ବିଏମ୍ ସିର ଏସଡବ୍ଲ୍ୟୁଏମ୍ ଓ ଏଫଏସଟିପି ବୁଲି ଦେଖିଲେ ଆନ୍ଧ୍ର ପ୍ରତିନିଧି ଦଳ

ଭୁବନେଶ୍ୱର:ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ର ବର୍ଜ୍ୟ ପରିଚାଳନା ପଦ୍ଧତି ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି । ଅତ୍ୟାଧୁନିକ ପ୍ରଣାଳୀରେ ବିଏମ୍ ସି ବର୍ଜ୍ୟ ପରିଚାଳନା କରୁଥିବାରୁ ଦେଶର ବିଭିନ୍ନ ମ୍ୟୁନିସପାଲିଟ୍ ଓ ମହାନଗର ନିଗମର ଅଧିକାରୀମାନେ ଏହାକୁ ଅନୁକରଣ କରିବା ପାଇଁ ଆସୁଛନ୍ତି । ଆଜି ବିଏମ୍ ସିର ବର୍ଜ୍ୟ ପରିଚାଳନା ପଦ୍ଧତି ବୁଲି ଦେଖିବା ପାଇଁ ଆନ୍ଧ୍ରପ୍ରଦେଶ ମ୍ୟୁନିସପାଲ ଆଡମିନିଷ୍ଟ୍ରେସନ ପକ୍ଷରୁ ୬ ଜଣିଆ ଅଧିକାରୀ ଦଳ ପହଞ୍ଚିଛନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ କୁରନୁଲ ମହାନଗର ନିଗମର କମିଶନର ପି. ବିଶ୍ୱନାଥଙ୍କ ନେତୃତ୍ୱରେ ପିଭିଏସଏନ୍ ପ୍ରସାଦ, ଏଏସଏନ୍ ପ୍ରସାଦ, ସାମିଉଲ୍ଲା ପ୍ରମୁଖ ୬ ଜଣିଆ ଅଧିକାରୀ ଦଳ ଭୁବନେଶ୍ୱରରେ ପହଞ୍ଚିବା ପରେ ବିଏମ୍ ସି ପକ୍ଷରୁ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପହାର ପ୍ରଦାନ ପୂର୍ବକ ସେମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ୟ୍ୟକ୍ରମରେ କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଡେପୁଟି କମିଶନର ପରିମଳ ଶ୍ରୀ ଏନ୍. ଗଣେଶ ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ଏକ ପିପିଟି ମାଧ୍ୟମରେ ବର୍ଜ୍ୟ ପରିଚାଳନା ସଂପର୍କରେ ଡେପୁଟି କମିଶନର ଶ୍ରୀ ଏନ୍. ଗଣେଶ ବାବୁ ଅଧିକାରୀମାନଙ୍କୁ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ । ପରେ ସେମାନେ ଲୋକମାନଙ୍କ ଘରୁ ଅଲଗା ଅଲଗା ହୋଇ ଆସୁଥିବା ଓଦା ଓ ସୁଖିଲା ବର୍ଜ୍ୟ ସଂଗ୍ରହ ଓ ପ୍ରକ୍ରିୟାକରଣ ପଦ୍ଧତି, ସାମଗ୍ରୀ ପୁନରୁଦ୍ଧାର ପଦ୍ଧତି, ମଳ ପରିଚାଳନା ପଦ୍ଧତି ଆଦି ବୁଲି ଦେଖିବା ସହ ଆଶ୍ଚର୍ୟ୍ୟ ପ୍ରକଟ କରିଛନ୍ତି । ଆନ୍ଧ୍ର ପ୍ରଦେଶରୁ ଆସିଥିବା ଏହି ପ୍ରତିନିଧି ଦଳ ଆସନ୍ତା କାଲି ଢେଙ୍କାନାଳ ପୌର ପରିଷଦରେ ହେଉଥିବା ବିଭିନ୍ନ କାର୍ୟ୍ୟ ବୁଲି ଦେଖିବାର କାର୍ୟ୍ୟକ୍ରମ ରହିଛି ।

  • Related Posts

    ପଞ୍ଚାୟତ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କ’ଣ ଜାଣନ୍ତୁ

    ଅନ୍ତ୍ୟୋଦୟ ଗୃହ ଯୋଜନା : ଆଉ ଦିବର୍ଷ ବଢ଼ିଲା ନିର୍ମାଣ ହେବ ୨.୯୧ ଲକ୍ଷ ଘର ବଢ଼ିଲା ପ୍ରୋତ୍ସାହନ ରାଶି ପୂରଣ ହେବ ସମସ୍ତଙ୍କ ଘର ଯୋଜନାର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, ୧୫ ।୧୦ : ଅନ୍ତ୍ୟୋଦୟ ଗୃହ ଯୋଜନାରେ…

    Continue reading
    ପଞ୍ଚାୟତ ଓ ପୌର ନିର୍ବାଚନ : ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ

    ଭୁବନେଶ୍ବର : ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସ୍ବଚ୍ଛ ,ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟ ନେଇ ଅକ୍ଟୋବର ୨୬ ରୁ ନଭେମ୍ବର ୭ ଯାଏଁ ଡୋର ଟୁ ଡୋର ସର୍ଭେ ହେବ। ଏସଆଇଆରରେ ନାଁ କଟିଥିଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି