
ବାଲିଅନ୍ତା : ବାଲିଅନ୍ତା ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ବଡ ଖବର ସାମ୍ନାକୁ ଆସୁଛି। ଟ୍ରକରେ ମେଡିକାଲ ଯାଇଥିଲେ ସୌମ୍ୟରଞ୍ଜନ। ଆମ୍ବୁଲାନ୍ସ ବଦଳରେ ଗୁରୁତର ସୌମ୍ୟଙ୍କୁ ଟ୍ରକରେ ମେଡିକାଲ ନିଆଯାଇଥିଲା। ସିସିଟିଭି ଫୁଟେଜରେ କଏଦ ହୋଇଥିବା ଦୃଶ୍ୟରେ ସୌମ୍ୟ ଟ୍ରକରେ ଯାଉଥିବା ରେକର୍ଡ ହୋଇଛି। ଆଗରେ ପିସିଆର ଭ୍ୟାନ ଓ ପଛରେ ଟ୍ରକରେ ସୌମ୍ୟ ଯାଉଥିବା ଦେଖାଯାଇଛି। ଆମ୍ବୁଲାନ୍ସରେ ନିଆଯାଇନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ, ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଭିଡିଓ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ସ୍ପେଶାଲ୍ ଟିମ୍। ଗତକାଲି ବିଳମ୍ବିତ ରାତି ପର୍ୟ୍ୟନ୍ତ ଥାନା ବାହାରେ ହୋହଲ୍ଲା କରିଥିଲେ ମୃତ ସୌମ୍ୟ ରଞ୍ଜନଙ୍କ ପରିବାର ଓ ଗାଁଲୋକ। ସେପଟେ ଏଭଳି ଭିଡ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ସତର୍କ ରହିବାକୁ ପୋଲିସ ପ୍ରଶାସନକୁ ପରାମର୍ଶ ଦେବା ସହିତ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତରମ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
