ଫିନ୍‌ଲାଣ୍ଡ ବିଶ୍ବର ସବୁଠୁ ଖୁସିରେ ଥିବାଲୋକଙ୍କର ଦେଶ

ଭୁବନେଶ୍ବର: ଫିନ୍‌ଲାଣ୍ଡ ଲଗାତର ଦଶମ ବର୍ଷ ପାଇଁ ବିଶ୍ବର ସବୁଠୁ ଖୁସି ଦେଶ ଭାବେ ସର୍ବାଗ୍ରେ ରହିଛି। ଅକ୍ସପୋର୍ଡ଼ ବିଶ୍ବବିଦ୍ୟାଳୟର ୱେଲବିଙ୍ଗ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସଦ୍ୟ ପ୍ରକାଶିତ ୱାର୍ଲ୍ଡ ହାପିନେସ୍‌ ରିପୋର୍ଟ ଅନୁଯାୟୀ ଇସ୍ରାଏଲ ୮ମ ସ୍ଥାନରେ ରହିଛି। ଅନ୍ୟ ନର୍ଡିକ ଦେଶ ଆଇସ୍‌ଲାଣ୍ଡ, ଡେନମାର୍କ, ସ୍ବିଡେନ ଓ ନରୱେ ମଧ୍ୟ ଶ୍ରେଷ୍ଠ ୧୦ ତାଲିକାରେ ସ୍ଥାନ ପାଇଛନ୍ତି। କୋଷ୍ଟା ରିକା ସମସ୍ତଙ୍କୁ ଚକିତ କରି ୪ର୍ଥ ସ୍ଥାନରେ ରହିଛି। ୨୦୨୩ରେ ଏହି ଲାଟିନ୍‌ ଆମେରିକା ଦେଶ ୨୩ତମ ସ୍ଥାନରେ ଥିଲା।
ଭାରତ ଏହି ତାଲିକାରେ ବହୁ ପଛରେ ୧୧୬ ତମ ସ୍ଥାନରେ ରହିଛି। ଯୁଦ୍ଧରତ ଦେଶ ଇସ୍ରାଏଲ, ଇରାନ (୯୭) ମଧ୍ୟ ଭାରତର ଲୋକଙ୍କଠାରୁ ଅଧିକ ଭଲ ସ୍ଥିତିରେ ଅଛନ୍ତି। ଅକ୍ସପୋର୍ଡ଼ ବିଶ୍ବବିଦ୍ୟାଳୟର ୱେଲବିଙ୍ଗ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ଏହି ବାର୍ଷିକ ରିପୋର୍ଟ ପ୍ରକାଶ ପାଇଥାଏ। ସାମଗ୍ରିକ ଖୁସି ଛଅଟି ପ୍ରମୁଖ ସୂଚକ ମୁଣ୍ଡପିଛା ଜିଡିପି, ସାମାଜିକ ସମର୍ଥନ, ସୁସ୍ଥ ଜୀବନ କାଳ, ସ୍ୱାଧୀନତା, ଉଦାରତା ଏବଂ ଦୁର୍ନୀତି ପ୍ରତି ଧାରଣାକୁ ଦେଖି ବଛା ଯାଇଥାଏ। ହାପିନେସ୍‌ ରିପୋର୍ଟ ଅନୁଯାୟୀ, ଭାରତରେ ହାରାହାରି ଜୀବନ କାଳ ମାତ୍ର ୫୮.୨ ବର୍ଷ ରହିଛି। ଭାରତ ତୁଳନାରେ ଇରାନରେ ହାରାହାରି ଆୟୁକାଳ ୬୪ ବର୍ଷ ଥିବାବେଳେ ଇସ୍ରାଏଲରେ ୭୦.୮ ବର୍ଷ ରହିଛି। ସ୍ବାଧୀନତା ମାପଦଣ୍ଡରେ ଭାରତ ୬୧ ତମ ଓ ଦୁର୍ନୀତିରେ ବିଶ୍ବରେ ୬୪ ତମ ସ୍ଥାନରେ ରହିଛି।
ଅନ୍ୟପକ୍ଷରେ ପଡ଼ୋଶୀ ଦେଶ ପାକିସ୍ତାନ ଖୁସି ଦେଶ ତାଲିକାରେ ୧୦୪ ତମ, ବାଂଲା‌ଦେଶ ୧୨୭ ତମ, ଆଫଗାନିସ୍ତାନ ୧୪୭, ଶ୍ରୀଲଙ୍କା ୯୯ ଓ ନେପାଳ ୧୩୪ ତମ ସ୍ଥାନରେ ରହିଛନ୍ତି। ଭାରତର ହାରାହାରି ଜୀବନ ମୂଲ୍ୟାଙ୍କନ ସ୍କୋର ୪.୫୩୬ ରହିଛି। ଦେଶ ଅନେକ ମାପଦଣ୍ଡରେ ଖରାପ ପ୍ରଦର୍ଶନ କରିଛି। ଅସମାନତା କ୍ଷେତ୍ରରେ ୯୨ ତମ ସ୍ଥାନରେ, ସାମାଜିକ ସମର୍ଥନ ୧୨୩ ତମ ସ୍ଥାନରେ ଏବଂ ମୁଣ୍ଡପିଛା ଜିଡିପ ୮୯ ତମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ସାରା ବିଶ୍ବରେ ଯୁବପିଢ଼ିଙ୍କ ଉପରେ ସାମାଜିକ ଗଣମାଧ୍ୟମ କୁପ୍ରଭାବ ପକାଉଥିବା ରିପୋର୍ଟରେ କୁହାଯାଇଛି। ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଗତ ଏକ ଦଶନ୍ଧିରେ ଯୁବପିଢ଼ିଙ୍କ ଜୀବନ ମୂଲ୍ୟାୟନ ହ୍ରାସ ପାଉଛି ବୋଲି କୁହାଯାଉଛି।

  • Related Posts

    ଜିମ୍‌ ନ ଯାଇ ରୁହନ୍ତୁ ଫିଟ୍‌

    ଦିନକୁ ଦିନ ମଣିଷର ଜୀବନଶୈଳୀ ପରିବର୍ତ୍ତନ ହେବାରେ ଲାଗିଛି । ମଣିଷ ଆଜିକାଲି ଫିଟ ରହିବା ଉପରେ ଅଧିକ ଗୁରୁତ୍ୱ ଦେଉଛି । ଏଥିପାଇଁ ଜିମ ଅଧିକ ଲୋକଙ୍କ ପସନ୍ଦ ପାଲଟିଛି । ଆପଣ ଦେଖୁଥିବା ସକାଳ ହେଲେ ପାର୍କରେ ଓପନ…

    Continue reading
    ସ୍ୱାସ୍ଥ୍ୟ ପାଇଁ ଉପକାରୀ କଖାରୁ ମଞ୍ଜି,ଜାଣନ୍ତୁ

    ଦୈନନ୍ଦିନ ଜୀବନରେ ଆମେ ଖାଦ୍ୟରେ ଅନେକ ପନିପରିବା ଖାଇଥାଉ । ତନ୍ମଧ୍ୟରୁ କେଉଁ ପରିବା ସ୍ୱାସ୍ଥ୍ୟ ପାଇଁ କେତେ ଜରୁରୀ ତାହା ଜାଣିବା ନିହାତି ଆବଶ୍ୟକ । କଖାରୁ ଏକ ପୁଷ୍ଟିକର ପନିପରିବା, ଯାହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭ ହୋଇଥାଏ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ