ଭୁବନେଶ୍ୱର:ସୋମବାର ଭୁବନେଶ୍ୱରରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ରାଜ୍ୟରେ ରାଜ୍ୟରେ ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜିର କୌଣସି ଅଭାବ ନାହିଁ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଏହା ସହ ଲୋକଙ୍କୁ ଗୁଜବର ବିଶ୍ୱାସ ନ କରିବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି। ଓଡ଼ିଶାରେ ଇନ୍ଧନ ସଙ୍କଟକୁ ନେଇ ଚାରିଆଡ଼େ ଚର୍ଚ୍ଚା ଓ ପମ୍ପରେ ଲମ୍ବା ଲାଇନ୍ ଦେଖାଯାଉଥିବା ବେଳେ ଲୋକମାନେ ଅଯଥାରେ ଭୟଭୀତ ହୋଇ ପମ୍ପଗୁଡ଼ିକରେ ଭିଡ଼ କରିବାର କୌଣସି ଆବଶ୍ୟକତା ନାହିଁ। ବୈଠକରେ ତେଲ ବିପଣନ କମ୍ପାନୀମାନେ ସରକାରଙ୍କୁ ସ୍ପଷ୍ଟ କରିଥିଲେ ଯେ ରାଜ୍ୟରେ ପେଟ୍ରୋଲ, ଡିଜେଲ, ଏଲପିଜି ଓ ୟୁରିଆର ମହଜୁଦ ରହିଛି ଏବଂ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ଅଛି। ଅନୁ ଗର୍ଗ ସଚେତନ କରାଇଛନ୍ତି ଯେ ଯେଉଁମାନେ ଅବୈଧ ଭାବରେ ଇନ୍ଧନ ମହଜୁଦ କରିବେ କିମ୍ବା କୃତ୍ରିମ ସଙ୍କଟ ସୃଷ୍ଟି କରିବେ, ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ମଧ୍ୟ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍
ଭୁବନେଶ୍ୱର: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର କ୍ଷମତାକୁ ଆସିବା ପରେ ଡାକ୍ତରୀ ସିଟ୍ ସଂଖ୍ୟା ବୃଦ୍ଧିକୁ ଗୁରୁତ୍ୱ ଦେଉଛନ୍ତି। ଗତ ୨ ବର୍ଷରେ…



