ବାଣିଶ୍ରୀ ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ

ଭୁବନେଶ୍ୱର: ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ବାଣିଶ୍ରୀ  ଛାତ୍ରବୃତ୍ତିରେ ବିଳମ୍ବ ହେଲେ ଦୈନିକ ତଣ୍ଡ ଗଣିବେ ଅଧିକାରୀ । ବୃତ୍ତି ଆବେଦନଗୁଡ଼ିକୁ ଶିକ୍ଷାନୁଷ୍ଠାନ ସ୍ତରରେ ବିଚାରକୁ ନେବା ପାଇଁ ୪୫ ଦିନର ସମୟସୀମା ଧାର୍ଯ୍ୟ କଲେ ରାଜ୍ୟ ସରକାର । ଏଥିସହ ଡିଏସ୍‌ଏସ୍‌ଓଙ୍କ ସ୍ତରରେ  ମଧ୍ୟ ୪୫ ଦିନ ଟପିଗଲେ, ତାଙ୍କ ଉପରେ ପ୍ରତି ଆବେଦନ ପିଛା ପ୍ରତିଦିନ ୫୦୦ ଟଙ୍କା ଜରିମାନା ଲାଗୁ କରାଯିବ । ଏ  ନେଇ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ  ସଶକ୍ତୀକରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ନୂତନ ବିଜ୍ଞପ୍ତି ଅନୁଯାୟୀ, ବାଣିଶ୍ରୀ ବୃତ୍ତି ଲାଗି  ଆବେଦନ ଦାଖଲ ହେବାର ୪୫ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ  ଯଦି ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମଞ୍ଜୁରି, ସୁପାରିସ ବା ଅନୁଧ୍ୟାନ ନ କରେ ତେବେ ଆବେଦନଟି ସ୍ୱତଃ ଡିଏସ୍‌ଏସ୍‌ଓଙ୍କ ସ୍ତରକୁ  ବିଚାର ପାଇଁ ଏସ୍କାଲେଟ୍‌ ହୋଇଯିବ । ଡିଏସ୍‌ଏସ୍‌ଓ ସ୍ତରରେ  ମଧ୍ୟ ଆବେଦନଟି ୪୫ ଦିନ ମଧ୍ୟରେ ଯାଞ୍ଚ ଏବଂ ମଞ୍ଜୁର କରିବାକୁ ପଡ଼ିବ । ଏହାଠାରୁ ଯଦି ଅଧିକ ଦିନ ବିଳମ୍ବ ହୁଏ  ତେବେ ସମ୍ପୃକ୍ତ ଡିଏସ୍‌ଏସ୍‌ଓଙ୍କ ଉପରେ ପ୍ରତି ଆବେଦନ  ପିଛା ୫୦୦ ଟଙ୍କା ଜରିମାନା ଲାଗୁ ହେବ । ଏନେଇ ଏବେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସଂଶୋଧିତ  ଯୋଜନାରେ ଆରପିଡବ୍ଲୁଡି ଆକ୍ଟ ୨୦୧୬ ଅନୁଯାୟୀ ସ୍ୱୀକୃତ  ୨୧ ପ୍ରକାରର ଦିବ୍ୟାଙ୍ଗତା ଥିବା ଛାତ୍ରଛାତ୍ରୀମାନଙ୍କୁ ସାମିଲ  କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ୪୦ ପ୍ରତିଶତ କିମ୍ବା ତା’ଠାରୁ  ଅଧିକ ଦିବ୍ୟାଙ୍ଗ ହୋଇଥିବେ ସେମାନେ ସମସ୍ତେ ୟୁଡିଆଇଡି  ପ୍ରମାଣପତ୍ର ସହ ଏହି ବୃତ୍ତି ଯୋଜନାରେ ଅନ୍ତର୍ଭୂକ୍ତ ହେବେ ।

ବାଣିଶ୍ରୀ ବୃତ୍ତିରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶ୍ରେଣୀ  ଅନୁଯାୟୀ ମାସିକ ୪୦୦ ରୁ ୭୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା  ରାଶି ମିଳିବ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପାଠପଢା ଜାରି ରଖିବା  ସହିତ, ବୈଷୟିକ, ବୃତ୍ତିଗତ ବା ଧନ୍ଦାମୂଳକ ପ୍ରଶିକ୍ଷଣ  ପାଇଁ ପ୍ରୋତ୍ସାହିତ ଏହଂ ସହାୟତା ପ୍ରଦାନ କରିବା ଏହି  ବୃତ୍ତିର ମୂଳ ଉଦ୍ଦେଶ୍ୟ । ଏହିକ୍ରମରେ ପ୍ରଥମରୁ ୫ମ ଶ୍ରେଣୀ  ଛାତ୍ରଛାତ୍ରୀଙ୍କୁ ମାସିକ ୪୦୦, ଷଷ୍ଠରୁ ଦଶମ ଶ୍ରେଣୀ ପାଇଁ  ମାସିକ ୫୦୦, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ମାସିକ  ୬୦୦ ଏବଂ ସ୍ନାତକ, ସ୍ନାତକୋତ୍ତର, ବୈଷୟିକ ଓ ଧନ୍ଦାମୂଳକ  ପ୍ରଶିକ୍ଷାର୍ଥୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ୭୦୦ ଟଙ୍କାର ଆର୍ଥିକ  ସହାୟତା ଯୋଗାଇ ଦେବେ ସରକାର । ୭୫ ପ୍ରତିଶତ କିମ୍ବା  ତା’ଠାରୁ ଅଧିକ ଚଳନଶକ୍ତି ଜନିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ  ଅତିରିକ୍ତ ମାସିକ ୨୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା ରହିଛି ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ