ବାଲିଅନ୍ତା ପରେ ବାଲିପାଟଣାରେ ବାଡେଇ ବାଡେଇ ମାରିଦେଲେ

ଭୁବନେଶ୍ୱର: ବାଲିଅନ୍ତାରେ ଲୋକମାନ ଗତକାଲି ଜଣଙ୍କୁ ବାଡେଇ ବାଡେଇ ମାରି ଦେଇଥିଲେ, ଆଜି ବାଲିପାଟଣାରେ ଆଉଜଣଙ୍କୁ ବାଡେଇ ବାଡେଇ ମାରିଦେଲେ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ବର୍ବର ହତ୍ୟାକାଣ୍ଡକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଥିମିନଥିବାବେଳେ କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମରେ ଆଜି ଏକ ସମାନ ପ୍ରକାରର ଘଟଣା ଘଟିଛି। ଅଠାନ୍ତର ଛକରେ ଶୁକ୍ରବାର ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ରାକେଶ ମହାନ୍ତି (୪୨)। ପୁଲିସର ସୂଚନା ଅନୁସାରେ ବେଙ୍ଗବତୀ ଗ୍ରାମର କିଛି ଯୁବକ ଜନୈକ ବ୍ୟକ୍ତିଙ୍କୁ ଲୁଟ୍‌ପାଟ୍‌ ଉଦେଶ୍ୟରେ ଅଟକାଇ ଲୁହାରଡ୍‌ରେ ନିର୍ଧୁମ ମାଡ଼ ମାରିଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ଗୁରତର ବ୍ୟକ୍ତିଙ୍କୁ ସଂକଟାପନ୍ନ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲିପାଟଣା ଥାନା ଅଧିକାରୀ କ୍ୟାପିଟାଲ ହସ୍ପିଟାଲରେ ପହଁଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

  • Related Posts

    ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ଛାତରୁ ଖସି ଶ୍ରମିକ ମୃତ

    କଟକ: ବୋର୍ଡ ଅଫ୍ ରେଭିନ୍ୟୁର ନିର୍ମାଣଧୀନ ବିଲ୍ଡିଙ୍ଗ ଲିଫ୍ଟ କାମ ଚାଲୁଥିବା ବେଳେ ଛାତ ଉପରୁ ଖସିପଡି ଶ୍ରମିକ ମୃତ। ଶ୍ରମିକ ଜଣକ କୌଣସି କାରଣବଶତଃ ଛାତ ଉପରୁ ଖସିପଡି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ତାଙ୍କୁ…

    Continue reading
    ବାଲିଅନ୍ତା ହତ୍ୟା ଘଟଣା ; ଟ୍ରକରେ ମେଡିକାଲ ଯାଇଥିଲେ ସୌମ୍ୟରଞ୍ଜନ

    ବାଲିଅନ୍ତା : ବାଲିଅନ୍ତା ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ବଡ ଖବର ସାମ୍ନାକୁ ଆସୁଛି। ଟ୍ରକରେ ମେଡିକାଲ ଯାଇଥିଲେ ସୌମ୍ୟରଞ୍ଜନ। ଆମ୍ବୁଲାନ୍ସ ବଦଳରେ ଗୁରୁତର ସୌମ୍ୟଙ୍କୁ ଟ୍ରକରେ ମେଡିକାଲ ନିଆଯାଇଥିଲା। ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟରେ ସୌମ୍ୟ ଟ୍ରକରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ