
ଭୁବନେଶ୍ୱର: ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ ବସ୍ର ପୁଣି ଆତଙ୍କ । ମଞ୍ଚେଶ୍ୱର ଅଞ୍ଚଳରେ ବାପ ଝିଅଙ୍କ ଉପରେ ଚଢିଗଲା ଆମ ବସ। ସ୍କୁଲ ସାରି ଫେରୁଥିବା ବେଳେ ରଙ୍ଗ୍ ରୁଟରେ ଆସି ଆମ ବସ ଦେଲା ଧକ୍କା । ଝିଅ ଆହତ ହୋଇଥିବା ବେଳେ ଆମ ବସ୍କୁ ଅଟକାଇଛନ୍ତି ସ୍ଥାନୀୟ ବାସିନ୍ଦା । ଆମ ବସ୍ ଦୁର୍ଘଟଣାରେ ଲାଗୁନି ରୋକ । ବେଲଗାମ ଆମବସ୍ । ଅମାନିଆ ଆମ ବସ୍ ଚାଳକ । ପ୍ରତିଦିନ ଆସୁଛି ଆମ ବସ ଦୁର୍ଘଟଣାର ଖବର।
ରାଜଧାନୀବାସୀଙ୍କୁ ସୁବିଧାରେ ଗମନାଗମନ ପାଇଁ ସରକାର ‘ଆମ ବସ’ ପରିବହନ ସୁବିଧା ଉପଲବ୍ଧ କରାଇଥିଲେ ହେଲେ ଏବେ ‘ଆମ ବସ’ ଖାଲି ସରକାର ନୁହେଁ ଭୁବନେଶ୍ୱରବାସୀଙ୍କ ଚିନ୍ତା ବଢ଼ାଇଛି । ଭୁବନେଶ୍ୱରରେ ଏବେ ‘ଆମ ବାସ’ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ପ୍ରତି ଦିନ ଆମ ବସ ଦୁର୍ଘଟଣାଗ୍ରସ୍ତ ହେଉଥିବାର ଖବର ସାମ୍ନାକୁ ଆସୁଛି । ଯଦିଓ ପରିବହନ ବିଭାଗ, ନଗର ଉନ୍ନୟନ ବିଭାଗ ଏବଂ ‘କୃଟ’ ପକ୍ଷରୁ ବହୁବିଧ ବ୍ୟବସ୍ଥା କରାଯାଉଛି, ଆମ ବସ ଡ୍ରାଇଭରଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି । ଏହାସହ ନିଶାସେବନ ନେଇ ଚେକିଂ କରାଯାଉଛି କିନ୍ତୁ ଅନେକ ସମୟରେ ‘ଆମ ବସ’ ଅସାବଧାନତା ଯୋଗୁଁ ଛାତିଥରା ଦୁର୍ଘଟଣା ହେଉଛି।


