ବଦଳିବ ଟି-୨୦ ବିଶ୍ୱକପର ପୂରା ସିଡ୍ୟୁଲ୍

ବଦଳିବ ଟି-୨୦ ବିଶ୍ୱକପର ପୂରା ସିଡ୍ୟୁଲ୍ । ବାଂଲାଦେଶ ଖେଳାଳିଙ୍କୁ ନେଇ ବିବାଦ ଉପୁଜିବା ପରେ ଏନେଇ ଆଇସିସି ଏକ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ସୂଚନା ମିଳୁଛି । ତେବେ ଟି-୨୦ବିଶ୍ୱକପ୍ ୨୦୨୬ ମସିହା ଫେବ୍ରୁଆରି ୭ ତାରିଖରେ ଆରମ୍ଭ ହେବାର ଥିଲା ଏବଂ ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ହେବାକୁ ସ୍ଥିର ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଭାରତ ଏବଂ ଶ୍ରୀଲଙ୍କା ମିଶି ଆୟୋଜନ କରିବାକୁ ଯାଉଛନ୍ତି । ହେଲେ ତା ପୂର୍ବରୁ ବାଂଲାଦେଶ ଖେଳାଳି ଆଇପିଏଲରୁ ବାଦ୍ ପଡ଼ିବା ଏବଂ ଏହାକୁ ନେଇ ବାଂଲାଦେଶ କ୍ରିକେଟ୍ ବୋର୍ଡ ଭାରତରେ ବିଶ୍ୱକପ୍ ଖେଳିବାକୁ ମନା କରିବା ପରେ ବିଶ୍ୱକପର ପୂରା ସିଡ୍ୟୁଲ ପରିବର୍ତ୍ତନ ହୋଇପାରେ ବୋଲି ସୂଚନା ମିଳୁଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବାଂଲାଦେଶ କ୍ରିକେଟ୍ ବୋର୍ଡ ନିଜ ଟିମର ମ୍ୟାଚ୍ ପରିବର୍ତ୍ତନ କରି ଭାରତରୁ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ICCର ଅନୁରୋଧ କରିଛି । ଆଉ ଆଇସିସି ମଧ୍ୟ ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ରିପୋର୍ଟରେ ଦାବି କରାଯାଇଛି ଯେ ଅଧ୍ୟକ୍ଷ ଜୟ ଶାହଙ୍କ ନେତୃତ୍ୱରେ ICC ଏକ ନୂତନ ମ୍ୟାଚ୍ ସୂଚୀ କରିବା ନେଇ ପ୍ଲାନ୍ ପ୍ରସ୍ତୁତ କରିଛି ।
ସୂଚନାଯୋଗ୍ୟ ଯେ, ରବିବାର ବିସିବି ଭାରତରେ ନିଜ ମ୍ୟାଚ୍ ପାଇଁ ଖେଳାଳିଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଠିଆ କରିଥିଲା । ବର୍ତ୍ତମାନର ପରିସ୍ଥିତି ଏବଂ ବାଂଲାଦେଶ ସରକାରଙ୍କ ପରାମର୍ଶକୁ ବିଚାର କରି ବୋର୍ଡ ଏହି ନିଷ୍ପତ୍ତି ନେଇଛି ଯେ, ଦଳ ପାଇଁ ଏହି ସମୟରେ ଭାରତ ଯାତ୍ରା କରିବା ନିରାପଦ ନୁହେଁ। ପୂର୍ବରୁ ପ୍ରକାଶିତ ମ୍ୟାଚ୍ ସୂଚୀ ଅନୁଯାୟୀ, ବାଂଲାଦେଶ କୋଲକାତାରେ ତିନୋଟି ଏବଂ ମୁମ୍ବାଇରେ ଗୋଟିଏ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ଥିଲା। ହେଲେ ଏବେ ବାଂଲାଦେଶର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କା ସ୍ଥାନାନ୍ତର କରିବାକୁ କଥା ଉଠିଛି । ହେଲେ ଟୁର୍ଣ୍ଣାମେଣ୍ଟର ଠିକ୍ ପୂର୍ବରୁ ମ୍ୟାଚ୍ ସ୍ଥାନାନ୍ତର କରିବା ଆୟୋଜକ ଏବଂ ପ୍ରସାରକଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି । ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜକ ରହିଛି । ପୂର୍ବରୁ ବାଂଲାଦେଶ ଏହାର ସମସ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଭାରତରେ ଖେଳିବାର କାର୍ଯ୍ୟକ୍ରମ ରହିଥିଲା । ହେଲେ ଏବେ ଏହାକୁ ଶ୍ରୀଲଙ୍କାକୁ ଘୁଞ୍ଚାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ