ଫାଇଲ ହଜିବା ଘଟଣା: ପାଣ୍ଡିଆନଙ୍କୁ ନୋଟିସ୍

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଆକ୍ସନ। ପ୍ରଥମଥର ପାଇଁ ବିଜେଡି ସର୍ବେସର୍ବା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ନୋଟିସ୍ ଜାରି କରି ହାଜର ପାଇଁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନ ଫାଇଲ ଗାଏବ ହେବା ଘଟଣାରେ ଏହି ପଦକ୍ଷେପ ନିଅଯାଇଥିବା ଜଣାପଡ଼ିଛି । ପୂର୍ବରୁ ବିଜେଡି ସରକାରର ପ୍ରଭାବଶାଳୀ ଅଫିସର ତଥା ପୂର୍ବତନ ଓଏସଡି ମନୋଜ କୁମାର ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତତକାଳୀନ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ୍ ଜାରି ହୋଇଥିଲା ଓ ଶ୍ରୀ ମିଶ୍ର ପୁଲିସ ନିକଟରେ ହାଜର ହୋଇ ପକ୍ଷ ରଖିସାରିଛନ୍ତି।

ସୂଚନା ଅନୁସାରେ, ଭୁବନେଶ୍ୱରର କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଶ୍ରୀ ପାଣ୍ଡିଆନଙ୍କୁ ସମନ ଜାରି କରି ଚଳିତମାସ ୨୫ ତାରିଖ ପୂର୍ବାହ୍ନ ୧୧ଟାରେ ଭୁବନେଶ୍ୱର ୟୁପିଡି ଅଧୀନସ୍ଥ ଏସିପି ଜୋନ୍‌-୧ କାର୍ଯ୍ୟାଳୟରେ ହାଜର ହେବା ପାଇଁ ଏହି ନୋଟିସରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ପାଣ୍ଡିଆନଙ୍କୁ କ୍ୟାପିଟାଲ ଥାନାର ଅତିରିକ୍ତ ଆଇଆଇସି ତଥା ତଦନ୍ତକାରୀ ଅଫିସର ବିପନ ବିହାରୀ ହୋତା ଏହି ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ ପକ୍ଷରୁ କୁହାଯାଇଛି ଯେ, କ୍ୟାପିଟାଲ ଥାନାରେ ଗତ ଜୁନ ୧୦ ତାରିଖରେ ରୁଜୁ ହୋଇଥିବା ମାମଲାର ତଦନ୍ତ ସଂକ୍ରାନ୍ତରେ ଏହି ନୋଟିସ ପଠାଇଛି।

ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ଏହି ମାମଲା ସମ୍ବନ୍ଧୀୟ ଯେକୌଣସି ଦଲିଲ, ରେକର୍ଡ, ଇଲେକ୍ଟ୍ରୋନିକ୍ସ ଉପକରଣ କିମ୍ବା ଅନ୍ୟାନ୍ୟ ପ୍ରାସଙ୍ଗିକ ସାମଗ୍ରୀ ଯାହା ନିଜ ପାଖରେ ଥିବ, ତାହା ସାଙ୍ଗରେ ଆଣିବାକୁ ପୁଲିସ ନୋଟିସରେ ସ୍ପଷ୍ଟ ଭାବରେ ଦର୍ଶାଇଛି। ଏହି ନୋଟିସଟି ଜୁଲାଇ ୨୨ତାରିଖରେ ତାଙ୍କ ପଲାସପଲ୍ଲୀ ବାସଭବନ ଠିକଣାରେ ଜାରି କରାଯାଇଛି।
ପାଣ୍ଡିଆନ ୨୦୧୧ ମଇ ମାସରୁ ୨୦୨୩ ଅକ୍ଟୋବର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଓ ଅତ୍ୟନ୍ତ ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଚିତ। ତାଙ୍କୁ ନୋଟିସ୍ କରାଯିବା ପରେ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

  • Related Posts

    ଶୋଇଥିବା ବେଳେ ହାତୀ ଆକ୍ରମଣ, ୪ ଗୁରୁତର

    ବଲାଙ୍ଗୀର :ରାତିରେ ଶୋଇଥିବା ବେଳେ ହାତୀ ଆକ୍ରମଣ। ଗୋଟିଏ ପରିବାରର ୪ ଗୁରୁତର। ବଲାଙ୍ଗୀର ଜିଲ୍ଲା ମୁରିବାହଲ ଥାନା ସରଗୁଲ ଗାଁରେ ହାତୀ ଆତଙ୍କ। ରାତିରେ ଶୋଇଥିବା ବେଳେ ଗାଁରେ ପଶିଥିଲେ ୧୫ ଟିକିଆ ହାତୀ ପଲ। ଆକ୍ରମଣରେ ଗାଁର ଲିଙ୍ଗରାଜ…

    Continue reading
    ସ୍କୁଲ ପ୍ରବେଶ ଫାଟକ ଭୁଶୁଡ଼ି ଦୁଇ ଛାତ୍ର ଆହତ

    ନନ୍ଦପୁର: କୋରାପୁଟ ଜିଲା ନନ୍ଦପୁର ବ୍ଲକ କସନ୍ଦି ପଞ୍ଚାୟତର କାଲାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରବେଶ ଫାଟକ ଉପୁଡ଼ି ଗୁରୁବାର ଦୁଇ ଛାତ୍ର ଆହତ ହୋଇଛନ୍ତି। ଦୁଇ ଛାତ୍ର ସତ୍ୟ ଖିଲ (୭) ଓ କାମେଶ ଖିଲ (୮)ଙ୍କୁ ନନ୍ଦପୁର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ