
ଭୁବନେଶ୍ବର : ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଥିଲା ବିଜେଡି । ଦଳର ୬ ଜଣ ବିଧାୟକଙ୍କୁ ନୋଟିସ୍ ହୋଇଥିବାବେଳେ ଉତ୍ତର ରଖିଛନ୍ତି । କହିଛନ୍ତି କି, ଏଭଳି ନୋଟିସ୍ ଆଇନ୍ ଅନୁଯାୟୀ ଅସିଦ୍ଧ । ସୁପ୍ରିମକୋର୍ଟ ଏବଂ ଇସିଆଇର ଉଲଙ୍ଘନ ମଧ୍ୟ କରୁଥିବା ଜବାବରେ କହିଛନ୍ତି । ତେବେ ଏଭଳି ନୋଟିସରୁ ଦଳ କ୍ଷାନ୍ତ ରହୁ ବୋଲି ମଧ୍ୟ ଅନୁରୋଧ କରିଛନ୍ତି । ରାଜ୍ୟସଭା ନିର୍ବାଚନରେ ଆମେ ସ୍ୱାଧୀନ ମତଦାନ କରି କୌଣସି ଆଇନର ଉଲ୍ଲଘଂନ କରିନାହୁଁ । ଆମେ ଦଳର ନିର୍ଦ୍ଦେଶରେ ୧୫ ତାରିଖରେ ହୋଇଥିବା ଦଳୀୟ ବୈଠକ ନିଷ୍ପତ୍ତି ଉଲ୍ଲଘଂନ କରିଥିବା ନେଇ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । କାରଣ ଦର୍ଶାଅ ନୋଟିସରେ ଏପରି କିଛି ଉଲ୍ଲେଖ ନାହିଁ । ଆମେ କେବେ ବି ଦଳର ନିଷ୍ପତ୍ତି କି ନିର୍ଦ୍ଦେଶ ଉଲ୍ଲଘଂନ କରିନାହୁଁ । ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ମତଦାନ କରିବା ପାଇଁ ଜଣେ ଭୋଟରଙ୍କୁ ସମ୍ବିଧାନର ଦଶମ ସୂଚୀ ମୁତାବକ ଦଣ୍ଡ ବ୍ୟବସ୍ଥାର ଲାଗୁ ହୁଏ ନାହିଁ ।




