
ପାଲଲହଡା: ପାଲଲହଡା ବ୍ଲକ ଖମାର ଥାନା କରଡ଼ାପାଳ ଗାଁରେ ଅଭାବନୀୟ ଘଟଣା। ପଡ଼ୋଶୀ ଘର ଭିତରୁ ଆଜି ସକାଳେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ପରିବାର ଲୋକ l ହତ୍ୟା ସନ୍ଦେହ ଆଣିଛନ୍ତି ପରିବାର ଲୋକ, ମୃତ ଯୁବକ ହେଲେ ଧୀରେନ ବୋହିତା ।
ମୃତ ଯୁବକଙ୍କ ଭାଇ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଗାଁରେ ବାହାଘର ଥିଲା ଧୀରେନ ବାହାଘର ଭୋଜି ଖାଇ ରାତି ଆଠଟା ପର୍ଯ୍ୟନ୍ତ ଗାଁରେ ଏକ ବର ଗଛମୂଳ ପିଣ୍ଡିରେ ବସିଥିଲେ l ରାତିରେ ଆଉ ଘରକୁ ଫେରିନଥିଲେ । ସକାଳ ପରିବାର ଲୋକ ଗାଁର ପମ୍ପ ହାଉସ ନିକଟରେ ଥିବା ଏକ ବନ୍ଦ କୋଠରୀରୁ ଧୀରେନଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି l ତଦନ୍ତ ପାଇଁ ପରିବାର ପକ୍ଷରୁ ଖମାର ପୁଲିସକୁ ସୂଚନା ଦିଆଯାଇଛି। ଧୀରେନଙ୍କୁ କିଏ ମାରି ଘରଭିତରେ ହତ୍ୟା କରି ପକେଇଦେଇଥିବାର ସନ୍ଦେହ ହେଉଛି l


