାପ ଜୀବନଶୈଳୀ ଯୋଗୁଁ ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ…

    Continue reading
    କେଉଁ ସମସ୍ୟା ଥିଲେ କଦଳୀ ଖାଇବା ଅନୁଚିତ୍‌

    ମେଦବହୁଳ ସମସ୍ୟା କଦଳୀରେ ଅଧିକ କ୍ୟାଲୋରି , କାର୍ବୋହାଇଡ୍ରେଟସ ଏବଂ ସୁଗାର ରହିଥାଏ । ଯ଼ାହା ମୋଟା ହେବାରେ ସହାୟକ ହୋଇଥାଏ। ତେଣୁ ମେଦବହୁଳ ସମସ୍ୟା ଦେଇ ଗତି କରୁଥିବା ଲୋକେ କଦଳୀଠୁ ଦୂରେଇ ରହିବା ଉଚିତ । ହାୟପରକେଲେମିଆ କଦଳୀରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ