ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ ଆସନ୍ତୁ ଜାଣିବା।
ସରଳ ଭାଷାରେ କହିବାକୁ ଗଲେ, ସ୍ଲିପ୍ ଡିଭୋର୍ସ ହେଉଛି ଶୋଇବା ପାଇଁ ସ୍ୱାମୀ ଏବଂ ସ୍ତ୍ରୀଙ୍କ ଅଗଲା ବେଡ୍ କିମ୍ବା କୋଠରୀ। ତେବେ ଏହା ପରସ୍ପର ଠାରୁ ଅଲଗା ପାଇଁ ନୁହେଁ, ବରଂ ଉଭୟଙ୍କୁ ପର୍ଯ୍ୟାପ୍ତ ନିଦ ଏବଂ ଚିଡ଼ଚିଡ଼ା ନ ହେବା ପାଇଁ ପାରସ୍ପରିକ ସମ୍ମତିରେ ଏକ ବୁଦ୍ଧିମାନ ନିଷ୍ପତ୍ତି।
ଆମେରିକୀୟ ଏକାଡେମୀ ଅଫ୍ ସ୍ଲିପ୍ ମେଡିସିନ୍ (AASM) ର ଏକ ସାମ୍ପ୍ରତିକ ସର୍ଭେ ଅନୁଯାୟୀ, ପ୍ରାୟ ୩୧% ଆମେରିକୀୟ ପ୍ରାପ୍ତବୟସ୍କ ବର୍ତ୍ତମାନ ସ୍ଲିପ୍ ଡିଭୋର୍ସ ଅଭ୍ୟାସ କରୁଛନ୍ତି। ତେବେ ୩୫ ରୁ ୪୪ ବର୍ଷ ବୟସର ଲୋକମାନେ ଏହି ଧାରାକୁ ସର୍ବାଧିକ (୩୯%) ଗ୍ରହଣ କରୁଛନ୍ତି, ଯେତେବେଳେ ୬୫ ବର୍ଷରୁ ଅଧିକ ବୟସର ଲୋକମାନେ ଏଥିରେ ପଛରେ ଅଛନ୍ତି (୧୮%)।
ଲୋକମାନେ ଏମିତି କାହିଁକି କରୁଛନ୍ତି:
ଘୁଙ୍ଗୁଡ଼ି – ରାତିରେ ଘୁଙ୍ଗୁଡ଼ି ଶବ୍ଦ ପାର୍ଟନରଙ୍କ ନିଦକୁ ବ୍ୟାଘାତ କରିପାରେ। ତେଣୁ, ସେମାନେ ପରସ୍ପରର ନିଦକୁ ବ୍ୟାଘାତ ନ କରିବା ଉଚିତ ମନେକରନ୍ତି।
ସ୍ଲିପ୍ ଆପ୍ନିଆ – ଅନେକ ଲୋକଙ୍କର ଶୋଇବା ସମୟରେ ଗୋଡ଼ ହଲାଇବା ଅଭ୍ୟାସ ଥାଏ କିମ୍ବା ସେମାନେ ସ୍ଲିପ୍ ଆପ୍ନିଆ (ନିଦ୍ରା ସମୟରେ ନିଶ୍ୱାସ ପ୍ରଶ୍ୱାସ ବାଧାପ୍ରାପ୍ତ) ରେ ପୀଡିତ ଥାଆନ୍ତି। ଏହା କେତେକ ସମୟରେ ସେମାନଙ୍କ ନିଦକୁ ମଧ୍ୟ ବାଧା ଦେଇପାରେ।
ବାରମ୍ବାର କଡ ଲେଉଟାଇବା – ଯଦି ଆପଣଙ୍କ ପାର୍ଟନର ବାରମ୍ବାର କଡ ଲେଉଟାଉଥାନ୍ତି, ତେବେ ଏହା ତାଙ୍କ ନିଦରେ ବାଧା ସୃଷ୍ଟି କରିପାରେ।
ସ୍ଲିପ୍ ଡିଭୋର୍ସ ସମୟରେ ପ୍ରେମକୁ କିପରି ରକ୍ଷା କରିବେ:
ରାତିର ରୁଟିନ୍ – ଶୋଇବା ପୂର୍ବରୁ ଏକାଠି ଟିଭି ଦେଖିବା କିମ୍ବା କଥାବାର୍ତ୍ତା ହେବା।
ଗୁଣାତ୍ମକ ସମୟ – ଦିନରେ କିମ୍ବା ଶୋଇବା ପୂର୍ବରୁ ପରସ୍ପର ପାଇଁ ସମୟ ବାହାର କରିବା।
ବୁଝମଣା – ଯଦି ଆପଣ ଭାବୁଛନ୍ତି ଯେ ଆପଣ ଏକାଠି ଶୋଇପାରିବେ, ତେବେ ଆପଣଙ୍କର ଶୋଇବା ଶୈଳୀକୁ ଟିକିଏ ସଜାଡ଼ିବାକୁ ଚେଷ୍ଟା କରନ୍ତୁ।


