ବଦଳିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠିକଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କ୍ୱାର୍ଟର୍ସର ଠିକଣା ବଦଳିବା ପରେ ଏବେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ (ସିଏମ୍‌ ଗ୍ରିଭାନ୍ସ ସେଲ୍‌) ଠିକଣା ବଦଳିବାକୁ ଯାଉଛି । ୧୯୯୫ରୁ ଏଜି ଛକ-ରାଜଭବନ ରାସ୍ତାରେ ଏହି ଅଭିଯୋଗ ପ୍ରକୋଷ୍ଠ ରହି ଆସିଥିଲା । ଦୀର୍ଘ ୩୦ ବର୍ଷ ପରେ ଏହାର ଠିକଣା ବଦଳିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ମଞ୍ଜୁରି ଦେଇଛନ୍ତି ।

ୟୁନିଟ୍‌-୨ କ୍ୟାପିଟାଲ ନର୍ସରୀକୁ ଲାଗି ରହିଥିବା ମଣ୍ଡଳ ସାଧନ କେନ୍ଦ୍ର ଓ ପୁରୁଣା ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଅଭିଯୋଗ ପ୍ରକୋଷ୍ଠ ତିଆରି ହେବ । ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଏହି ମଣ୍ଡଳ ସାଧନ କେନ୍ଦ୍ରରେ ଶିକ୍ଷକମାନଙ୍କୁ ତାଲିମ ଦିଆଯାଏ । ସ୍ଥାନୀୟ ଅଞ୍ଚଳର ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ବି ଏହାର ପରିସରରେ ଚାଲୁଥିଲା । ଏହି ସ୍ଥାନରେ ଠିଆ ହେବ ସ୍ଥାୟୀ ଅଭିଯୋଗ ପ୍ରକୋଷ୍ଠ । ମୁଖ୍ୟମନ୍ତ୍ରୀ ସୋମବାର ଦିନ ଏଠାକୁ ଆସି ଲୋକଙ୍କଠାରୁ ଅଭିଯୋଗ ଶୁଣିବେ । ଏଥିପାଇଁ ନୂଆ ପ୍ରତୀକ୍ଷାଳୟ ତିଆରି ହେବ । ଏଠାରେ ୫୦୦ରୁ ୭୦୦ ଲୋକ ବସି ଅପେକ୍ଷା କରିବା ଭଳି ସୁବିଧା ରହିବ । ଏହାକୁ ସେଣ୍ଟ୍ରାଲ ଏସି କରାଯିବ । ଅଭିଯୋଗ ଦେବାକୁ ଅଧିକ ଲୋକ ଆସୁଥିବାରୁ ଏକାଧିକ ଶୌଚାଳୟ କମ୍ପେ୍ଲକ୍ସ ତିଆରି ହେବ । ମୁଖ୍ୟମନ୍ତ୍ରୀ ବସି ଅଭିଯୋଗ ଶୁଣିବା ପାଇଁ ଏକ ବଡ଼ ହଲ୍‌ ରହିବ । ଅଫିସରଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ । ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗ ପ୍ରକୋଷ୍ଠ ତିଆରି ପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ନୂଆ ନିର୍ମାଣ ସହ ପୁରୁଣା କୋଠାକୁ ନବୀକରଣ କରାଯିବ । ଏହାକୁ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯିବ । ଏଥିପାଇଁ ପୂର୍ତ୍ତ ବିଭାଗ ଟେଣ୍ଡର ଆହ୍ୱାନ କରିସାରିଛି । ଲୋକଙ୍କ ଗାଡ଼ି ପାର୍କିଂ ପାଇଁ ପାଖ ପଡ଼ିଆରେ ସ୍ୱତନ୍ତ୍ର ସୁବିଧା ରହିବ । ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ରାଜ୍ୟରେ ସରକାର ବଦଳିବା ପରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବଙ୍ଗଳାକୁ ଫେରିଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଙ୍ଗଳାରେ ରହୁନଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଲୋୟର ପିଏମ୍‌ଜିରେ ଥିବା ନିଜର ପୁରୁଣା କ୍ୱାର୍ଟର୍ସ ବଦଳରେ ଏଠାରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ନୂଆ ରୂପ ଦିଆଯାଇଛି । ସେ ଏହି ବଙ୍ଗଳାକୁ ଗୃହ ପ୍ରବେଶ ବି କରି ସାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଲାଗି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ରହିଥିଲା । ପରେ ଏହାକୁ ପାଖ କ୍ୱାର୍ଟର୍ସକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣୁଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଲାଗି ଅଭିଯୋଗ ପ୍ରକୋଷ୍ଠ ରହିଲେ ସୁରକ୍ଷା ପ୍ରତି ବିପଦ ହେବାର ଆଶଙ୍କା ରହିଛି ।ସୋମବାର ଅଭିଯୋଗ ଶୁଣାଣିକୁ ହଜାର ହଜାର ଲୋକ ଆସି ଏକାଠି ହେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ପାଖରେ ଏତେ ସଂଖ୍ୟକ ଲୋକଙ୍କ ସମାଗମକୁ ଏଡ଼ାଇବାକୁ ଅଭିଯୋଗ ପ୍ରକୋଷ୍ଠ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ହୋଇଛି ।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ