
ଭୁବନେଶ୍ୱର: ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତଃ ହୋଇଛି । ଆସନ୍ତା ୧୫ ତାରିଖ ଦିନ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏନେଇ ସୋମବାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସୂଚନା ଅନୁଯାୟୀ କଲେଜ ପକ୍ଷରୁ ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ୯ ତାରିଖରେ ନାମାଙ୍କନ ଦାଖଲ ନେଇ ମନ୍ତ୍ରୀଙ୍କ ସୂଚନା । ୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା ।୧୬ ତାରିଖରେ ଶପଥ ନେବେ ନବ ନିର୍ବାଚିତ ଛାତ୍ରନେତା । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ଖୁବଶୀଘ୍ର ବିଜ୍ଞପ୍ତି ଆସିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହେଉ ବୋଲି ଦାବି କରିଆସୁଥିଲା। ୨୦୨୪ରୁ ଭାଜପା ଓଡ଼ିଶାରେ ଶାସନକୁ ଆସିଛି। ଏହାରି ଭିତରେ ସରକାର କରିବାର ପାଖାପାଖି ଅଢ଼େଇ ବର୍ଷ ବିତିଯାଇଛି। ଚଳିତବର୍ଷ ସରକାର ଛାତ୍ର ସଂସଦ ନିର୍ବାଚନ କରାଇବେ ।








