ବାରବାଟୀ ଦିନିକିଆ : ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ଫୋର୍ସ

କଟକ : କଟକ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଏକ ଦିବସୀୟ ମ୍ୟାଚ୍‌ ଆସନ୍ତା ୯ ରେ ଅନୁଷ୍ଠିତ ହେବ। ଭାରତ ବନାମ ଇଂଲଣ୍ଡ ମ୍ୟାଚ୍‌ ଖେଳିବେ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ୭ ତାରିଖରେ ଓଡ଼ିଶାରେ ପହଞ୍ଚିବେ ଭାରତୀୟ ଏବଂ ଇଂଲଣ୍ଡ କ୍ରିକେଟ ଟିମ୍। ମ୍ୟାଚ୍‌କୁ ନେଇ ହୋଟେଲଠାରୁ ଆରମ୍ଭ କରି ବିମାନବନ୍ଦର ଓ ବାରବାଟୀ ଷ୍ଟାଡିୟମ ସମେତ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପୁଲିସ ସେବା ଭବନରେ ବୁଧବାର ସବୁ ବିଭାଗ ସହିତ ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂହ ଆଲୋଚନା କରିଛନ୍ତି। ଖେଳ କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେନେଇ ବିଭିନ ସଂସ୍ଥା ଓ ପୁଲିସ କର୍ମଚାରୀଙ୍କ ସହ ଶ୍ରୀ ସିଂହ ଆଲୋଚନା କରିଛନ୍ତି। ଅଭ୍ୟାସ ଓ ମ୍ୟାଚ୍‌ ଦିନ କିଭଳି ସୁରୁଖୁରୁରେ ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚିବେ ସେଥିପ୍ରତି ବୈଠକରେ ଗୁରୁତ୍ବ ଦିଆ ଯାଇଥିଲା।
ଖେଳାଳିଙ୍କ ରହଣି ସହିତ କଟକ ଯିବାଆସିବା ଓ ଖେଳ ସମୟରେ ଗହଳି ନିୟନ୍ତ୍ରଣ ଉପରେ ଅଧିକ ଧ୍ୟାନ ଦେବା ଲାଗି ପୁଲିସ ଆୟୁକ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି। ବାରବାଟୀ ଷ୍ଟାଡିୟମକୁ ୫୦ ପ୍ଲାଟୁନ ଫୋର୍ସ ଜଗିବେ ବୋଲି ଆୟୁକ୍ତ ଶ୍ରୀ ସିଂହ ସୂଚନା ଦେଇଛନ୍ତି। କ୍ରିକେଟ ଟିମ୍‌ ୭ ଅପରାହ୍ଣରେ ଭୁବନେଶ୍ବରରେ ପହଞ୍ଚିବେ। ୮ରେ ଦୁଇ ଦଳ ଅଭ୍ୟାସ ପାଇଁ କଟକ ଯିବେ। ଉଭୟ ଭାରତୀୟ ଓ ଇଂଲଣ୍ଡ ଦଳର ଖେଳାଳିଙ୍କ କଟକ ଗସ୍ତ ପାଇଁ ସମୟ ଧାର୍ୟ୍ୟ ହୋଇଛି। ସକାଳ ସମୟରେ ଗୋଟିଏ ଟିମ୍ ଓ ଅପରାହ୍ଣରେ ଅନ୍ୟ ଏକ ଟିମ୍ ଅଭ୍ୟାସ କରିବାକୁ ଯିବେ। ସେହିପରି ୯ରେ ଉଭୟ ଦଳ ଏକ ସମୟରେ ହୋଟେଲରୁ ବାହାରି ଷ୍ଟାଡିୟମରେ ପହଞ୍ଚିବେ ଓ ଷ୍ଟାଡିୟମରୁ ବାହାରି ହୋଟେଲକୁ ଆସିବେ। କଡ଼ା ସୁରକ୍ଷା ବଳୟରେ ଷ୍ଟାଡିୟମ ରହିଛି। ଭିତରେ ଓ ବାହାରେ ପୁଲିସ ଜଗି ରହିବେ। ଭୁବନେଶ୍ୱରରୁ କଟକ ଖେଳାଳିଙ୍କୁ ନେବା ଆଣିବା ପାଇଁ ଏସକର୍ଟଠାରୁ ଆରମ୍ଭ କରି ଟ୍ରାଫିକ୍‌ ଛକରେ ପୁଲିସ ମୁତୟନ ରହିବେ। ବିମାନ ବନ୍ଦରଠୁ ଆରମ୍ଭ କରି ହୋଟେଲ ପର୍ୟ୍ୟନ୍ତ ଖେଳାଳିଙ୍କୁ ଦେଖିବା ପାଇଁ ରାସ୍ତା କଡ଼ରେ ଭିଡ଼ ଜମିବ। ସେସବୁ ପରିସ୍ଥିତିର ମୁକାବିଲା ପାଇଁ ପୁଲିସ ସ୍ବତନ୍ତ୍ର ଯୋଜନା କରିଛି। ସେଥିପାଇଁ ବ୍ୟାପକ ପୁଲିସ ବନ୍ଦୋବସ୍ତ ହୋଇଛି। ପୂର୍ବରୁ ବାରବାଟି ଷ୍ଟାଡିୟମରେ ମ୍ୟାଚ୍‌ରେ ପରାଜୟ ପରେ ବୋତଲ ମାଡ଼ କରାଯିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ଷ୍ଟାଡିୟମ ଭିତରକୁ ପ୍ରବେଶ ସମୟରେ ପାଣି ବୋତଲ ଓ ଅନ୍ୟକୌଣସି ଜିନିଷ ନେବା ଉପରେ ପ୍ରତିବନ୍ଧକ ଲଗା ଯାଇଛି। ଏସମ୍ପର୍କରେ ଟିକଟ ପଛରେ ଲେଖାଯାଇଥିବା ଆୟୁକ୍ତ ଶ୍ରୀ ସିଂହ କହିଛନ୍ତି।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ