
ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ, ସବୁଠି ଚଳଚଞ୍ଚଳ, ଫଳ ବଜାର କୁହ କି ଶାଢ଼ି ଦୋନ, ଅବା ଲେଡିସ୍ କର୍ଣ୍ଣର ସବୁଠି ଭିଡ଼। ବର୍ଷକେ ଥରେ ଆସୁଛି ସାବିତ୍ରୀ ସ୍ବାମୀଙ୍କ ଶୁଭ ମନାସି ମହିଳା ରଖିଥାନ୍ତି ଏହି ବ୍ରତ। ଅନ୍ୟପଟେ ଫଳଦର ମଧ୍ୟ ଆକାଶ ଛୁଆଁ ହୋଇଯାଇଛି। ତେବେ ଏବର୍ଷ ବର୍ଷା ସାବିତ୍ରୀକୁ ସାମାନ୍ୟ ଫିକା କରିଦେଇଛି । ମୌସୁମୀ କେରଳ ଛୁଇଁବା ପରେ ପାଗ ଅନୁକୂଳ ରହିଛି। ଶନିବାର ରାଜ୍ୟର କେତେକ ସ୍ତାନରେ ବର୍ଷା ହୋଇଥିବାରୁ କିଛିଟା ଅଂଶରେ ସାବିତ୍ରୀ ବଜାର ଫିକା ପଡ଼ିଛି। ଦାନା ବାନ୍ଧୁଥିବା ଲଘୁଚାପ ବର୍ଷା ସାବିତ୍ରୀକୁ ଏବର୍ଷ ଗୋଟିଏ ପ୍ରକାର ଫିକା କରି ସାରିଛି।
ଅନ୍ୟପକ୍ଷେ ଏହାର ପ୍ରଭାବରେ ବର୍ଷା ହେବ ୨୭ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ବଙ୍ଗୋପାସଗରରେ ଲଘୁଚାପ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩୦ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ଜଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଏ ନେଇ ପ୍ରବଳ ବର୍ଷା ସାଙ୍ଗକୁ ଘଡ଼ଘଡ଼ି , ପବନ ମଧ୍ୟ ବହିବାର ଆଶଙ୍କା କରାଯାଉଛି।








