ପ୍ରିନ୍ସିପାଲ୍‌ଙ୍କୁ ଗୁଳି କରି ହତ୍ୟାକଲେ ଦ୍ୱାଦଶ ଶ୍ରେଣୀ ଛାତ୍ର

ଛତରପୁର: ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ୍‌ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହିତ ଛାତ୍ର ଜଣକ ତାଙ୍କ ସହଯୋଗୀଙ୍କ ସହ ମିଶି ପ୍ରିନ୍ସିପାଲ୍‌ ଏସ୍‌.କେ. ସାକ୍ସେନା (୫୫)ଙ୍କ ସ୍କୁଟର ନେଇ ପଳାଇଛନ୍ତି। ସ୍କୁଲ କ୍ୟାମ୍ପସ୍‌ରେ ଶୁକ୍ରବାର ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ପି ଆଗମ ଜୈନ କହିଛନ୍ତି।

ପୋଲିସ କହିବା ଅନୁଯାୟୀ, ୨ ଛାତ୍ର ବିଳମ୍ବରେ ସ୍କୁଲକୁ ଆସିବାରୁ ପ୍ରିନ୍ସିପାଲ ସେମାନଙ୍କୁ ଗାଳି ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ୨ ଛାତ୍ର ପ୍ରିନ୍ସପାଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସାକ୍ସେନା ୫ ବର୍ଷ ହେଲା ଧାମୋରା ଗଭର୍ନମେଣ୍ଟ ହାୟର ସ୍କୁଲର ପ୍ରିନ୍ସିପାଲ ରହିଥିଲେ। ସେ ଅପରାହ୍ନରେ ସ୍କୁଲ୍‌ ଟଏଲେଟ୍‌କୁ ଯାଉଥିବାବେଳେ ଛାତ୍ର ଜଣକ ତାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଦେଶୀ ପିସ୍ତଲରୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ସାକ୍ସେନାଙ୍କ ମୃତ୍ୟୁ ଘଟିଥିବା ଜିଲା ଶିକ୍ଷା ଅଧିକାରୀ କହିଛନ୍ତି।

ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଉଭୟ ଛାତ୍ରଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲକୁ ଏପର୍ଯ୍ୟନ୍ତ ଜବତ କରାଯାଇପାରି ନାହିଁ। ସ୍କୁଲ୍‌ ଶିକ୍ଷକ ହରିଶଙ୍କର ଯୋଷୀଙ୍କ କହିବା ଅନୁଯାୟୀ, ସାକ୍ସେନା ଜଣେ ଭଲ ମଣିଷ ଥିଲେ। ତେବେ ଆକ୍ରମଣକାରୀ ଛାତ୍ର ଜଣକ ଜଣେ ବଦନାମୀ ପିଲା, ଯିଏକି ନିଜ ଇଚ୍ଛାରେ ସ୍କୁଲ ଆସୁଥିଲେ। ପ୍ରିନ୍ସିପାଲ୍‌ ଏଭଳି ପିଲାଙ୍କୁ ଭଲ ବାଟକୁ ଆସିବା ପାଇଁ ସବୁବେଳେ ବୁଝାଉଥିଲେ ବୋଲି ଯୋଷୀ କହିଛନ୍ତି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ