ଭୁବନେଶ୍ୱର : ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ଲୋକସଭାକୁ ଯିବା ନିଶ୍ଚିତ ହୋଇଯାଇଛି । ରାହୁଲ ଗାନ୍ଧୀ ୱାୟନାଡ ଆସନ ଛାଡ଼ିବା ପରେ ପ୍ରିୟଙ୍କା ସେଠାରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିଲେ । କେରଳରେ ବିଜେପିର ସେଭଳି ଶକ୍ତି ନଥିବାରୁ ପ୍ରିୟଙ୍କାଙ୍କ ସହ ସିପିଆଇ ନେତା ସଥ୍ୟାନ ମୋକେରିଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଏବେବି ଗଣତି ଜାରି ରହିଥିଲେ ମଧ୍ୟ ପ୍ରିୟଙ୍କା ବାଜିମାତ୍ କରିସାରିଛନ୍ତି । ଏଯାବତ୍ ସେ ୬ ଲକ୍ଷ ୨୨ ହଜାରରୁ ଅଧିକ ଭୋଟ ପାଇବା ସହ ୪ ଲକ୍ଷରୁ ଉଦ୍ଧ୍ୱର୍ ଭୋଟରେ ଆଗୁଆ ରହିଛନ୍ତି । ଅପରପକ୍ଷରେ ସିପିଆଇ ନେତା ସଥ୍ୟାନ ମୋକେରି ମାତ୍ର ୨ ଲକ୍ଷ ଭୋଟ୍ ପାଇଛନ୍ତି । ଯେତେବେଳେକି ବିଜେପିର ନାଭ୍ୟା ହରିଦାସଙ୍କୁ ୧ ଲକ୍ଷ ଭୋଟ ମିଳିଛି । ୪ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଥିବାରୁ ପ୍ରିୟଙ୍କା ବିଜୟ ସୁନିଶ୍ଚିତ ହୋଇସାରିଛି । ଏବେ କେବଳ ତାଙ୍କର ବିଜୟ ବ୍ୟବଧାନ କେତେ ରହିବ ତାହା ଦେଖିବାକୁ ବାକି ରହିଲା ।
ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ
କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…




