ବିଏସଏନଏଲ୍ ୪-ଜି ସେବାର ଶୁଭାରମ୍ଭ କରିବେ ମୋଦୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଝାରସୁଗୁଡ଼ାଠାରେ ସାରା ଭାରତବର୍ଷ ପାଇଁ ବିଏସଏନଏଲ୍ ୪-ଜି ସେବାର ଶୁଭାରମ୍ଭ କରିବା କାର୍ୟ୍ୟକ୍ରମ ଅଛି। ବିଏସଏନଏଲ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ୪-ଜି ମୋବାଇଲ୍ ସେବାର ଶୁଭାରମ୍ଭ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଥିଲା। ପ୍ରାୟ ୧ ଲକ୍ଷ ସ୍ଥାନରେ ୪-ଜି ସେବା ସି-ଡଟ୍‌ କୋର୍‌, ତେଜସ୍ ନେଟୱର୍କ ଏବଂ ଟିସିଏସ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି।
ବିଏସଏନଏଲ୍ ୪-ଜି ନେଟୱର୍କର ଦେଶବ୍ୟାପୀ ଶୁଭାରମ୍ଭ ସମ୍ପୂର୍ଣ୍ଣ ‘ଆତ୍ମନିର୍ଭର’ ୪-ଜି ପ୍ରଯୁକ୍ତିବିଦ୍ୟା ଦ୍ୱାରା ପରିଚାଳିତ। ଏହି ସଫ୍ଟୱେରରେ ୫-ଜିକୁ ସହଜରେ ଅପଗ୍ରେଡ୍‌ କରାଯାଇପାରିବ। ଏହା କେବଳ ଏହାର ପୁରୁଣା ଗ୍ରାହକଙ୍କୁ ନୁହେଁ ବରଂ ଡିଜିଟାଲ୍ ଦୁନିଆ ସହିତ କେବେ ସଂଯୋଗ ହୋଇନଥିବା ଲକ୍ଷାଧିକ ଗ୍ରାହକଙ୍କୁ ସୁବିଧା ପ୍ରଦାନ କରିବ। ଡିବିଏନ୍ (ଡିଜିଟାଲ୍ ଭାରତ ନିଧି) ମୋବାଇଲ୍ ପ୍ରୋଜେକ୍ଟରେ ବିଏସଏନଏଲ୍ ଦ୍ୱାରା କାର୍ୟ୍ୟକାରୀ ହେଉଥିବା ୧୪୧୮୦ ଡିବିଏନ୍ ପାଣ୍ଠି ବିଶିଷ୍ଟ ୪-ଜି ସାଇଟ୍, ଅନ୍ୟ ଟିଏସ୍‌ପି ମାଧ୍ୟମରେ ୪୭୨୩ ସାଇଟ୍ ଅନ୍ତର୍ଭୁକ୍ତ। ଯାହା ଭାରତର ୨୬୭୦୭ ଦୂରଦୂରାନ୍ତ ଗ୍ରାମରେ ପ୍ରାୟ ୨ ମିଲିୟନ୍ ପରିବାରକୁ ମୋବାଇଲ୍ ସେବା ସୁବିଧା ପ୍ରଦାନ କରିବ। ଓଡ଼ିଶାରେ ବିଏସଏନଏଲ୍ ୨୪୭୨ଟି ଅପହଞ୍ଚ ଦୂରଦୂରାନ୍ତ ଗ୍ରାମକୁ ସେବା ପ୍ରଦାନ କରିବା ପାଇଁ ୧୬୬୫ଟି ଟାୱାର ନିର୍ମାଣ କରିସାରିଛି। ଦୃଢ଼ ଆତ୍ମନିର୍ଭରଶୀଳତା ପାଇଁ ସମସ୍ତ ଟାୱାରଗୁଡ଼ିକୁ ସବୁଜ ନବୀକରଣୀୟ ସୌରଶକ୍ତି ପ୍ରଣାଳୀରେ ସଜ୍ଜିତ କରାଯାଉଛି।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ