ବଙ୍ଗ ମଇଦାନରେ ହେଭିୱେଟଙ୍କ ମାରାଥନ ପ୍ରଚାର

ନୂଆଦିଲ୍ଲୀ: ଆଜି ଥମିବ ବଙ୍ଗ ସମରର ପ୍ରଚାର… ମଇଦାନରେ ମୋଦି-ଶାହ ଓ ଯୋଗୀଙ୍କ ମାରାଥନ କ୍ୟାମ୍ପେନ୍ । ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ କମ୍ପୁଛି ପଶ୍ଚିମବଙ୍ଗ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ହେଭିୱେଟଙ୍କ ଶେଷ ପ୍ରୟାସ ।

ବଙ୍ଗ ମଇଦାନରେ ହେଭିୱେଟଙ୍କ ମାରାଥନ ପ୍ରଚାର । ଥମିବ ନିର୍ବାଚନୀ ଉଷ୍ମତା । ଆଜି ଶେଷ ହେଉଛି ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ହାଇଭୋଲଟେଜ୍ ପ୍ରଚାର । ହାତରେ ମାତ୍ର କିଛି ଘଣ୍ଟା ଥିବାରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁରା ଦମ୍ ଲଗାଇ ଦେଇଛନ୍ତି ବିଜେପିର ହେଭିୱେଟ୍ ନେତା ।

ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ୧୪୨ଟି ଆସନ ପାଇଁ ଆସନ୍ତା ବୁଧବାର ଅର୍ଥାତ୍ ଏପ୍ରିଲ ୨୯ରେ ପଡ଼ିବ ଭୋଟ୍ । ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନରେ ମତଦାନ ଶେଷ ହୋଇଥିବା ବେଳେ ଏବେ ବାକି ଆସନ ହାତେଇବାକୁ ନେତାଙ୍କ ମଧ୍ୟରେ ଲାଗିଛି ପ୍ରତିଯୋଗିତା ।

ଆଜି ପ୍ରଚାରର ଶେଷ ଦିନରେ ବିଜେପିର ଶୀର୍ଷ ନେତୃତ୍ୱ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ବିଶାଳ ଜନସଭା ଓ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୧୧ଟା ୪୫ରେ ବାରାକପୁରଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସକାଳୁ ଗଙ୍ଗାସାଗରରେ ସ୍ନାନ କରିବା ସହ କପିଳ ମୁନି ଆଶ୍ରମ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏହାପରେ ବେହେଲାର ଡାଇମଣ୍ଡ ହାର୍ବର ରୋଡରେ ବିଶାଳ ରୋଡ୍ ଶୋ’ କରି ଭୋଟ୍ ଭିକ୍ଷା କରିବେ ଶାହ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଆଜି କଲ୍ୟାଣୀ, ଧନେଖାଲି, ଦମ୍‌ଦମ୍ ଏବଂ ରାଜରହାଟ ଗୋପାଳପୁରରେ ବ୍ୟାକ-ଟୁ-ବ୍ୟାକ ରୋଡ୍ ଶୋ’ ଏବଂ ସାଧାରଣ ସଭା କରି ପ୍ରଚାର ମଇଦାନକୁ କମ୍ପାଇବେ । ସମଗ୍ର ଦେଶର ନଜର ଏବେ ବଙ୍ଗ ମଇଦାନ ଉପରେ । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପରେ ମେ ୪ ତାରିଖରେ ସ୍ପଷ୍ଟ ହେବ ଯେ ପଶ୍ଚିମବଙ୍ଗରେ କାହାର ଗଡ଼ ରହିବ ଏବଂ କିଏ କ୍ଷମତାକୁ ଆସିବ। ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନାଦିଆ ତେହଟ୍ଟା ଓ ଦକ୍ଷିଣ ରାଣାଘାଟରେ କ୍ୟାମ୍ପେନ ଅବସରରେ TMC ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, କଂଗ୍ରେସ ଓ TMC କ୍ଷମତାରେ ଥିବା ବେଳେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ। କିନ୍ତୁ ବିଜେପି କ୍ଷମତାକୁ ଆସିବା ପରେ ଆତଙ୍କବାଦ ଓ ନକ୍ସଲବାଦ ଶେଷ ହୋଇଛି । ବିଜେପି କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ବାହାର କରାଯିବ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି, ମେ ୪ରେ ବେଙ୍ଗଲରେ ପଦ୍ମ ଫୁଟିବ ।

ବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ମତଦାନ ସମାପ୍ତ ହୋଇଛି । ଏପ୍ରିଲ ୨୯ରେ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୧୪୨ଟି ଆସନ ପାଇଁ ମତଦାନ ହେବ । ଭୋଟ୍ ଗଣତି ଏବଂ ଫଳାଫଳ ଘୋଷଣା ମେ ୪’ରେ ହେବ ।

  • Related Posts

    ପଞ୍ଚାୟତ ନିର୍ବାଚନରେ ଏକା ଲଢ଼ିବ କଂଗ୍ରେସ; ପିସିସି ସଭାପତି

    ଭୁବନେଶ୍ବର: ଜିଲ୍ଲାପରିଷଦ ,ପଞ୍ଚାୟତ, ମୁନିସିପାଲଟି ନିର୍ବାଚନରେ ନିଜ ଦମରେ କଂଗ୍ରେସ ଏକାକୀ ଲଢ଼ିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଦାସ । ତେବେ ବିଧାନସଭା ନିର୍ବାଚନ ବେଳେ ଆବଶ୍ୟକ ପଡ଼ିଲେ ହାଇକମାଣ୍ଡ କହିଲେ ବିଜେଡି ସହ ବୁଝାମଣା ହେଇପାରେ…

    Continue reading
    ଦକ୍ଷିଣ ସୁଡାନରେ ବିମାନ ଦୁର୍ଘଟଣା, ଜଳିଗଲେ ୧୪ ଯାତ୍ରୀ

    ନୂଆଦିଲ୍ଲୀ: ଦକ୍ଷିଣ ସୁଡାନରୁ ବର୍ତମାନ ସମୟରେ ଏକ ବଡ଼ ଖବର ଆସୁଛି। ସୋମବାର ଦକ୍ଷିଣ ସୁଡାନର ରାଜଧାନୀ ଉପକଣ୍ଠରେ ଏକ ସେସ୍ନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦେଶର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛି। ରିପୋର୍ଟ ମୁତାବକ ଦୁର୍ଘଟଣାରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା