ବିଏମସିର ସଫଳ ଡେଙ୍ଗୁ ଦମନ

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ପକ୍ଷରୁ ଡେଙ୍ଗୁ ଦମନ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁ ଚଳିତ ବର୍ଷ ଦୀର୍ଘ ଦିନ ଧରି ବର୍ଷା ଲାଗିରହିଥିଲେ ମଧ୍ୟ ଡେଙ୍ଗୁ ରୋଗୀ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି । ଗତ ବର୍ଷ ଭୁବନେଶ୍ୱରରେ ଅକ୍ଟୋବର ମାସ ଶେଷ ସୁଦ୍ଧା ୧୨୩୫ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଆଜି ସୁଦ୍ଧା ମାତ୍ର ୩୧୧ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।
ଚଳିତ ବର୍ଷ ଏପରି ଆଶାତୀତ ଭାବେ ଡେଙ୍ଗୁରୋଗୀ ସଂଖ୍ୟା ହ୍ରାସ ପାଇବାର ମୁଖ୍ୟ କାରଣ ହେଲା ଆମର କ୍ଷେତ୍ର କର୍ମୀ ଯଥା-ଆଶା, ଅଙ୍ଗନବାଡି କର୍ମୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସ୍ୱେଚ୍ଛାସେବୀ ଇତ୍ୟାଦିଙ୍କ ମାଧ୍ୟମରେ ଘର ଘର ଜନ ସଚେତନତା ସୃଷ୍ଟି । ପ୍ରତି ୱାର୍ଡରେ ଅଧିକାରୀ ଓ କର୍ପୋରେଟରଙ୍କ ସଂଯୋଜନାରେ ସଭା, ଶୋଭାଯାତ୍ରା, ଲିଫଲେଟ୍ ବଣ୍ଟନ, ପ୍ରଚାର, ପ୍ରସାର, ଡ୍ରାଏ ଡେ ପାଳନ କରିବା, ୨୯୬ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ଆଦି କାର୍ୟ୍ୟକ୍ରମ କରାଯାଇଛି । ଚଳିତି ବର୍ଷ ଆମର ସ୍ୱେଚ୍ଛାସେବୀମାନେ ଡେଙ୍ଗୁ ବାବଦରେ ୩ ଲକ୍ଷ ୮୧ ହଜାର ୮ ପରିବାରଙ୍କୁ ଭେଟି ସେମାନଙ୍କୁ ସଚେତନ କରାଇଛନ୍ତି । ଅର୍ଥାତ ୧୧ ଲକ୍ଷ ୮୬ ହଜାର ୩୬ ଜନ ସଂଖ୍ୟା ଅଂଚଳରେ ଲୋକମାନଙ୍କୁ ଡେଙ୍ଗୁର ଭୟାବହତା ସଂପର୍କରେ ସଚେତନ କରାଯାଇଛି । ବିଏମ୍ ସି ପକ୍ଷରୁ ୯୧ହଜାର ୮୨୫ଟି ମଶା ଅଣ୍ଡାଦେବା ସ୍ଥାନ ବା ଉତ୍ସକୁ ନଷ୍ଟ କରାଯାଇଛି । ଏହା ବ୍ୟତୀତ ମଶା ଧୁଆଁ ଦେବା, ଘାସ କାଟିବା, ବାହାରେ ପଡିଥିବା ଟାୟାର ଓ ପାଣି ଜମି ରହୁଥିବା ବିଭିନ୍ନ ପାତ୍ର ହଟାଇବା ଆଦି କାର୍ୟ୍ୟକୁ ସଠିକ ଭାବେ କାର୍ୟ୍ୟକାରୀ କରିବା ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି ।
ସାଧାରଣତଃ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଅଧିକ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥାନ୍ତି । ଗତ ବର୍ଷ ଅଗଷ୍ଟ ମାସରେ ୬୭୪ ଏବଂ ସେପ୍ଟେମ୍ବର ମାସରେ ୬୭୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏହି ଦୁଇମାସରେ ଯଥାକ୍ରମେ ୬୪ ଓ ୨୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ଅକ୍ଟୋବର ମାସସୁଦ୍ଧା ମୋଟ ୨୯ ହଜାର ୩୮୧ ଟି ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ୨୩ ତାରିଖ ସୁଦ୍ଧା ୨୬ ହଜାର ୩୭ଟି ରକ୍ତ ନମୂନା ପରୀକ୍ଷା କରାଯାଇଛି ।
ଆଗାମୀ ଦିନରେ ଭୁବନେଶ୍ୱର ମହାନଗର ଅଂଚଳରୁ ସଂପୂର୍ଣ୍ଣ ଭାବେ ଡେଙ୍ଗୁ ମଶା ବଂଶ ନାଶ କରିବା ସହ ସହରକୁ ଡେଙ୍ଗୁ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ବିଏମ୍ ସି ପକ୍ଷରୁ କୁହାଯାଇଛି ।

  • Related Posts

    ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ଚଣ୍ଡୀ ପ୍ରସାଦ ଉତ୍କଳ ଓ ଅର୍କ କୁମାର ଦାସ ରେଭେନ୍ସାର କୁଳପତି

    ୦୬।୦୪।୨୦୨୬,ଭୁବନେଶ୍ୱର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପଟି ଆଜି ୧୪ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ଡକ୍ଟର ଚଣ୍ଡୀ ପ୍ରସାଦ ନନ୍ଦଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଓ ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ଭାବେ…

    Continue reading
    ଆଇକାର୍ଡ ଦେଖାଇ ୫ କେଜିଆ ସିଲିଣ୍ଡର ନେବେ ଛାତ୍ରଛାତ୍ରୀ ଓ ଶ୍ରମିକ

    ଭୁବନେଶ୍ୱର,୦୬।୦୪।୨୦୨୬:୫ କେଜିଆ ଗ୍ୟାସ ସିଲିଣ୍ଡର ବ୍ୟାନ୍‌ ନେଇ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘୋଷଣା ସହରାଞ୍ଚଳରେ କମ୍ପନ ସୃଷ୍ଟି କରିଥିଲା । ବିଶେଷକରି ଛାତ୍ରଛାତ୍ରୀ ଓ ଶ୍ରମିକମାନେ ଚିନ୍ତାରେ ପଡ଼ି ଯାଇଥିଲେ । କିନ୍ତୁ ଆଜି ସେମାନଙ୍କୁ ଆଶ୍ୱସ୍ତି ମିଳିଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ