ପ୍ରବଳ ବର୍ଷା ପବନ ନେଇ ୧୫ ରାଜ୍ୟକୁ ରେଡ୍ ଆଲର୍ଟ

ଦେଶରେ ମୌସୁମୀ ଆସିବା ପରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଅରୁଣାଚଳ ପ୍ରଦେଶ ଓ ଆସାମ ସହ ଅନେକ ରାଜ୍ୟରେ ଭାରୀ ବର୍ଷା ହେଉଛି। ଦିଲ୍ଲୀରେ କେଉଁଠି ପ୍ରଚଣ୍ଡ ଗରମ ଯୋଗୁଁ ଲୋକେ ସନ୍ତୁଳି ହେଉଛନ୍ତି ତ ପୁଣି ଉତ୍ତର ପ୍ରଦେଶର ଅନେକ ଜିଲ୍ଲାକୁ ଝଡ଼ବର୍ଷା ହେବା ନେଇ ଚେତାବନୀ ଜାରି କରାଯାଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସାରା ଦେଶର ପାଣିପାଗରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଗୋଟିଏ ପଟେ ଆସାମ ଏବଂ ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟ ପ୍ରବଳ ବର୍ଷା ପରେ ବନ୍ୟାର ସମ୍ମୁଖୀନ ହେଉଛି। ଅନ୍ୟ ପଟେ ଦିଲ୍ଲୀ ଏବଂ ରାଜସ୍ଥାନରେ ଲୋକେ ପ୍ରଚଣ୍ଡ ଗରମ ଯୋଗୁଁ କଲବଲ ହେଉଛନ୍ତି। ଏହି ସମୟରେ, ପାଣିପାଗ ବିଭାଗ ୧୫ଟି ରାଜ୍ୟ ପାଇଁ ନୂଆ ଆଲର୍ଟ ଜାରି କରିଛନ୍ତି। ଏହି ରାଜ୍ୟଗୁଡ଼ିକରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।”
ଯେଉଁ ରାଜ୍ୟଗୁଡ଼ିକ ପାଇଁ ଆଲର୍ଟ ଜାରି କରାଯାଇଛି, ସେଗୁଡ଼ିକ ମଧ୍ୟରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ଜମ୍ମୁ-କାଶ୍ମୀର, ଛତିଶଗଡ଼, କେରଳ, ତାମିଲନାଡୁ ଏବଂ ଆସାମ ରହିଛି।ଦିଲ୍ଲୀ-ଏନସିଆର୍ (NCR) ବାସିନ୍ଦାଙ୍କୁ ପ୍ରଚଣ୍ଡ ଗରମରୁ ଖୁବ୍ ଶୀଘ୍ର ଆଶ୍ୱସ୍ତି ମିଳିବାକୁ ଯାଉଛି। ପାଣିପାଗ ବିଭାଗ ମଙ୍ଗଳବାର (୩୦ ଜୁନ୍) ଏବଂ ବୁଧବାର (୧ ଜୁଲାଇ) ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଏହି ସମୟ ମଧ୍ୟରେ ଝଡ଼ବର୍ଷା ହେବାର ପୂର୍ଣ୍ଣ ସମ୍ଭାବନା ରହିଛି। ୧ ଜୁଲାଇ ପରଠାରୁ ବର୍ଷାର ବେଗ ଆହୁରି ବଢ଼ିପାରେ।
ଉତ୍ତର ପ୍ରଦେଶର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି। ୨୯ ଜୁନ ପ୍ରୟାଗରାଜ, କାନପୁର, ଆଗ୍ରା, ମଥୁରା, ଗାଜିଆବାଦ, ନୋଏଡା (ଗୌତମବୁଦ୍ଧ ନଗର), ମୋରାଦାବାଦ ଏବଂ ସୁଲତାନପୁର ସମେତ ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ଧୂଳିଝଡ଼ ବହିପାରେ।

ସେହିପରି ବିହାରର ପାଟନା, ପଶ୍ଚିମ ଓ ପୂର୍ବ ଚମ୍ପାରଣ, ମୁଜାଫରପୁର, ଗୟା ଏବଂ ଭାଗଲପୁର ସମେତ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଓ ଝଡ଼ତୋଫାନର ଆଲର୍ଟ ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନର ଝଟକା ରହିବ, ଏନେଇ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ରାଜସ୍ଥାନର ଜୟପୁର, ବିକାନେର, ଭରତପୁର, ଅଜମେର ଏବଂ କୋଟା-ଉଦୟପୁର ସଂଭାଗରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହି ସପ୍ତାହରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ରାଜଧାନୀ ଜୟପୁରରେ ୨ ଜୁଲାଇରୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି, ଯାହା ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଜାରି ରହିବ।

ପଶ୍ଚିମବଙ୍ଗର ଦାର୍ଜିଲିଂ, କାଲିମ୍ପୋଙ୍ଗ, ଜଲପାଇଗୁଡ଼ି ଏବଂ ଅଲିପୁରଦ୍ଵାର ଭଳି ପାର୍ବତ୍ୟ ଜିଲ୍ଲାଗୁଡ଼ିକରେ ୨୦୦ ମିଲିମିଟର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ରେଡ୍ ଆଲର୍ଟ ଜାରି କରାଯାଇଛି। ଗତ କିଛି ଦିନ ହେବ କ୍ରମାଗତ ଭାବେ ହେଉଥିବା ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି, ଯାହାଫଳରେ ପାହାଡ଼ିଆ ଅଞ୍ଚଳଗୁଡ଼ିକର ସମତଳ ଅଞ୍ଚଳ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଛି ଏବଂ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

କେରଳର କାସରଗୋଡ଼, କନ୍ନୁର ଏବଂ ୱାୟନାଡ ସମେତ ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି, ସେହିପରି ବାକି ୧୦ଟି ଜିଲ୍ଲାରେ ୟେଲୋ ଆଲର୍ଟ ରହିଛି।

ତାମିଲନାଡୁର ଚେନ୍ନାଇ, ନୀଳଗିରି ଏବଂ କୋଏମ୍ବାଟୁରର ପାର୍ବତ୍ୟ ଅଞ୍ଚଳ ସମେତ ଅନେକ ଭାଗରେ ପ୍ରବଳ ପବନ ସହ ବର୍ଷାର ଚେତାବନୀ ଦିଆଯାଇଛି। ଚେନ୍ନାଇରେ ସର୍ବୋଚ୍ଚ ତାପମାତ୍ରା 37°C ପାଖାପାଖି ରହିବା ନେଇ ଆଶା କରାଯାଉଛି।

  • Related Posts

    ମନ୍ଦିରରେ ଦଳାଚକଟା: ୭ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

    ବିହାରର ଲକ୍ଷୀସରାଇ ଜିଲ୍ଲାସ୍ଥିତ ଅଶୋକ ଧାମ ମନ୍ଦିରରେ ସୋମବାର ଦଳାଚକଟାରେ ୭ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ବିଦ୍ୟୁତ୍ ତାର ଛିଣ୍ଡିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା…

    Continue reading
    ହୋଟେଲରେ ଅଗ୍ନିକାଣ୍ଡ, 7 ମୃତ

    କଲିକତା : ଆଜି ସକାଳୁ ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ଘରୋଇ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ରାମପୁରହାଟ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ