ପ୍ରେମିକାଙ୍କୁ ଫାଶୀ ଦଣ୍ଡ

ନୂଆଦିଲ୍ଲୀ: ଦୁଇ ଜଣ ପରସ୍ପରକୁ ଭଲ ପାଉଥିଲେ। କିନ୍ତୁ ବାହାଘର ଆଉ ଗୋଟିଏ ପିଲା ସହ ଠିକ ହେବାରୁ ପ୍ରେମ ସମ୍ପର୍କକୁ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମିକା। ଏଥିପାଇଁ କରିଥିଲେ ଷଡ଼ଯନ୍ତ୍ର। ନିଜ ଠାରୁ ଗୋଟିଏ ବର୍ଷ ସାନ ପୁଅକୁ ପ୍ରେମ କରୁଥିବା ପ୍ରେମିକା ଜଣଙ୍କ ବେଶ ଶ୍ରଦ୍ଧାରେ ଘରକୁ ଡାକିଥିଲେ। ଏହାପରେ ତାଙ୍କୁ ଆୟୁର୍ବେଦିକ ପାନୀୟ ନାଁରେ ବିଷ ମିଶାଇ ପିଆଇ ଦେଇଥିଲେ। ବାସ୍‌ ୧୧ ଦିନ ଧରି ଜୀବନ ସହ ସଂଘର୍ଷ କରିବା ଶେଷରେ ଆଖି ବୁଜିଥିଲେ ପ୍ରେମିକ। ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ପ୍ରେମିକାଙ୍କୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ମାତ୍ର ୨୪ ବର୍ଷ ବୟସରେ ଜଣେ ଯୁବତୀ ଫାଶୀ ଦଣ୍ଡରେ ଦଣ୍ଡିତ ହେବା ଭାରତରେ ମଧ୍ୟ ପ୍ରଥମ ଘଟଣା ହୋଇଛି।

୨୦୨୨ରେ କେରଳ ୨୪ ବର୍ଷୀୟ ଗ୍ରୀଷ୍ମା ତାଙ୍କର ୨୩ ବର୍ଷୀୟ ପ୍ରେମିକ ଶାରୋନ ରାଜଙ୍କ ସହ ଗଢ଼ିଥିବା ପ୍ରେମକୁ ସବୁଦିନ ପାଇଁ ଶେଷ କରିବା ଉଦ୍ଦେଶ୍ୟରେ ହତ୍ୟା ଭଳି ଜଘନ୍ୟକାଣ୍ଡ ଭିଆଇଥିଲେ। କେରଳର ଗୋଟିଏ ସ୍ଥାନୀୟ କୋର୍ଟ ଗତ ସପ୍ତାହରେ ଗ୍ରୀଷ୍ମା ଓ ତାଙ୍କ ମାମୁଙ୍କୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଗ୍ରୀଷ୍ମାଙ୍କୁ ମୃତ୍ୟୁ ଦଣ୍ଡ ଓ ତାଙ୍କ ମାମୁଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି।ଗ୍ରୀଷ୍ମାଙ୍କୁ ମୃତ୍ୟୁଦଣ୍ଡ ଦେବା ବେଳେ କୋର୍ଟ ଦୋଷୀର ବୟସକୁ ଆଦୌ ବିଚାରକୁ ନେଇ ନଥିଲେ। କୋର୍ଟର ବିଚାରପତି ମାମଲାକୁ ବିରଳରୁ ଅତି ବରିଳ ବୋଲି ଅବିହିତ କରିଥିଲେ। ଗ୍ରୀଷ୍ମା ମୃତ୍ୟୁଦଣ୍ଡରୁ ବର୍ତ୍ତିବା ପାଇଁ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ପୃଷ୍ଟଭୂମି ଓ ବାପା ମା’ଙ୍କ ଏକମାତ୍ର ଝିଅ ହେବାର ଗୁହାରୀ ଲଗାଇଥିଲେ। ହେଲେ କୋର୍ଟଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା।

ସରକାରୀ ଓକିଲ ଡିଜିଟାଲ ଓ ବିଜ୍ଞାନଭିତ୍ତିକ ପ୍ରମାଣ ଉପସ୍ଥାପନ କରି ଗ୍ରୀଷ୍ମାଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଥିଲେ। କୋର୍ଟ ପ୍ରମାଣ ସବୁ ଯାଞ୍ଚ କରିବା ପରେ ଗ୍ରୀଷ୍ମଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।

  • Related Posts

    ଇଣ୍ଡିଆ କେମ୍ ୨୦୨୬ରେ ଶିଳ୍ପ ସମ୍ଭାବନା ପ୍ରଦର୍ଶନ କରିବ ଓଡ଼ିଶା

    ଭୁବନେଶ୍ବର: ରାସାୟନିକ ଓ ପେଟ୍ରୋକେମିକାଲ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ଗନ୍ତବ୍ୟ ଭାବେ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ରାଜ୍ୟ ସରକାର ନିଜର ଶିଳ୍ପ ସମ୍ଭାବନାକୁ ଜାତୀୟ ମଞ୍ଚରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏଥିପାଇଁ…

    Continue reading
    ଆଜି ଇଣ୍ଡିଆ ମେଣ୍ଟର ଅନଲାଇନରେ ବଡ଼ ବୈଠକ

    ନୂଆଦିଲ୍ଲୀ: ଅନଲାଇନରେ ହେବ ଇଣ୍ଡିଆ ମେଣ୍ଟର ବୈଠକ । ଭୋଟ ଚୋରି ପ୍ରସଙ୍ଗରେ ଆନ୍ଦୋଳନର ରୂପରେଖ ଓ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାପ ପକାଇବା ପାଇଁ ଗୁରୁବାର ସନ୍ଧ୍ୟାରେ ଇଣ୍ଡିଆ ମେଣ୍ଟର ଅନଲାଇନ ବୈଠକ ଅନୁଷ୍ଠିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି