ବର୍ଷକରେ ମରୁଛନ୍ତି ୮୧ ହାତୀ

ଭୁବନେଶ୍ୱର : ବର୍ଷକରେ ମରୁଛନ୍ତି ୮୧ ହାତୀ। ଏହାକୁ ସ୍ଵୀକାର କରୁଛନ୍ତି ଖୋଦ୍ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଓଡ଼ିଶାରେ ଏବେ ୨୧୦୩ଟି ହାତୀ ଅଛନ୍ତି। ବର୍ଷକରେ ହାରାହାରି ୮୧ଟି ହାତୀଙ୍କର ମୃତ୍ୟୁ ଘଟୁଛି। ହାତୀ-ମଣିଷ ସଂଘର୍ଷ ରୋକିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଫସଲହାନି ରୋକିବା ପାଇଁ ଉପଦ୍ରବ ପ୍ରବଣ ଗାଁରେ ଜନ ସୁରକ୍ଷା ଓ ଗଜ ରକ୍ଷା ନାମରେ ଯୋଜନା ପ୍ରଣୟନ କରାଯାଇଛି । ହାତୀ ଉପଦ୍ରବରୁ ରକ୍ଷା ପାଇଁ ସୌର ତାରବାଡ଼ ଘେରାଯାଉଛି । ହାତୀ ଉପଦ୍ରବଜନିତ କ୍ଷୟକ୍ଷତି ପାଇଁ ଅନୁକମ୍ପା ରାଶି ପ୍ରଦାନ ପାଇଁ ‘ଅନୁକମ୍ପା’ ପୋର୍ଟାଲ ପ୍ରଚଳନ କରାଯାଇଛି । ହାତୀ ଓ ଅନ୍ୟ ବନ୍ୟପ୍ରାଣୀଙ୍କ ଦ୍ୱାରା କ୍ଷୟକ୍ଷତି ନେଇ ଅନୁକମ୍ପା ଆପ୍‌ ମାଧ୍ୟମରେ ୨୦୨୪- ୨୫ ବର୍ଷରେ ୧ ଲକ୍ଷ ୫ ହଜାର ୫୯୬ ମାମଲା ପଞ୍ଜୀକୃତ ହୋଇଛି । ଜୀବନହାନି ଓ ସମ୍ପତ୍ତି କ୍ଷୟକ୍ଷତି ପାଇଁ ୬୯ ହଜାର ୭୪୯ ଜଣ ପୀଡ଼ିତ ଲୋକଙ୍କୁ ୩୧ କୋଟି ୫୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି ।
ରାଜ୍ୟରେ ୨୦୨୪ ନଭେମ୍ବର ସୁଦ୍ଧା ହୋଇଥିବା ଗଣତି ଅନୁସାରେ ଅନୁଗୁଳରେ ୨୫୪ଟି ହାତୀ, କଟକରେ ୧୩୨, ଢେଙ୍କାନାଳରେ ୨୯୧, କେନ୍ଦୁଝରରେ ୧୯୫, ମୟୂରଭଞ୍ଜରେ ୨୯୫, ସୁନ୍ଦରଗଡ଼ରେ ୧୭୯, ସମ୍ବଲପୁରରେ ୧୪୦, ଦେବଗଡ଼ରେ ୧୦୭, ଖୋର୍ଦ୍ଧାରେ ୮୩, ନୟାଗଡ଼ରେ ୫୬, ବାଲେଶ୍ୱରରେ ୫୪, ଗଞ୍ଜାମରେ ୯୩, କନ୍ଧମାଳରେ ୫୪, ବଲାଙ୍ଗୀରରେ ୪୨ ଓ କଳାହାଣ୍ଡିରେ ୯୫ଟି ହାତୀ ଗଣନା ହୋଇଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ରଖିଥିବା ତଥ୍ୟରୁ ଏହା ଜଣାପଡ଼ିଛି।

  • Related Posts

    ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କା ସୁଧ ଫେରସ୍ତ

    ଓଡ଼ିଶାର ବିକାଶରେ ନେତୃତ୍ୱ ନେବେ ନାରୀଶକ୍ତି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା • ୧୫,୫୨୬ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆବର୍ତ୍ତନ ପାଣ୍ଠି, ୩୭୧ ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ୬୦୫ ଆଞ୍ଚଳିକ ମହାସଂଘକୁ ନିରାପତ୍ତା ପାଣ୍ଠି ବାବଦକୁ ମୋଟ…

    Continue reading
    ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରାଙ୍କୁ ସ୍ୱାଗତ କଲେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

    ଭୁବନେଶ୍ୱର, ୦୬-୧୦-୨୬: ଜାପାନରେ ଆୟୋଜିତ ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଲସ୍ ଆଞ୍ଜେଲସ୍ ଅଲମ୍ପିକ୍ସ (LA28) ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ହକି ଟିମ୍‌ର ଓଡ଼ିଶା ତାରକା ଅମିତ ରୋହିଦାସ ଓ ଶୀଳାନନ୍ଦ ଲାକ୍ରା ଭୁବନେଶ୍ୱରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ