ବଦଳିଲେ ୧୪୮ ଓଏଏସ୍ ଅଫିସର

ଭୁବନେଶ୍ୱର: ରାଜ୍ୟ ସରକାର ଏକକାଳୀନ ୧୪୮ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି । ଏଥିରେ ୬୯ଟି ବ୍ଲକରେ ନୂଆ ବିଡିଓଙ୍କୁ ଅବସ୍ଥାପିତ କରିଥିବାବେଳେ ବହୁ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କର ମଧ୍ୟ ବଦଳି ହୋଇଛି । ମଙ୍ଗଳବାର ଏନେଇ ସାଧାରଣ ପ୍ରଶାସନ ବିଭାଗ, ପଂଚାୟତିରାଜ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି ହୋଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପୁରୀ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ କୈଳାସ ଚନ୍ଦ୍ର ନାୟକଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସେହିପରି ଅନୁଗୁଳ ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ ବରିଷ୍ଠ ଓଏଏସ୍ ଅଫିସର ହେମନ୍ତ କୁମାର ସିଂଙ୍କୁ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରାଇତୋଙ୍କୁ ସାମାଜିକ ସୁୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ, ଲଙ୍କେଶ୍ୱର ଅମାତଙ୍କୁ ରାଉରକେଲା ଉନ୍ନୟନ ପ୍ରାଧିକରଣର ସଚିବ, ନବୀନ ଚନ୍ଦ୍ର ନାଏକଙ୍କୁ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ, ଦୌଲତ ଚନ୍ଦ୍ରକାରଙ୍କୁ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ, ଶୁଭେନ୍ଦ୍ର କୁମାର ସାମଲଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ଲଗ୍ନଜିତ୍ ରାଉତଙ୍କୁ ନୟାଗଡ଼ ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ରୋଜିନା ପରିଡ଼ାଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ, ଅଜାମ୍ବର ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ରାଜେନ୍ଦ୍ର ମିଞ୍ଜଙ୍କୁ ଦେବଗଡ଼ ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ଅଶୋକ କୁମାର ଭୋଇଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ, ସରୋଜ କୁମାର ମିଶ୍ରଙ୍କୁ ଉତ୍ତରାଂଚଳ ଆରଡିସି କାର୍ୟ୍ୟାଳୟରେ ଅତିରିକ୍ତ ସଚିବ, ଶରତ ଚନ୍ଦ୍ର ମହାପାତ୍ରଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ, ମାୟାଧର ବେହେରାଙ୍କୁ ଅନୁଗୁଳ ଉପଜିଲ୍ଲାପାଳ, ଶିବାନନ୍ଦ ସ୍ୱାଇଁଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ, ଦିଲ୍ଲୀପ କୁମାର ମହାରଣାଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ, ସୁଶାନ୍ତ କୁମାର ପତିଙ୍କୁ ଗଜପତି ଅତିରିକ୍ତ ଜିଲ୍ଲାପାଳ, ଦିପ୍ତିରଞ୍ଜନ ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲା ପରଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ବରଣ୍ୟେନ୍ଦୁ ମହାନ୍ତିଙ୍କୁ ବାଲେଶ୍ୱର ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ବିଶ୍ୱଜିତ୍ ବର୍ମନଙ୍କୁ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ସଂଯୁକ୍ତା ମାଝୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ, ଈଶ୍ୱରଚନ୍ଦ୍ର ନାଏକଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ, ବେଣୁଧର ଶବରଙ୍କୁ କୋରାପୁଟ ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ଦେବଦତ୍ତ ମହାନ୍ତଙ୍କୁ ଅନୁଗୁଳ ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ପ୍ରଭାସ କୁମାର ବେହୁରାଙ୍କୁ ହିନ୍ଦୋଳ ଉପଜିଳ୍ଲାପାଳ,ରବୀନ୍ଦ୍ର କୁମାର ପଟେଲଙ୍କୁ ପାଲଲହଡ଼ା ଉପଜିଲ୍ଲାପାଳ, ଦୟାସିନ୍ଧୁ ପରିଡ଼ାଙ୍କୁ ବାରିପଦା ଉପଜିଲ୍ଲାପାଳ, ପଦ୍ମଚରଣ ସାହୁଙ୍କୁ ଖୋର୍ଦ୍ଧା ଉପଜିଳ୍ଲାପାଳ,ଶିବାଶୀଷ ବରାଳଙ୍କୁ ଛତ୍ରପୁର ଉପଜିଳ୍ଲାପାଳ, ପ୍ରେମଲାଲ ହିଆଲଙ୍କୁ କୋରାପୁଟ ଉପଜିଲ୍ଲାପାଳ ଓ ସ୍ନେହପ୍ରଭା ମାଝୀଙ୍କୁ କୋରାପୁଟ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ବଦଳି ହୋଇଛି ।ସେହିପରି ବରିଷ୍ଠ ଓଏଏସ୍ ଅନିରୁଦ୍ଧ ପ୍ରଧାନଙ୍କୁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ, ପ୍ରମୋଦ କୁମାର ପୃଷ୍ଟିଙ୍କୁ କଟକ ଜିଲ୍ଲାପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ନିହାର ରଞ୍ଜନ କହଁରଙ୍କୁ ରାୟଗଡା ଅତିରିକ୍ତ ଜିଲ୍ଲାପାଳ, ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ବୌଦ୍ଧ ଜିଲ୍ଲା ପରିଷଦ କାର୍ୟ୍ୟନିର୍ବାହୀ ଅଧିକାରୀ, ରବୀନ୍ଦ୍ର କୁମାର ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ପ୍ରବୀଣ କୁମାର ବଣୁଆଙ୍କୁ ବୌଦ୍ଧ ଉପଜିଲ୍ଲାପାଳ, ଅରୁଣ କୁମାର ନାୟକଙ୍କୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ଯୋଗରଞ୍ଜନ ନାୟକଙ୍କୁ ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଓ ଜଗଦୀଶ ଷଡ଼ଙ୍ଗୀଙ୍କୁ ପର୍ୟ୍ୟଟନ ବିଭାଗର ଉପସଚିବ ଭାବେ ବଦଳି ହୋଇଛି ।

ବରିଷ୍ଠ ଓଏଏସ୍ ମହେଶ୍ୱର ଚନ୍ଦ୍ର ନାଏକଙ୍କୁ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଓ ଅଂଶୁମାନ ଶତପଥୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ କାର୍ୟ୍ୟାଳୟରେ ଓଏସଡି ଭାବେ ବଦଳି ହୋଇଛି । ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର, କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଓ ମନ୍ମଥ କୁମାର ନାୟକଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଥିବା ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ସେହିପରି ପଂଚାୟତିରାଜ ବିଭାଗ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି ହୋଇଛି । ଗୋଟିଏରେ ୫୦ଟି ବ୍ଲକରେ ଓ ଅନ୍ୟଟିରେ ୧୯ଟି ବ୍ଲକରେ ନୂଆ ବିଡିଓଙ୍କୁ ଅବସ୍ଥାପିତ କରାଯାଇଛି ।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ