ବାରବାଟୀ ଟି-ଟ୍ୱେଣ୍ଟି ଟିକେଟ୍: ସକାଳ ୬ଟାରୁ ଧାଡ଼ି ଲଗାଇବେ ଦର୍ଶକ

କଟକ: ଆସନ୍ତା ୫ ତାରିଖରୁ ବାରବାଟୀ ଟି-ଟ୍ୱେଣ୍ଟି ଲାଗି କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହେବ । ଏନେଇ ୫ଟି କାଉଣ୍ଟର୍ କରାଯାଇଛି । ଟିକେଟ୍ ଆଶାୟୀଙ୍କ ପ୍ରବଳ ଭିଡ଼ ଆଶଙ୍କାକୁ ନେଇ କମିଶନରେଟ୍ ପୁଲିସର ନିଦ ହଜିଲାଣି । ଯଦିଓ ଟିକେଟ ବିକ୍ରି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ ଏଥର ଅନେକ ଗୁଡ଼ିଏ ନୂଆ ପଦକ୍ଷେପ ନିଆଯାଇଛି, ତଥାପି ଟିକେଟ ତୁଳନାରେ ଏଥର ପ୍ରାୟ ପାଞ୍ଚଗୁଣା କ୍ରିକେଟ୍‌ ପ୍ରେମୀଙ୍କ ଭିଡ଼ ହେବାର ଆଶା କରାଯାଉ ଥିବାରୁ ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପୁଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ ।ଗତ ଫେବ୍ରୁଆରୀ ୯ରେ ଭାରତ-ଇଂଲଣ୍ଡ ଦିନିକିଆ ପୂର୍ବରୁ କାଉଣ୍ଟର୍ ଟିକେଟ୍ ବିକ୍ରିକୁ ନେଇ ବିଶୃଙ୍ଖଳା ଉପୁଜିଥିଲା । ଏଥର ମଧ୍ୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ତା’ଠାରୁ ଅଧିକ ଉତ୍ସାହ ଓ ଉତ୍କଣ୍ଠା ଦେଖିବାକୁ ମିଳୁଛି । ପୂର୍ବାପେକ୍ଷା ଟିକେଟ ସଂଖ୍ୟା ମଧ୍ୟ କମି ଯାଇଛି । ଫେବ୍ରୁଆରୀ ୯ ଦିନିକିଆରେ ୧୧ ହଜାର ୮୦ ଟିକେଟ କାଉଣ୍ଟରରେ ଉପଲବ୍ଧ ରହିଥିଲା, ଏଥର ତା’ଠାରୁ ପ୍ରାୟ ହଜାରେ କମ୍ ଅର୍ଥାତ୍ ପ୍ରାୟ ୧୦ହଜାର ଟିକେଟ ବିକ୍ରି ହେବ ।ପ୍ରଥମ ଥର ପାଇଁ ଲୁହା ବାଡ଼ ବ୍ୟବସ୍ଥା ସହ ଜିକ୍‌ଜାକ୍ ଡିଜାଇନ୍‌ରେ ବ୍ୟାରିକେଡିଂ କରାଯାଇଛି । ଓସିଏ କ୍ରିକେଟ ଏକାଡେମୀ ପଟେ ଦର୍ଶକ ଆସି ବ୍ୟାରିକେଡ୍‌ ଭିତରେ ପ୍ରବେଶ କରିବେ । ଏହି ବ୍ୟାରିକେଡ୍ ଦେଇ ଟିକେଟ କାଉଣ୍ଟର ପର୍ୟ୍ୟନ୍ତ ଯିବେ । ୨ ଫୁଟ ଲେଖାଏଁ ଦୁଇଟି ବ୍ୟାରିକେଡ୍ ଲାଇନ କରାଯାଇଥିବା ବେଳେ ତା’ ପାଖରେ ଆଉ ଗୋଟିଏ ୩ ଫୁଟର ବ୍ୟାରିକେଡ୍ ହୋଇଛି । ଏହି ୩ ଫୁଟ୍ ଭିତରେ ପୁଲିସ ଜଗିବେ । କାଉଣ୍ଟର ପାଖରୁ ଆଠ ଶହ ମିଟର ପର୍ୟ୍ୟନ୍ତ ଷ୍ଟିଲ୍ ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି । ତେବେ ପୂର୍ବଦିନ ରାତିରୁ କୌଣସି କ୍ରିକେଟପ୍ରେମୀଙ୍କୁ କାଉଣ୍ଟର ପାଖରେ ଧାଡ଼ି ବାନ୍ଧିବାକୁ ସୁଯୋଗ ଦିଆଯିବ ନାହିଁ । ଦର୍ଶକ କାଉଣ୍ଟର ଖୋଲିବାର ତିନିଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୬ଟାରୁ ଲାଇନ୍ ଲଗାଇ ପାରିବେ ବୋଲି ଡିସିପି ଖିଲାରି ରିଷିକେଶ ଦ୍ୟାନଦେଓ କହିଛନ୍ତି ।କାଉଣ୍ଟର୍ ପାଖରେ କେବଳ ଟିକେଟ କିଣିବାକୁ ଆସିଥିବା ବ୍ୟକ୍ତି ବ୍ୟାରିକେଡ୍ ଭିତରେ ରହିପାରିବେ । ଟିକେଟ କଳାବଜାର ଉପରେ ନଜର ରଖିବା ସହ ସାଦା ପୋଷାକଧାରୀ ପୁଲିସ ଜଗିବେ । ସୋସିଆଲ୍ ମିଡିଆରେ ଟିକେଟ ଚଢ଼ା ଦରରେ ବିକ୍ରି ଅଭିଯୋଗ ଆସିବାରୁ ସାଇବର୍ ଟିମ ଏଥିପ୍ରତି ନଜର ରଖିଥିବା ଡିସିପି ଶ୍ରୀ ଖିଲାରି କହିଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ