
ଦେବଗଡ଼:ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ମେରା ଯୁବା ଭାରତ ଦେବଗଡ଼ ପକ୍ଷରୁ ଆଜି ଜିଲ୍ଲା କାର୍ଯ୍ୟାଳୟରେ ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ ୨୦୨୭ ଯୁବ ପିଢ଼ି ମାନଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ନିମନ୍ତ ୧୫ ରୁ ୨୯ ବର୍ଷ ବୟସର ଯୁବକ ଯୁବତୀ ମାନେ ମାଇଁ ଭାରତ ପୋର୍ଟାଲ ରେ ପଞ୍ଜୀକରଣ କରି କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆହ୍ଵାନ କରାଯାଇଛି।ଜିଲ୍ଲାର ଯୁବ ବର୍ଗ ଏହି ପୋର୍ଟାଲ୍ ମାଧ୍ୟମରେ ନିଜ ନିଜର ପ୍ରତିଭାକୁ ଜାତୀୟ ସ୍ତରରେ ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇପାରିବେ।କୁଇଜ୍ ପ୍ରତିଯୋଗିତା ମାଧ୍ୟମରେ ସେମାନେ ନିଜର ପାରଦର୍ଶିତା ହାସଲ କରିବା ପରେ ସେମାନଙ୍କୁ ପ୍ରମାଣ ପତ୍ର ମଧ୍ୟ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯିବ।ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଏହି ପୋର୍ଟାଲ୍ ଖୋଲା ରହିବ ବୋଲି ଦେବଗଡ଼ ମେରା ଯୁବା ଭାରତ ପ୍ରଦୀପ କୁମାର ବିଶ୍ଵାଳ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ଵେଚ୍ଛାସେବୀ ନରେଶ କୁମାର ସାମଲ,ପପୁନ ଜ୍ୟୋତିଷ,ରାଧିକା ରାଓ,ଉପମା ରନ,ସୁବାସ ଚନ୍ଦ୍ର ସାହୁ ଓ ରୋହିତେଶ୍ୱର ଭୋଇ ଉପସ୍ଥିତ ଥିଲେ।







