‘ବଳଙ୍ଗା ଦିବଙ୍ଗତାଙ୍କୁ ନ୍ୟାୟ ନ ମିଳିବା ଯାଏ କଂଗ୍ରେସ ଛାଡ଼ିବ ନାହିଁ’

ଭୁବନେଶ୍ୱର:ଅଧିକାଂଶ ନାରୀ ନିର୍ୟାତନା ମାମଲାରେ ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ କରୁ ନ ଥିବାରୁ ଅପରାଧୀମାନେ ଅଧିକରୁ ଅଧିକ ଅପରାଧ କରିବାକୁ ପ୍ରୋତ୍ସାହିତ ହେଉଛନ୍ତି। ଏପରିକି ନାରକୀୟ ଅପରାଧ ଘଟାଇଲେ ମଧ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନି। ନିକଟ ଅତୀତରେ ରାଜ୍ୟରେ ନାରୀଙ୍କ ଉପରେ ହେଉଥିବା କୌଣସି ଗୋଟିଏ ଘଟଣାର ମଧ୍ୟ ସନ୍ତୋଷଜନକ ଅନୁସନ୍ଧାନ କରିବାରେ ସରକାର ସଫଳ ହୋଇନାହାନ୍ତି। ବଳଙ୍ଗା ଛାତ୍ରୀପୋଡ଼ି ଘଟଣା ହେଉଛି ତାର ଏକ ବଡ଼ ଉଦାହରଣ। ତିନିଜଣ ଦୁର୍ବୃତ୍ତ ଟେକିନେଇ ଜାଳିଦେଇଥିବା କଥା ଛାତ୍ରୀଜଣଙ୍କ ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଥିଲେ ସୁଦ୍ଧା ମାସେ ହୋଇଗଲା ପଛେ, ପୁଲିସ ଅପରାଧୀଙ୍କୁ ଗିରଫ ନ କରିବା ଅତ୍ୟନ୍ତ ପରିତାପର ବିଷୟ କ୍ଷ କିନ୍ତୁ କଂଗ୍ରେସ ନାରୀନ୍ୟାୟ କ୍ଷେତ୍ରରେ କୌଣସି ସାଲିସ କରିବ ନାହିଁ, ସଂଗ୍ରାମ ଜାରି ରହିବ ବୋଲି ପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିବା ବୟାନ ଭିଡିଓ ସତ କି ନୁହେଁ; ଯଦି ସତ, ସେଇ ଭିତ୍ତିରେ ଦୁର୍ବୃତ୍ତଙ୍କୁ ଗିରଫ କରିବା ଦିଗରେ ପୁଲିସ କାର୍ୟ୍ୟାନୁଷ୍ଠାନ କରିବ କି ନାହିଁ, ସେ ନେଇ କୌଣସି ସୂଚନା ନ ଦେଇ ଭିଡିଓ ଭାଇରାଲ କରିଥିବା ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇ ଖସିଯିବାକୁ ଉଦ୍ୟମ କରୁଛନ୍ତି। ବଳଙ୍ଗା ଦିବଙ୍ଗତାଙ୍କୁ ନ୍ୟାୟ ମିଳିବା ଯାଏ କଂଗ୍ରେସର ସଂଗ୍ରାମ ଅବ୍ୟାହତ ରହିବ ବୋଲି ସେ କହିଥିଲେ।
ବଳଙ୍ଗା ଘଟଣାକୁ ନେଇ ମୁଖପାତ୍ର ନିଶିକାନ୍ତ ମିଶ୍ର ଆଇନଗତ ଦିଗ ତର୍ଜମା କରି କହିଛନ୍ତି, ଭାରତୀୟ ସାକ୍ଷ୍ୟ ବିଧି ଆଇନ ଉପଧାରା ୨୬(କ) ଅନୁଯାୟୀ ମୃତ୍ୟୁକାଳୀନ ଜମାନବନ୍ଦୀ ବା ବୟାନକୁ ପ୍ରାୟତଃ ସତ୍ୟ ଭାବରେ ଗ୍ରହଣ କରାଯାଇ ଥାଏ କ୍ଷ ଭାଇରାଲ ହୋଇଥିବା ଭିଡିଓରେ ପୀଡ଼ିତା ତିନିଜଣ ଦୁର୍ବୁତ୍ତଙ୍କୁ ଇସାରା ଉଲ୍ଲେଖ କରିଥିବା ସ୍ପଷ୍ଟ ଜଣାପଡ଼ୁଛି। ପୁଲିସ ଏହି ସ୍ପର୍ଶକାତର ଘଟଣା ଉପରେ ଏକାଧିକ ଥର ବୟାନ ଦେଲାଣି ଏବଂ ସେଇ ବୟାନ ମଧ୍ୟରେ କୌଣସି ତାଳମେଳ ରହୁନି କ୍ଷ ପୁଲିସ ହାତରେ ବଡ଼ ତଥ୍ୟ ଲାଗିଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ କହିଥିବାବେଳେ ପୁଲିସ ମୁଖ୍ୟାଳୟ ଏହି ଛାତ୍ରୀପୋଡ଼ି ଘଟଣାରେ କାହାରି ସମ୍ପୃକ୍ତି ନ ଥିବା ସାମାଜିକ ଗଣମାଧ୍ୟମରେ ବିଜ୍ଞାପିତ କରୁଛି। ଏଫଆଇଆର, ସାକ୍ଷୀଙ୍କ ମିଡିଆ ବାଇଟ, ପୁରୀ ଏସପିଙ୍କ ବୟାନ ମଧ୍ୟରେ ବିସଙ୍ଗତି ଏବଂ ପୀଡ଼ିତାଙ୍କ ଭାଇରାଲ ବୟାନ ପୁଲିସର କାର୍ୟ୍ୟକଳାପକୁ ସନ୍ଦେହ ଘେରକୁ ଟାଣିନେଉଛି କ୍ଷ ପୁଲିସ ଅନୁସନ୍ଧାନ କରୁଛି ନା ଘଣ୍ଟ ଘୋଡ଼ାଉଛି ଏହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି କ୍ଷପ୍ରେସ ସମ୍ମିଳନୀର ଅନ୍ୟତମ ମୁଖପାତ୍ର ଜୟଶ୍ରୀ ପାତ୍ର ଛାତ୍ରୀ ପୋଡ଼ି ଘଟଣାରେ ସାମିଲ ବ୍ୟକ୍ତି ବିଶେଷ, ପୋଲିସ, ସରକାର ଆଦି ବିଭିନ୍ନ ଦିଗ ଉପରେ ଆଲୋକପାତ କରି ପୁଲିସକୁ ଅନେକ ପ୍ରଶ୍ନ ପଚାରିଛନ୍ତି କ୍ଷ ଦୁର୍ବୃତ୍ତମାନେ ନିଆଁ ଲଗାଇଲା ପରେ ଛାତ୍ରୀଜଣକ ସାହାଯ୍ୟ ପାଇଁ ପ୍ରଥମେ ପହଞ୍ଚିଥିବା ତେରହଳ ଗ୍ରାମର ଦୁଃଖିଶ୍ୟାମ ସେନାପତି ପ୍ରଥମଥର ବାଇଟ ଦେଇ ସମସ୍ତ ଘଟଣା ବର୍ଣନା କରିଥିଲେ। ପରେ ତାଙ୍କ ପରିବାର ଏବଂ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ। କିନ୍ତୁ ବର୍ତ୍ତମାନ ଶ୍ରୀ ସେନାପତି ଗଲେ କୁଆଡ଼େ? କାହାକୁ ସେ ଏତେ ଭୟ କରୁଛନ୍ତି ? ଉପ ମୁଖ୍ୟମନ୍ତ୍ରୀ ତାଙ୍କ ଦୁଇ ଆନୁଗତ୍ୟଙ୍କୁ କାହିଁକି ଦିଲ୍ଲୀ ପଠାଇଥିଲେ ? କାହିଁକି ଏହି ଦୁଇ ଜଣ ପୀଡ଼ିତାଙ୍କ ପରିବାରକୁ ଆଢୁଆଳରେ ରଖୁଥିଲେ? କାହିଁକି ମିଡ଼ିଆକୁ ବାଇଟ ନ ଦେବା ପାଇଁ ଅନ୍ୟଙ୍କୁ ନିରୁତ୍ସାହିତ କରୁଥିଲେ? ଘଟଣା ସହ ଏହି ଦୁଇଜଣଙ୍କ କ’ଣ ସମ୍ପର୍କ ଅଛି ? ପୁରୀ ଏସପି କହୁଛନ୍ତି, ପୀଡ଼ିତାଙ୍କ ଭାଇରାଲ ବୟାନ ମେଡିକାଲ ପ୍ରଶାସନ ପ୍ରଘଟ କରିଥାଇପାରନ୍ତି। ଭାଇରାଲ ଭିଡିଓରେ ବୟାନ ଗ୍ରହଣ କରୁଥିବା ମହିଳା ଜଣକ ଯେଉଁ ପ୍ୟାଡ୍‌ରେ ଲେଖୁଛନ୍ତି, ସେଇ ପ୍ୟାଡ୍‌ରେ ‘୨୦/୭/୨୦୨୫’ ସହ ‘ଆଇଆଇସି ବଳଙ୍ଗା’ ବୋଲି ମଧ୍ୟ ଲେଖାହୋଇଛି କ୍ଷ ବର୍ତ୍ତମାନ ଗୁରୁତର ପ୍ରଶ୍ନ ଉଠୁଛି ଯେ, ଯଦି ପୁଲିସ ବୟାନ ରେକର୍ଡ଼ିଂ କରୁଥିଲା, ପୁଲିସଠାରୁ କେମିତି ଭିଡିଓ ଲିକ ହୋଇ ଭାଇରାଲ ହେଲା? ଯଦି ପୁଲିସ ବୟାନ ରେକର୍ଡ କରିନାହିଁ, ଏତେ କଡ଼ା ସୁରକ୍ଷା ଥାଇ ସୁଦ୍ଧା କିଏ ବୟାନ ଭିଡିଓ ରେକର୍ଡ଼ିଂ କରିଛି ଏବଂ ଭାଇରାଲ କରିଛି ? ତାକୁ ପୋଲିସ ଏପର୍ୟ୍ୟନ୍ତ ଗିରଫ କରିନାହିଁ କାହିଁକି ବୋଲି ପୁଲିସକୁ ସିଧାସଳଖ ପ୍ରଶ୍ନ କରାଯାଇଛି। ଘଟଣାରେ ରାଜନୈତିକ ଲୋକଙ୍କ ସମ୍ପୃକ୍ତି ଅଛି ତେଣୁ ଆଜି ପର୍ୟ୍ୟନ୍ତ ଜଣକୁ ମଧ୍ୟ ପୁଲିସ ଗିରଫ କରିନାହିଁ କ୍ଷ ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ବଳଙ୍ଗା ପୀଡ଼ିତା ନିଜ ନିର୍ବାଚନମଣ୍ଡଳୀର ହୋଇ ସୁଦ୍ଧା ପୋଡ଼ି ହେଲା ଦିନଠୁ ଦିଲ୍ଲୀ ଯିବା ପର୍ୟ୍ୟନ୍ତ ଥରଟିଏ ମଧ୍ୟ ଭୁବନେଶ୍ବରେ ଉପମୁଖ୍ୟମନ୍ତ୍ରୀ ଭେଟିବାକୁ ଯାଇପାରିଲେ ନାହିଁ କ୍ଷ ଦିଲ୍ଲୀ ଯାଇ ସାକ୍ଷାତ କଲେ କ୍ଷ ଦିଲ୍ଲୀରେ ଗଣମାଧ୍ୟମକୁ ପୀଡ଼ିତା ସୁସ୍ଥ ଅଛି ବୋଲି ଉଲ୍ଲେଖ କଲେ କ୍ଷ ତଥାପି କେମିତି ଝିଅଟାର ଜୀବନ ଚାଲିଗଲା ରାଜ୍ୟବାସୀ ଉତ୍ତର ଅପେକ୍ଷାରେ ଅଛନ୍ତି କ୍ଷ
ସୂଚନାଯୋଗ୍ୟ, ଯଦି ଦିବଙ୍ଗତା ବଳଙ୍ଗା ଛାତ୍ରୀକୁ ନ୍ୟାୟ ନ ମିଳିଲା, ଆଗାମୀ ଦିନରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ପୂର୍ବ ଘୋଷଣା ଅନୁଯାୟୀ ରାଜ୍ୟର ସମସ୍ତ ଥାନା ଘେରାଉ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଦୃଢ଼ୋକ୍ତି ପ୍ରକାଶ କରାଯାଇଥିଲା

  • Related Posts

    ବନ୍ଦ ହେଲା ବିଧାନସଭା: ବର୍ଷିଲା ବିଜେଡି

    ଭୁବନେଶ୍ବର: ରାତି ଆଧରେ ଆକସ୍ମିକ ବନ୍ଦ ହେଲା ବିଧାନସଭା । ଶେଷ କାର୍ୟ୍ୟ ଦିବସ ପୂର୍ବରୁ ଗୃହ କାର୍ୟ୍ୟ ବନ୍ଦ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଏଭଳି ହଠାତ୍ ବନ୍ଦ ନେଇ ରାଜ୍ୟ…

    Continue reading
    କ୍ଷମା ମାଗିଲେ ନିଶିକାନ୍ତ ଦୁବେ: କ’ଣ କହିଲେ ଜାଣନ୍ତୁ

    ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ଆଜି କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କ୍ଷମା ପ୍ରାର୍ଥନା କରିଛନ୍ତି। ଏବଂ କହିଛନ୍ତି ବିଜୁ ବାବୁଙ୍କୁ ନେଇ ଦେଇଥିବା ବୟାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ