ପ୍ରବାସୀ ଭାରତୀୟ ଦିବସ ପାଇଁ ୱେବସାଇଟ ଉନ୍ମୋଚିତ

ନୂଆଦିଲ୍ଲୀ: ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ ୱେବସାଇଟ ଉନ୍ମୋଚିତ । ୱେବସାଇଟକୁ ମିଳିତ ଭାବେ ବିଦେଶ ବ୍ୟାପର ମନ୍ତ୍ରୀ ସୁବ୍ରବଣ୍ୟମ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି । ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଭବନ ସ୍ଥିତ ସିବି ମୁଥାମା ହଲରେ ୱେବସାଇଟ ଉନ୍ମୋଚିତ ହୋଇଛି । ଆସନ୍ତା ବର୍ଷ ଜାନୁଆରୀ ୮ ତାରିଖରୁ ଭୁବନେଶ୍ୱର ଜନତା ମଇଦାନରେ ଏହି ମହୋତ୍ସବ ତିନି ଦିନ ପାଇଁ ଅନୁଷ୍ଠିତ ହେବ ।
ଭୁବନେଶ୍ୱରର ଜନତା ମଇଦାନରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବ । ଜାନୁଆରୀ ୮ ତାରିଖରୁ ଏହି ତିନି ଦିନିଆ ସମାରୋହ ଜାନୁଆରୀ ୧୦ ତାରିଖ ଯାଏଁ ଚାଲିବ । କାର୍ୟ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବାର କାର୍ୟ୍ୟକ୍ରମ ସ୍ଥିରିକୃତ ହୋଇଛି । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଯାପନୀ କାର୍ୟ୍ୟକ୍ରମରେ ସାମିଲ ହେବେ । କାର୍ୟ୍ୟକ୍ରମର ବିଭିନ୍ନ ଦିନରେ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ । ଏ ନେଇ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଭବନର ସିବି ମୁଥାମା ହଲରେ ୱେବସାଇଟ ଉନ୍ମୋଚିତ ହୋଇଛି ।
ୱେବସାଇଟ ହେଉଛି pbdindia.gov.in । ଏହାକୁ ମିଳିତ ଭାବେ ବିଦେଶ ବ୍ୟାପର ମନ୍ତ୍ରୀ ସୁବ୍ରବଣ୍ୟମ ଜୟଶଙ୍କର ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି ।

  • Related Posts

    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading
    ଫ୍ରାନ୍ସ, ସ୍ଲୋଭାକିଆ ଗସ୍ତରେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଫ୍ରାନ୍ସ ଏବଂ ସ୍ଲୋଭାକିଆକୁ ଦୁଇ ରାଷ୍ଟ୍ର ଗସ୍ତ ପାଇଁ ଯାତ୍ରା କରିଛନ୍ତି । ପ୍ରତିରକ୍ଷା ସହଯୋଗ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ତାଙ୍କ ଆଲୋଚନାର ମୁଖ୍ୟ କେନ୍ଦ୍ରବିନ୍ଦୁ ହେବ ବୋଲି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ