
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା କଂଗ୍ରେସ ବିଧାୟକ ସୋଫିଆ ଫିଦେ୍ର୍ଧାଷ ଶନିବାର ବିଜେଡି ସହ କଂଗ୍ରେସର ବୁଝାମଣାକୁ ନେଇ ବିଷୋଦଗାର କରିଛନ୍ତି । କେବଳ ସେତିକି ନୁହେଁ ରାଜ୍ୟସଭା ପ୍ରାର୍ଥୀ ଚୟନ ପୂର୍ବରୁ ଆଲୋଚନା ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ ପ୍ରାର୍ଥୀ ଚୟନ ପୂର୍ବରୁ ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାଆନ୍ତା । ନୂଆପଡ଼ା ଉପନିର୍ବାଚନକୁ ମୋତେ ଡକାଯାଇନଥିଲା । ମୋ ନିର୍ବାଚନମଣ୍ଡଳୀରେ କାହାକୁ ନେଇ କଂଗ୍ରେସ ସହ ସାମିଲ କଲେ ସେନେଇ ମଧ୍ୟ ଦଳୀୟ ନେତୃବୃନ୍ଦ ଜଣାଉନାହାନ୍ତି ବୋଲି ସୋଫିଆ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ କଂଗ୍ରେସ ବିଧାୟକ ବେଙ୍ଗାଲୁରୁ ଯିବାକୁ ନେଇ ମଧ୍ୟ ସୋଫିଆ ଶୁକ୍ରବାର ନିଜର ଅସନ୍ତୋଷ ଝାଡ଼ିବା ସହ ଏହାକୁ ନାପସନ୍ଦ କରିଥିଲେ




