ବବି, ଡାନି ଓ ଜିତୁ ମନ୍ତବ୍ୟ ପ୍ରସଙ୍ଗରେ ଏହା କହିଲେ ସୁନନ୍ଦା

ଭୁବନେଶ୍ୱର:ବିଜେଡି ଛାଡ଼ିବା ପରେ ସୁନନ୍ଦା ଦାସ ଗୋଟିକ ପରେ ଗୋଟିଏ ବିସ୍ଫୋରକ ବୟାନ ରଖିଛନ୍ତି । ଯାଜପୁରରେ ବବି, ଡାନି ଓ ଜିତୁ ମନ୍ତବ୍ୟ ପ୍ରସଙ୍ଗରେ ମଧ୍ୟ ସୁନନ୍ଦା ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବବି, ଡାନି ଓ ଜିତୁ ମନ୍ତବ୍ୟ ଶୁଣିବା ପରେ ମୁଁ ଜାଣିଲି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କର କ’ଣ କିଛି ଭୂମିକା ନାହିଁ ।  ଦଳରେ ରହି କି ଲାଭ ଅଛି, ଦଳ ତ ଏମାନଙ୍କ ଇସାରାରେ ଚାଲିଛି । ଯଦି ସୁନନ୍ଦାଙ୍କ ସଂଗଠନ ଠିକ ନଥିଲା ତେବେ ବଡ଼ ନେତା ହାରିଲେ କାହିଁକି । ଯିଏ ଓଡ଼ିଶା ସଂଗଠନ ଦାୟିତ୍ୱରେ ଥିଲେ, ତାଙ୍କ ଜିଲ୍ଲାରେ ସ୍ଥିତି କାହିଁକି ଏମିତି ଅଛି । ଦଳରେ ଦିନ ରାତି ପରିଶ୍ରମ କରୁଥିବା ନେତାଙ୍କ ଟିକେଟ କରିବାରୁ ବିଜେଡି ହାରିଲା ବୋଲି ସୁନନ୍ଦା କହିଛନ୍ତି ।
ଅନ୍ୟପକ୍ଷରେ ତତକାଳୀନ ବିଜେଡି ସାଂଗଠନିକ ସମ୍ପାଦକଙ୍କ ନାମ ନନେଇ ସୁନନ୍ଦା ବର୍ଷିଛନ୍ତି । ‘ ମୁଁ ଅଶୋକ ଦାସଙ୍କ ପୁଅ, ପଛରୁ ଛୁରୀ ଭୁସିବା ଲୋକ ନୁହେଁ ବୋଲି କହୁଥିଲେ । ତେଣୁ ମୋର ତାଙ୍କ ଉପରେ ଟିକେଟ ମିଳିବା ନେଇ ପୂର୍ଣ୍ଣ ଭରସା ରହିଥିଲା । ଟିକେଟ ଦେବା ଲୋକ ମୁଁ ଓ ଟେକେଟ କାଟିବା ଲୋକ ମୁଁ ବୋଲି କହିଥିଲେ । ଦେବାଶିଷ ନାୟକଙ୍କୁ ହଟାଇବା ପାଇଁ ମୋତେ ଡାକି ମିଶାଇଥିଲେ । ୨୦୧୯ରେ ନିର୍ବାଚନ ଜିତବା ପରେ  ବରୀବାସୀଙ୍କ ପାଇଁ କାମ କରୁଥିଲି । ରାତିରେ ମୋତେ ବେଷ୍ଟ ଅଫ ଲକ କହିଲେ, କିନ୍ତୁ ସକାଳେ ଟିକେଟ କଟିଲା । ମୋ ଟିକେଟ କାହିଁକି କଟିଲା ତାଙ୍କୁ ପଚାରନ୍ତୁ ସେ ହିଁ କହିପାରିବେ । ମୋ ଟିକେଟ ସେ ହିଁ କାଟିଛନ୍ତି ବୋଲି ସୁନନ୍ଦା ଦାସ କହିଛନ୍ତି ।
କେବଳ ସେତିକି ନୁହେଁ ଟିକେଟ କରିବା ପରେ ଭି.କେ ପାଣ୍ଡିଆନ ମୋତେ ଡାକିଥିଲେ । ଆଉ ମୁଁ ବି ନବୀନ ନିବାସ ଯାଇଥିଲି । ମୁଁ ଯାଜପୁର ବ୍ୟାପାରରେ ମୁଣ୍ଡ ପୂରାଇ ପାରିଲି ନାହିଁ ବୋଲି ଟିକେଟ କଟିଲା ବୋଲି ପାଣ୍ଡିଆନ କହିଥିଲେ । ଆପଣ କଣ୍ଟାବାଞ୍ଜି ଯାଇ ପ୍ରଚାର କରନ୍ତୁ, ପରେ ବୁଝାଯିବ ବୋଲି ପାଣ୍ଡିଆନ କହିଥିବା ସୁନନ୍ଦା କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ନବୀନ ବାବୁ ନିଜେ ଟିକେଟ ବାଣ୍ଟିଥିଲେ ବିଜେଡି ପୁଣି ସରକାର କରିଥାନ୍ତା । ମାତ୍ର ଟିକେଟ ବାଣ୍ଟିବା ବେଳେ ସେମାନେ ସେପରି କଲେ ନାହିଁ । ପ୍ରଭୁ ଜଗନ୍ନାଥ ବିଚାର କରିବେ ବୋଲି ମୁଁ ସେତେବେଳେ କହିଥିଲି ।  ପ୍ରଭୁ ଜଗନ୍ନାଥ ଠିକ ବିଚାର କରିଛନ୍ତି, ଦେଖା କରି ଧନ୍ୟବାଦ ଜଣାଇଛି । ମନମୁଖୀ ଶାସନ ପାଇଁ ବିଜେଡିର ଆଜି ଏପରି ଅବସ୍ଥା ହୋଇଛି ବୋଲି ସୁନନ୍ଦା ଦାସ କହିଛନ୍ତି ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ