ବିଜେଡି କର୍ପୋରେଟରଙ୍କୁ ନବୀନଙ୍କ ଡାକରା, ସମାଧାନ ହେବ କି ଗୋଷ୍ଠୀକନ୍ଦଳ

ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ବିଜେଡି କର୍ପୋରେଟର ଏବଂ ମେୟର ଓ ଡେପୁଟି ମେୟରଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ଭୁବନେଶ୍ୱର ନବୀନ ନିବାସକୁ ଡାକିଛନ୍ତି। ବୁଧବାର ଅପରାହ୍ନରେ ସମସ୍ତେ ହାଜର ହେବାକୁ ନିର୍ଦ୍ଦେଶ ଆସିଛି। ମେୟର ସଂଘମିତ୍ରା ଦଳେଇ ନେତୃତ୍ୱ ନେବେ ଓ ସାଥୀରେ ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଇଏମ୍‌ସିରେ ଏବେ ୩୬ ବିଜେଡି କର୍ପୋରେଟର ଅଛନ୍ତି ବିଭିନ୍ନ କାରଣରୁ ସେମାନେ ବିଭାଜିତ ହୋଇଯାଇଛନ୍ତି। ଗୋଟିଏ ଗୋଷ୍ଠୀକୁ ମେୟର ଓ ଜିଲା ସଭାପତି ନିୟନ୍ତ୍ରଣ କରୁଥିବା ବେଳେ ଅନ୍ୟ ଗୋଷ୍ଠୀକୁ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମର୍ଥନ କରୁଛନ୍ତି। ଦୁଇ ଗୋଷ୍ଠୀ ମଧ୍ୟରେ ଗତ ଅକ୍ଟୋବର ମାସରୁ ଛକାପଞ୍ଝା ଚାଲିଛି ବିକ୍ରମ ଗୋଷ୍ଠୀ ଜଣେ ସ୍ବାଧୀନ କର୍ପୋରେଟରଙ୍କୁ ଅସ୍ତ୍ର କରି ତାଙ୍କୁ ଡେପୁଟି ମେୟର କରିବା ଲୋଭ ଦେଖାଇଛନ୍ତି ଏବଂ ପ୍ରଥମେ ଡେପୁଟି ମେୟର ବିବେକ ରେଡ଼ିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ହଟାଇବାର ଷଡ଼ଯନ୍ତ୍ର ରଚିଥିବା ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ହେଉଛି।ଏହା ଚରମସୀମା ଟପିଥିବାରୁ ଗତ ୯ ତାରିଖରେ ପ୍ରଥମେ ବିଜେଡି ବରିଷ୍ଠ ନେତା ଦେବୀ ମିଶ୍ର ବ୍ରହ୍ମପୁର ଆସି ସମାଧାନ ଉଦ୍ୟମ କରିଥିଲେ। ତେବେ ବିଫଳ ହୋଇଥିଲେ। ତେଣୁ ଗତ ୧୩ ତାରିଖରେ ନବୀନ ମେୟର, ଡେପୁଟି ମେୟର ଓ ଜିଲା ସଭାପତିଙ୍କୁ ନବୀନ ନିବାସକ ଡକାଇ ଆଲୋଚନା କରିଥିଲେ। ଏବେ ଦଳର ଡିଜିଟାଲ ସଭ୍ୟ ସଂଗ୍ରହ ଅଭିଯାନ ବ୍ରହ୍ମପୁରରେ ଚାଲିଛି। ଯୁବ ସଂଗଠନର ଡିଜିଟାଲ ସମ୍ପାଦିକା ଲଗ୍ନାଦୀପା ମିଶ୍ର ୪ ଦିନିଆ ଗସ୍ତରେ ଆସିଛନ୍ତି। ମହାନଗରର ୩୬୍‌ଟି ଯାକ ଓ୍ବାର୍ଡରେ ସଦସ୍ୟ ସଂଗ୍ରହ ଅଭିଯାନକୁ ସଫଳ କରାଇବା ପଦକ୍ଷେପ ନେଇଛନ୍ତି। ଗତ ସୋମବାର ତାଙ୍କ ବୈଠକରେ ଅର୍ଦ୍ଧେକ ଅନୁପସ୍ଥିତ ଥିଲେ। ପରେ ବିକ୍ରମ ପଣ୍ଡାଙ୍କ ବାସଭବନ ପାଖରେ ଆଉ ଏକ ବୈଠକ ହୋଇଥିଲା। ସମାଧାନ ହୋଇ ନ ଥିବା ପଦାକୁ ଆସିଥିଲା। ଏହି ରିପୋର୍ଟ ବିଜେଡି ସୁପ୍ରିମୋଙ୍କ ନିକଟରେ ପହଞ୍ଚିଥିଲା। ତେଣୁ ସବୁ କର୍ପୋରେଟରଙ୍କୁ ନବୀନ ନିବାସରୁ ଡାକରା ଆସିଛି। ବୁଧବାର ଅପରାହ୍ନରେ ନବୀନଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବା ଚ୍ୟାଉ ପଟ୍ଟନାୟକ ସୂଚନା ଦେଇଛନ୍ତି। କେତେ କର୍ପୋରେଟରଙ୍କ ଗୋଷ୍ଠୀକନ୍ଦଳ କେବେ ସଫଳ ହେବ ସେଥିପାଇଁ ଅପେକ୍ଷା କରାଯାଇଛି।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ