ବନ୍ଦକୁ ଜନସମର୍ଥନ ମିଳିଛି : ଭକ୍ତ

ଭୁବନେଶ୍ୱର, ୮ ।୧୦ : ଚାରିଟି ଗୁରୁତ୍ୱପୂର୍ଣ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ଜନସମର୍ଥନ ମିଳିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।
ଏହି ଅବସରରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଥିଲେଯେ, ଓଡିଶା ବନ୍ଦ ବ୍ୟାପକ ଜନସମର୍ଥନ ଯୋଗୁ ସଫଳ ହୋଇଛି । ଆମେ ବହୁ ପୂର୍ବରୁ ଲୋକଙ୍କୁ ଅବଗତ କରାଇଥିଲୁ । ଜିଲ୍ଲାରୁ ପଞ୍ଚାୟତ ପର୍ଯ୍ୟନ୍ତ ଆମେ ବନ୍ଦ ପାଇଁ ଅପିଲ କରିଥିଲୁ । ତେଣୁ ଏହାର ବିଶେଷ ପ୍ରଭାବ ପଡ଼ିଛି । ଆମେ ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ୍‌ ପ୍ରତ୍ୟାହାର, ବନ୍ୟା ବିପତ୍ତି ନିୟନ୍ତ୍ରଣରେ ବିଫଳତା, ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଓ ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି ନେଇ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲୁ । ଆମର ସମସ୍ତ ଦାବି ଲୋକଙ୍କ ମନକୁ ଛୁଇଁଛି । ବିଭିନ୍ନ ଜିଲ୍ଲା ଓ ଗ୍ରାମାଞ୍ଚଳରେ ଏହାର ବ୍ୟାପକ ପ୍ରଭାବ ପଡ଼ିଛି । କଂଗ୍ରେସର ସର୍ବମାନ୍ୟ ନେତା ରାହୁଲ ଗାନ୍ଧି ଓ ଅନ୍ୟମାନଙ୍କୁ ଦିଲ୍ଲୀରେ ପୁଲିସର ଅମାନବୀୟ ଆଚରଣ ଯୋଗୁଁ ଆଜିର ଦିନଟିକୁ ରାଜ୍ୟବ୍ୟାପୀ ମଧ୍ୟ ‘କଳାଦିବସ’ ଭାବେ ପାଳନ କରାଯାଇଥିବା ନେଇ ଶ୍ରୀ ଦାସ ସୂଚନା ଦେଇଥିଲେ ।
ବିଜେଡି ମାନସିକ ସମର୍ଥନ କରୁଛି ବୋଲି ସେମାନେ ଘୋଷଣା କରିଛନ୍ତି । ଭବିଷ୍ୟତରେ ସେମାନେ ଯେତେବେଳେ ଆନ୍ଦୋଳନ କରିବେ, ସେତେବେଳେ ଆମେ ଆମର ପକ୍ଷ ରଖିବୁ । କିନ୍ତୁ ତାଙ୍କ ଭଳି ୟୁ-ଟର୍ଣ୍ଣ ନେବୁ ନାହିଁ ବୋଲି ଦୃଢତାର ସହିତ ଶ୍ରୀ ଦାସ ପ୍ରକାଶ କରିବା ସହ ଓଡ଼ିଶାର ପ୍ରତ୍ୟେକ ଜନସାଧାରଣଙ୍କୁ ଆଜିର ଏହି ଐତିହାସିକ ବନ୍ଦର ସଫଳତା ପାଇଁ ଶ୍ରୀ ଦାସ କୃତଜ୍ଞତା ଜ୍ଞାପନ କରିଥିଲେ । ଏଥିସହ ସେ ମଧ୍ୟ ଏହି ବନ୍ଦ ପାଳନର ସଫଳତାର ଶ୍ରେୟ ଗଣମାଧ୍ୟମକୁ ମଧ୍ୟ ଦେଇଥିଲେ ।

  • Related Posts

    ପଶ୍ଚିମ ଓଡ଼ିଶାରେ ରାସ୍ତାରୋକ ଏବଂ ପିକେଟିଂ, ଲୋକେ ହନ୍ତସନ୍ତ

    ସମ୍ବଲପୁର/ଝାରସୁଗୁଡ଼ା/ନୂଆପଡ଼ା: INDIA ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ପଡ଼ିଛି । ରାସ୍ତା ଅବରୋଧ ଓ ପିକେଟିଂ ଯୋଗୁଁ ବସ୍‌, ଟ୍ରକ୍‌, ଅଟୋ ସମେତ ଅନେକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ବଜାର ଓ…

    Continue reading
    ଭୁବନେଶ୍ବରରେ ଓଡ଼ିଶା ବନ୍ଦ ପ୍ରଭାବ

    ଭୁବନେଶ୍ୱର: ଚାରି ଦଫା ଦାବି ନେଇ ‘ଇଣ୍ଡି’ ମେଣ୍ଟ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଆହ୍ୱାନ ଦିଆଯାଇଥିବା ବେଳେ ସାଧାରଣ ଲୋକେ ପ୍ରଭାବିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ