ବିଜେଡି କର୍ମୀଙ୍କ ହଙ୍ଗାମା , ଅଫିସରେ ଫିଙ୍ଗିଲେ କାଗଜ ପତ୍ର

ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି। ଏନ୍‌ଏସି ଅଫିସ୍‌ରେ ପଶି ଫାଇଲ୍‌ ଓ ଚେୟାର ଫିଙ୍ଗିଲେ। NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏ ସବୁ ଘଟଣା ବିଜେଡି ବିଧାୟକଙ୍କ ପୁଅଙ୍କ ଉପସ୍ଥିତିରେ ଘଟିଥିଲା। ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ନୂଆପଡ଼ା ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଓ ତାଙ୍କ ସମର୍ଥକ ଖରିଆର ରୋଡ୍‌ରେ ଥିବା NAC କାର୍ଯ୍ୟନିର୍ବାହୀ ଅଧିକାରୀ କମଲାଶନ ରଥଙ୍କ ଅଫିସ୍‌କୁ ଯାଇଥିଲେ। ଜୟଙ୍କ ଉପରେ ଶ୍ରୀ ରଥଙ୍କ ସହିତ କୌଣସି ବିଷୟକୁ ନେଇ ଆଲୋଚନା ହୋଇଥିଲା। ଠିକ୍‌ ସେତିକି ବେଳେ ଜଣେ ବିଜେଡି କର୍ମୀ ହଠାତ୍‌ ରାଗି ଯାଇଥିଲେ। ଆଉ ଶ୍ରୀ ରଥଙ୍କ ଟେବୁଲ୍‌ ଉପରେ ଥିବା କାଗଜପତ୍ରକୁ ଫିଙ୍ଗାଫିଙ୍ଗି କରିଥିଲେ। ତା’ପରେ ଅନ୍ୟ କର୍ମୀମାନେ ମଧ୍ୟ ଅଫିସ୍‌ରେ ଥିବା ଫାଇଲ୍‌ ଓ ଚେୟାର ଫିଙ୍ଗି କରିଥିଲେ। ଏଥିସହ ଗାଳି ଗୁଲଜ କରିଥିବା ଦେଖିବାକୁ ମିଳିଛି।

ଜୀବନ ବିକଳରେ ଶ୍ରୀ ରଥ ଚେୟାର ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିଲେ। ହେଲେ ଉତ୍ତ୍ୟକ୍ତ ବିଜେଡି କର୍ମୀମାନେ ତାଙ୍କୁ ଛାଡ଼ି ନଥିଲେ। ଏ ସବୁ ଘଟଣା ଜୟ ଢୋଲକିଆଙ୍କ ଉପସ୍ଥିତିରେ ଘଟୁଥିବା ବେଳେ ସେ ଚୁପ୍‌ ବସିଥିଲେ। ନିଜ କର୍ମୀଙ୍କୁ ଅଟକାଇ ନଥିଲେ। କହିବାକୁ ଗଲେ ନୀରବଦ୍ରଷ୍ଟା ସାଜିଥିଲେ ଜୟ ଢୋଲକିଆ। ତେବେ ଅନ୍ୟ କର୍ମଚାରୀମାନେ ବିଜେଡି କର୍ମୀଙ୍କୁ ଅଫିସ୍‌ ବାହାର କରିଥିଲେ। ଯାହାର ଭିଡିଓ ଏବେ ଭାଇରାଲ୍‌ ହେଉଛି।

 

NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଫିସ୍‌ କେଉଁ କାରଣରୁ ବିଜେଡି କର୍ମୀମାନେ ଗଣ୍ଡଗୋଳ କରିଥିଲେ, ତାହା ଜଣାପଡ଼ି ନାହିଁ। ସେପଟେ NAC କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରଥ ଜୋଙ୍କ ଥାନାରେ ପହଞ୍ଚିଛନ୍ତି। ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି କି ନାହିଁ ଜଣାପଡ଼ି ନାହିଁ। ସେପଟେ ଏନେଇ ବିଜେଡିର ପ୍ରତିକ୍ରିୟାମିଳିପାରି ନାହିଁ।

  • Related Posts

    ମହାକାଳପଡ଼ା ଥାନାରେ NHRC ଟିମ୍

    କେନ୍ଦ୍ରପଡ଼ା: କେନ୍ଦ୍ରପଡ଼ା ଜିଲ୍ଲାର ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଘଟିଥିବା ଘଟଣା ପରେ ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ଏହା ପରେ ଘଟିଥିବା ଘଟଣା ଓ ଏହା ସହ ଜଡ଼ିତ ଥାନାରେ ରୁଜୁ ୩ଟି ମାମଲାରେ…

    Continue reading
    ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ଛାତ୍ରଛାତ୍ରୀ

    ଭୁବନେଶ୍ଵର : ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ଛାତ୍ରଛାତ୍ରୀ ମଧ୍ୟରେ ଉତ୍ସାହ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ୮ ବର୍ଷ ପରେ ନିର୍ବାଚନ ତାରିଖ ଘୋଷଣା କରିଥିବାରୁ ସରକାର ଓ ମନ୍ତ୍ରୀଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ