ବିଜେଡି ଟିକେଟ ବାଣ୍ଟୁଥିଲେ ଅଫିସର!

ଭୁବନେଶ୍ୱର: ବିଜେଡି ଛାଡ଼ିବା ପରେ ସୁନନ୍ଦା ଦାସ ବିସ୍ଫୋରକ ବୟାନ ରଖିଛନ୍ତି । ସେ କହିଛନ୍ତି ଯେ ଅଫିସରମାନେ ବିଜେଡି ଟିକେଟ ବାଣ୍ଟୁଥିଲେ । ମୋତେ ଡିଏସ କୁଟ୍ଟେ ଓ ଆଶିଷ ସିଂହଙ୍କୁ ଦେଖା କରିବାକୁ କୁହାଯାଇଥିଲା । ମୁଁ ମଧ୍ୟ ସେମାନଙ୍କୁ ଟିକେଟ ପ୍ରସଙ୍ଗରେ ଦେଖା କରିଥିଲି । ଟିକେଟ ମିଳିବା ନେଇ ସାନ୍ତ୍ୱନା ଦେଇ ସବୁ ଠିକଠାକ ବୋଲି ସେମାନେ କହିଥିଲେ । ତେବେ ସୁନନ୍ଦାଙ୍କ ମନ୍ତବ୍ୟ ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ପ୍ରକାଶ ଯେ ବିଜେଡି ଛାଡ଼ିଛନ୍ତି ବରୀର ପୂର୍ବତନ ବିଧାୟକ ସୁନନ୍ଦା ଦାସ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ୫ ମାସ ହେଲା ଦଳରେ ଅଣଦେଖା ହୋଇ ରହିଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ସୁନନ୍ଦା ଦାସ ୨୦୧୯ରୁ ୨୦୨୪ ପର୍ୟ୍ୟନ୍ତ ବରୀରୁ ବିଧାୟକ ହୋଇଥିଲେ। ତେବେ ୨୦୨୪ ନିର୍ବାଚନରେ ତାଙ୍କୁ ବିଜେଡି ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ବିଜେପି ଛାଡ଼ି ଆସିଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ଟିକେଟ ଦେଇଥିଲା ବିଜେଡି। ସେ ବିଜୟୀ ମଧ୍ୟ ହୋଇଛନ୍ତି।

  • Related Posts

    ଅଧ୍ୟାପକଙ୍କୁ ବିଧାୟକଙ୍କ ଅସଦଚାରଣ, ନିନ୍ଦା କଲା ବିଜେଡି

    ଭୁବନେଶ୍ବର: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ପ୍ରକାଶ ସେଠୀ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଘଟଣାକୁ କଡ଼ା ଭାଷାରେ ନିନ୍ଦା କରିଛି ବିଜେଡି । ବିଜେପି ସରକାରରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଉଛି…

    Continue reading
    ବାଚସ୍ପତିଙ୍କୁ ଚିଠି ଲେଖିଲେ ବିଧାୟକ ପ୍ରକାଶ ସେଠୀ

    କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ ଚିଫ୍ ୱାର୍ଡେନ୍ ଏବଂ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ମଧ୍ୟରେ ବଢିଲା କଳି । ଗୋଟିଏ ପଟେ ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଶ୍ବବିଦ୍ୟାଳୟ ୱାର୍ଡେନ୍ ସଂଘ ଅଡି ବସିଛି । ଅନ୍ୟ ପଟେ ବିଧାୟକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ