ପୋଲିସର ଆକ୍ରମଣକୁ ବିରୋଧୀ ଦଳ ନେତାଙ୍କ ନିନ୍ଦା

ଭୁବନେଶ୍ୱର : ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିସିଙ୍କ ଆତ୍ମଦାହ ଘଟଣାରେ ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା । ଏଥିରେ ବିଜେଡିର ହଜାର ହଜାର କର୍ମୀ ଶାନ୍ତିପୂର୍ଣ୍ଣ ଭାବରେ ଲୋୟର ପିଏମଜି ଠାରେ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କଡା ଭାଷାରେ ନିନ୍ଦା କରିଛନ୍ତି ।

ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ପୋଲିସର ଏଭଳି ଅତ୍ୟାଚାରକୁ ନବୀନ ପଟ୍ଟନାୟକ ବର୍ବୋରୋଚିତ ବୋଲି ବର୍ଣ୍ଣନା କରିଛନ୍ତି । ଏହି ଘଟଣାରେ ବହୁ ବିଜେଡି କର୍ମୀ ଓ ସାଧାରଣ ଲୋକ ପୋଲିସ ଆକ୍ରମଣରେ ଆହତ ହେବା ଖବରରେ ନବୀନ ଉଦବେଗ ପ୍ରକାଶ କରିଛନ୍ତି ।

ପୋଲିସ ଆକ୍ରମଣରେ ଆହତ ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ନବୀନ ପଟ୍ଟନାୟକ ଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଓ ଆଶୁ ଆରୋଗ୍ୟ କାମନା କରିଥିଲେ ।

  • Garvita Odia

    Related Posts

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟ ଘଟଣାକୁ ନେଇ ଉଠୁଛି ପଡୁଛି ସାରା ରାଜ୍ୟ । ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଇନ୍ତି। ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି…

    ଟ୍ବିନ୍ ସିଟିରେ ପିକେଟିଂ

    ଭୁବନେଶ୍ୱର: ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତିକୁ ନେଇ ନ୍ୟାୟ ଦାବିରେ ଆଜି କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଫଳରେ ଦିଆଯାଇଥିବା ବନ୍ଦ ଡାକରା ଯୋଗୁ ଚକ ଅଖ ସବୁ ବନ୍ଦ ରହିଛି । ଛାତ୍ରୀଙ୍କୁ…

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ଓଡ଼ିଶା ବନ୍ଦ ଲୋକଙ୍କର ହେଉ: ବିରୋଧୀ

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା; ୨୧ରେ ସଂସଦ ଘେରାଉ କରିବ କଂଗ୍ରେସ

    ଟ୍ବିନ୍ ସିଟିରେ ପିକେଟିଂ

    ଟ୍ବିନ୍ ସିଟିରେ  ପିକେଟିଂ

    ଓଡ଼ିଶା ବନ୍ଦ: ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ

    ଓଡ଼ିଶା ବନ୍ଦ: ମେଡିକାଲ ଯାଇ ପାରୁନାହାନ୍ତି ରୋଗୀ

    ରାନ୍ୟା ରାଓଙ୍କୁ ଏକ ବର୍ଷ ଜେଲ୍ ଦଣ୍ଡ

    ରାନ୍ୟା ରାଓଙ୍କୁ  ଏକ ବର୍ଷ ଜେଲ୍ ଦଣ୍ଡ

    ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା

    ପୁଲିସର ବର୍ବରୋଚିତ ଆକ୍ରମଣ ଘଟଣାକୁ ବିଜେଡିର ଦୃଢ଼ ନିନ୍ଦା