ପେପର୍‌ଲେସ୍‌ ଟିକଟ ପାଇଁ କ୍ରୁଟ ପକ୍ଷରୁ ପ୍ରୟାସ

ଭୁବନେଶ୍ୱର : ବସ୍‌ କିମ୍ବା ଘରେ ଥାଇ ସିଧା ଟିକଟ୍‌ କରି ହେବ । ଫୋନ୍‌ ପେ, ଗୁଗୁଲ ପେ ଭଳି ଆପ୍‌ରେ ଟିକଟ କରି ପାରିବେ ଯାତ୍ରୀ । ଏନେଇ କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ ଟ୍ରାନ୍‌ସପୋର୍ଟ (କ୍ରୁଟ) ଓପନ୍‌ ନେଟୱାର୍କ ଫର୍‌ ଡିଜିଟାଲ୍‌ କମର୍ସ (ଓଏନ୍‌ଡିସି) ପ୍ଲାଟଫର୍ମରେ ଡିଜିଟାଲ୍‌ ଟିକଟ୍‌ ବିକ୍ରେତା ଭାବରେ ପଞ୍ଜିକୃତ ହୋଇଛି । ମଙ୍ଗଳବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ, କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍‌. ଥିରୁମାଲା ନାୟକ, ଓଏନ୍‌ଡ଼ିସିର ଉପସଭାପତି ନିତିନ ନାୟାର ପ୍ରମୁଖଙ୍କ ଉପସ୍ଥିତିରେ ମୋ ବସ୍‌ ଅନ୍‌ଲାଇନ୍‌ ଟିକଟ୍‌ର ଶୁଭାରମ୍ଭ ହୋଇଛି।

ପେପର୍‌ଲେସ୍‌ ଟିକଟ ପାଇଁ କ୍ରୁଟ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ଆଜି ଓଏନ୍‌ଡିସି ସହିତ ଚୁକ୍ତି ହୋଇଛି । ଜଣେ ଯାତ୍ରୀ ଫୋନ୍‌ ମାଧ୍ୟମରେ ବସ ଟିକଟ କରି ପାରିବେ । ସେଠାରୁ ଟିକଟ୍‌ ଡାଉନଲୋଡ୍‌ କରିପାରିବେ । ଟିକଟର ମୂଲ୍ୟ ସିଧା ମୋ ବସ୍‌ ଆକାଉଣ୍ଟକୁ ଯିବ । ଚାଲା ମୋବିଲିଟି ପ୍ରାଇଭେଟ୍‌ ଲିମିଟେଡ୍‌ ହେଉଛି ଏହି ପ୍ଲାଟଫର୍ମର ପ୍ରଥମ କ୍ରେତା । ଏଥିରେ ଯାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ଟିକଟ୍‌ କରିବାର ବିକଳ୍ପ ରହିଛି । ଜଣେ ସାଧାରଣ ଯାତ୍ରୀ ଯେ କୌଣସି ଓଏନ୍‌ଡିସି ଅନୁରୂପ ଆପ୍‌ ମାଧ୍ୟମରେ ମୋ ବସ୍‌ ଅନ୍‌ଲାଇନ୍‌ ଟିକେଟ୍‌ କ୍ରୟ କରିପାରିବ ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ