ବାଣ ନିଆଁରେ ୩ ଛୁଆ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ:  ପଶ୍ଚିମବଙ୍ଗର ହାଓଡାରେ ଗତକାଲି ଦୀପାବଳି ପାଳନ ବେଳେ ଘଟିଛି ଅଘଟଣ । ବାଣ ନିଆଁରେ ଏକ ଘର ଜଳିଯାଇଥିବା ବେଳେ ତା’ ଭିତରେ ଥିବା ୩ ଛୁଆ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଅଘଟଣରେ ଜଣେ ମହିଳା ଓ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛନ୍ତି। ଏହି ଅଘଟଣ ହାଓଡ଼ାର ଓଲବେରିୟା ଅଞ୍ଚଳରେ ହୋଇଥିଲା।

ଜଣେ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତରାତିରେ ଓଲବେରିୟା ଅଞ୍ଚଳରେ ଦୀପବଳି ପାଳନ ହେଉଥିବା ବେଳେ ପିଲାମାନେ ବାଣ ଫୁଟାଉଥିଲେ। ଏହି ସମୟରେ କିଛି ନିଆଁ ଝାସ ପାଖରେ ଥିବା କିଛି ବାଣ ଉପରେ ପଡ଼ିଯାଇଥିଲା। ଫଳରେ ସେଠାରେ ହୁତୁହୁତୁ ହୋଇ ନିଆଁ ଜଳିବାକୁ ଲାଗିଲା। ପାଖରେ ଥିବା ଏକ ଘର ନିଆଁ କବଳକୁ ଆସି ଯାଇଥିବା ବେଳେ ତା’ ଭିତରେ ଥିବା ୩ ପିଲା ଘରୁ ବାହାରି ପାରି ନ ଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା ସହ ଘରୁ ୩ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

  • Related Posts

    ଆସନ୍ତା ଆର୍ଥିକ ବର୍ଷରୁ ପ୍ଲାଷ୍ଟିକ୍‌ ନୋଟ୍‌

    ମୁମ୍ବାଇ: ଆସନ୍ତା ଆର୍ଥିକ ବର୍ଷ ୧ା ୨୦୨୭-୨୮ଠାରୁ ଦେଶରେ ପ୍ଲାଷ୍ଟିକ୍ ନୋଟ୍‌ ପ୍ରଚଳନ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ ଯୋଜନା ଅନୁସାରେ ପରୀକ୍ଷଣ ସଫଳ…

    Continue reading
    ରେପୋରେଟ୍ ସ୍ଥିର ରଖିଲା RBI

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ପୀତି ବୈଠକରେ ବଡ଼ ନିଷ୍ପତ୍ତି ନେଇଛି । ରେପୋରେଟ୍ ହାରକୁ ୫.୨୫% ରେ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଛି ଆରବିଆଇ । ଯାହାର ଅର୍ଥ ହେଉଛି ଆପଣଙ୍କର EMI ବର୍ତ୍ତମାନ ପାଇଁ ହ୍ରାସ ପାଇବ ନାହିଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ